କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା : ଦିନ ମଜୁରିଆଙ୍କୁ ଖାଇବା ସାଙ୍ଗରେ ଦେବେ ରହିବାକୁ ଘର

ଏ କରୋନା ମହାମାରୀ ଯୋଗୁ ହୋଇଥିବା ଲକଡାଉନ କାରଣରୁ ହଜାର ହଜାର ଶ୍ରମିକ ବାସହୀନ ହେଲେ, ରୋଜଗାରରୁ ବଞ୍ଚିତ ହେଲେ । ଏସବୁକୁ ନଜରରେ ରଖି ସହରରେ ରହୁଥିବା ଗରିବ ଏବଂ ପ୍ରବାସୀଙ୍କ ରହିବା ପାଇଁ ସୁଲଭ ମୂଲ୍ୟରେ ଘର ଯୋଗାଇ ଦେବେ ବୋଲି ସରକାରୀ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକ ଏବଂ ସିସିଇଏ ବୈଠକରେ ଏ ନିଷ୍ପତ୍ତି ନିଆଯାଇଛି ଯେଉଁଥିରେ Affordable Rental Housing Complexes- AHRCs କୁ ଅନୁମତି ମିଳିଛି ।

ପ୍ରେସ କନଫରେନସ ମାଧ୍ୟମରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକ ଦେଇଥିବା ସୂଚନା ଦେଇଛନ୍ତି ଯେ ଶ୍ରମିକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଅର୍ବାନ ତିଆରି କରିବ ଘର । ସେମାନଙ୍କ ପାଇଁ ୧ ଲକ୍ଷ ୧୫ ହଜାର ଘର ତିଆରି ହେବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଯୋଗାଇ ଦିଆଯିବ ଘର ଯେଉଁ ଘରେ ଗୋଟିଏ ବେଡ଼ରୁମ୍ ସହିତ ରୋଷେଇ ଘରଟେ ରହିବ ।  ତେବେ ଏହି ଯୋଜନାରେ ପ୍ରାୟ ୬୦୦ କୋଟି ଟଙ୍କା ଖର୍ଚ୍ଚ ହେବା ସହିତ ୫୦ ପ୍ରତିଶତ ଅତିରିକ୍ତ FAR / FSI, ଟିକସ ରିଲିଫ୍ ଭଳି ବିଶେଷ ପ୍ରୋତ୍ସାହନ ଦିଆଯିବ ।

କେବଳ ଘର ନୁହେଁ କେନ୍ଦ୍ର ସରକାର ‘ଗରିବ କଲ୍ୟାଣ ଅନ୍ନ ଯୋଜନା’ ଜରିଆରେ ନଭେମ୍ୱର ମାସ ଯାଏଁ ରାସନ ଯୋଗାଇବା ସହିତ ‘ଉଜ୍ଜଳା ଯୋଜନା’ ଜରିଆରେ ଫ୍ରୀ ଏଲପିଜି ସିଲିଣ୍ଡର ମଧ୍ୟ ବାଣ୍ଟିବେ । ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ୱର ମାସ ଯାଏଁ ଉପଭୋକ୍ତାମାନେ ଫ୍ରୀରେ ସିଲିଣ୍ଡର ପାଇବେ ବୋଲି ସରକାରଙ୍କ ତରଫରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *