ହାଇକୋର୍ଟର ଜଣେ ଓକିଲଙ୍କ ମ୍ୟାଟ୍ରିମୋନିଆଲ୍ ବିଜ୍ଞାପନ : ସୁନ୍ଦର, ଲମ୍ବା, ପତଳା କନ୍ୟା ଦରକାର ମାତ୍ର ତାର ଏହି ନିଶା ନଥିବା ଉଚିତ୍

ଲୋକେ ବିବାହ ପାଇଁ ମାଟ୍ରିମୋନିଆଲ୍ ସହାୟତା ନିଅନ୍ତି । ବର କିମ୍ବା କନ୍ୟା ପାତ୍ରୀ କିପରି ହୋଇଥିବ ସେନେଇ ଅନେକ କିଛି ଲେଖନ୍ତି । ଆପଣ ନିଶ୍ଚୟ ଅନେକ ଏହିପରି ମ୍ୟାଟ୍ରିମୋନିଆଲ୍ ବିଜ୍ଞାପନମାନ ଦେଖିଥିବେ, କିନ୍ତୁ ଏ ବିଜ୍ଞାପନ ନିଆରା । ଏହି ମ୍ୟାଟ୍ରିମୋନିଆଲ୍ଆ ବିଜ୍ଞାପନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜଣେ ବ୍ୟକ୍ତି ଏମିତି କନ୍ୟା ଖୋଜୁଛନ୍ତି ଯାହାର ସୋସିଆଲ ମିଡ଼ିଆର ନିଶା ନଥିବ ।

ମ୍ୟାଟ୍ରିମୋନିଆଲ୍ ବିଜ୍ଞାପନରେ ଅନେକ ପ୍ରକାରର ବିଜ୍ଞାପନ ପୂର୍ବରୁ ସମାଲୋଚିତ ହୋଇଥିଲା, କିନ୍ତୁ ଏଥର ଏହି ବିଜ୍ଞାପନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହାଇକୋର୍ଟରେ କାର୍ଯ୍ୟ କରୁଥିବା ପଶ୍ଚିମବଙ୍ଗର ୩୭ ବର୍ଷୀୟ ଓକିଲଙ୍କ ଦ୍ୱାରା ଏହି ବିଜ୍ଞାପନ ଏକ ଖବରକାଗଜରେ ପ୍ରକାଶିତ ହୋଇଥିଲା । ବିଜ୍ଞାପନର ଏକ ଚିତ୍ର ଆଇଏଏସ୍ ଅଧିକାରୀ ନିତିନ ସାଙ୍ଗୱାନ ଟ୍ୱିଟରରେ ଶେୟାର କରିଛନ୍ତି । ସେ ଏହାକୁ ପୋଷ୍ଟ କରି ଆମ ସମୟର ପରିବର୍ତ୍ତିତ ମେଳକ ମାନଦଣ୍ଡ ଉପରେ ମନ୍ତବ୍ୟ ଦେଇଛନ୍ତି । ବିଜ୍ଞାପନରେ ଜଣେ ବ୍ୟକ୍ତି ତାଙ୍କ ବୟସ, ବୃତ୍ତି ଏବଂ ବାସସ୍ଥାନ ଲେଖିବା ସହିତ କୌଣସି ଯୌତୁକ ନେବେ ନାହିଁ କହୁଛନ୍ତି । ଏହାସାଙ୍ଗରେ ଜୀବନସାଥୀ ପାଇଁ ମାନଦଣ୍ଡ ରଖିଛନ୍ତି ଯିଏ ସୁନ୍ଦର, ଲମ୍ବା, ପତଳା ହେବା ସହିତ ଯାହାର ସୋସିଆଲ ମିଡିଆ ପ୍ରତି ଦୁର୍ବଳତା ନଥିବ ।

ଟ୍ୱିଟରରେ ଏକ ଫଟୋ ଶେୟାର କରି ସାଙ୍ଗୱାନ୍ ଲେଖିଛନ୍ତି ଯେ ‘ଭବିଷ୍ୟତର କନ୍ୟା/ କନ୍ୟା ଦୟାକରି ଧ୍ୟାନ ଦିଅନ୍ତୁ । ମେଳ ଖାଇବା ନିୟମ ବଦଳୁଛି ।’ ଏହି ଟ୍ଵିଟ୍ ବର୍ତ୍ତମାନ ପର୍ଯ୍ୟନ୍ତ ହଜାର ହଜାର ଲୋକ ପସନ୍ଦ କରିଛନ୍ତି ଏବଂ ୧୫୦ ରୁ ଅଧିକ ରି-ଟ୍ଵିଟ୍ କରାଯାଇଛି । ଏହି ବିଜ୍ଞାପନ ପଢି ଅନେକ ଲୋକ ଆଶ୍ଚର୍ଯ୍ୟ ବି ହୋଇଛନ୍ତି । ଅନେକ ଲୋକଙ୍କ ମତ ଯେ ଆଜିର ଯୁଗରେ ତୁମେ ଏପରି କନ୍ୟାକୁ କେଉଁଠି ପାଇବ ? ଆଜି ପ୍ରାୟ ସମସ୍ତେ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ଟ୍ୱିଟରରେ ସକ୍ରିୟ । କେତେକ ସୋସିଆଲ ମିଡ଼ିଆ ଆଡିକ୍ଟସନକୁ ବି ଖରାପ କହୁଛନ୍ତି ।

Leave a Reply

Your email address will not be published. Required fields are marked *