ଅଣ୍ଡରପାସର ଦୁଇ ଦୁଇଟି ବସ ଉପରେ ଚଢିଗଲା କାର : ଏହି ଆଶ୍ଚର୍ଯ୍ୟଜନକ ଭିଡ଼ିଓ ଦେଖି ଭାବିବେ, ଭଗବାନ ନିଜେ ଡ୍ରାଇଭିଂ ସିଟରେ ବସିଥିଲେ

car ride on two buses of underpass watching this video will think was God himself on the driving seat

ଜୀବନରେ ଅନେକ ଥର ଏମିତି କିଛି ଘଟଣା ଘଟେ ଯାହା ଅବିଶ୍ଵାସନୀୟ । କିଛି ବ୍ୟକ୍ତି ସାମାନ୍ୟ ପଡ଼ି ବି ମୃତ୍ୟୁବରଣ କରନ୍ତି ଏବଂ କିଛି ଏମିତି ବି ଲୋକ ଅଛନ୍ତି ଯେଉଁମାନେ ମୃତ୍ୟୁକୁ ବି ଚକମା ଦିଅନ୍ତି ଯେମିତି କି ଭଗବାନ ତାଙ୍କ ପାଖରେ ବସିଛି । ଏପରି ଏକ ଆଶ୍ଚର୍ଯ୍ୟଜନକ ଏବଂ ଅବିଶ୍ୱସନୀୟ ଘଟଣାଟି ଭିଡ଼ିଓ ମାଧ୍ୟମରେ ଭାଇରାଲ ହେଉଛି । ଏହି ଭିଡ଼ିଓ ଦେଖି ଆପଣ ବି କହିବେ ଯେ ଯେତେବେଳେ ଭଗବାନ କାହା ଜୀବନ ବଞ୍ଚାନ୍ତି ସେ ସମୟରେ ସମସ୍ତ କାର୍ଯ୍ୟ ତାରି ସପକ୍ଷରେ ଘଟେ ।

ତେବେ ଏହି ଭିଡ଼ିଓଟି ଫେସବୁକରେ ନିଖୁଞ୍ଜ ସିଂ ନାମକ ଜଣେ ୟୁଜର ଶେୟାର କରିଛନ୍ତି । କିନ୍ତୁ ଭିଡ଼ିଓ ଦେଖିବା ପରେ, ଅନେକ ଲୋକଙ୍କ ବିଶ୍ଵାସ ଭଗବାନଙ୍କ ଉପରେ ବଢିଯାଇଛି । କେତେକଙ୍କୁ ତ ବିଶ୍ଵାସ ହିଁ ହେଉନି ଯେ ଏମିତି ଘଟି ଥାଇପାରେ ବୋଲି ।

ଭିଡ଼ିଓରେ ଆପଣ ଦେଖିପାରିବେ ଯେ ଏକ ଅଣ୍ଡରପାସ୍ ଅଛି । ଏଠାରେ ଅଣ୍ଡରପାସର ଡାହାଣ ପାର୍ଶ୍ୱରେ ଥିବା କାର ଆସି ଅଣ୍ଡରପାସ୍ ଭିତରକୁ ଯାଉଥିବା ବସ୍ ଉପରେ ପଡ଼ିଥାଏ । ଅଣ୍ଡରପାସ୍ ଭିତରକୁ ଯାଉଥିବା ବସ ଉପରେ ପଡ଼ିଯିବା ପରେ କାରଟି ବାଉନ୍ସ ହୋଇ ଅନ୍ୟ ପାର୍ଶ୍ୱରେ ଥିବା ଅଣ୍ଡରପାସ୍ ବାହାରକୁ ଯାଉଥିବା ଅନ୍ୟ ଏକ ବସ ଉପରେ ପଡ଼ିଛି । କିନ୍ତୁ ମାମଲା ଏଠାରେ ଶେଷ ହେଉନି । ଏଠାରେ ମଧ୍ୟ କାରଟି ବସରେ ବାଜି ଓହ୍ଲାଇ ଅଣ୍ଡରପାସର ଅନ୍ୟ ପାର୍ଶ୍ୱରେ ଥିବା ରାସ୍ତାକୁ ଚାଲିଯାଉଛି ।

ଏହାର ଅର୍ଥ ହେଉଛି ଏହି ଚମତ୍କାର କାର ଡ୍ରାଇଭର ଅଣ୍ଡରପାସ ବ୍ୟବହାର ନକରି ଗାଡ଼ି ଅତିକ୍ରମ ନକରି ଏକକାଳୀନ ଚାରୋଟି ରାସ୍ତା ଅତିକ୍ରମ କଲା । ଯଦିଓ କିଛି ଲୋକ ଏହାକୁ ସଂପାଦିତ ଏବଂ କୃତ୍ରିମ ବୋଲି କହୁଛନ୍ତି ଏବଂ କିଛି ଲୋକ କୁହନ୍ତି ଯେ ଏହା ସତ ହୋଇଥିଲେ ମଧ୍ୟ ବିଶ୍ୱାସ କରିବା କଷ୍ଟକର । ସ୍ଵାଭାବିକ ଭାବେ ଲୋକଙ୍କ ମନରେ ପ୍ରଶ୍ନ ଆସୁଛି ଯେ ଏକାସାଙ୍ଗରେ ଏତେ ସଂଖ୍ୟକ ସଂଯୋଗ କିପରି ହୋଇପାରେ !

Leave a Reply

Your email address will not be published. Required fields are marked *