ଆଜି ସକାଳେ ଉତ୍ତରପ୍ରଦେଶର ରୋଡୱେଜ ବସଟି ଦିଲ୍ଲୀରୁ ଉତ୍ତରପ୍ରଦେଶର ବଦାୟୁକୁ ଯାଉଥିଲା । ରାସ୍ତାରେ ଚାଲିଲାବେଳେ କିନ୍ତୁ ଦେଖୁ ଦେଖୁ ବସ ନିଆଁ ଗୁଳାରେ ପରିଣତ ହେଇଗଲା । ସୂଚନା ମୁତାବକ ବସରେ ଶିଶୁ ଓ ମହିଳା ସମେତ ୧୨ ଜଣ ଯାତ୍ରୀ ଥିଲେ । ନିଆଁ ଲାଗିଲା କ୍ଷଣି ସେମାନେ ପ୍ରାଣ ବିକଳରେ ବସର ଝରକା ଦେଇ ବାହାରକୁ ଡେଇଁ ପଡ଼ିଥିଲେ ।
ବସର ଡ୍ରାଇଭର କହିବାନୁସାରେ ବସର ବନୋଟରୁ ନିଆଁ ବାହାରି ଅଚାନକ ପୁରା ବସକୁ ଆୟତ କରିନେଲା । ତେବେ ସୂଚନା ଅନୁଯାୟୀ ଏ ଦୁର୍ଘଟଣାର କେହି ନିହତ ହୋଇନାହାନ୍ତି କିନ୍ତୁ ରାସ୍ତା ମଝିରେ ଜଳୁଥିବା ବସ ପାଇଁ କେତେ ଘଣ୍ଟା ଧରି ରାସ୍ତାରେ ଗାଡ଼ି ଅଟକି ରହିଲା ।