ଜାତି ଭିତ୍ତିକ ସଂରକ୍ଷଣକୁ ନେଇ ପୁଣି ତେଜିଲା ଚର୍ଚ୍ଚା : ଜଷ୍ଟିସ କାଟଜୁ କହିଲେ …

ଦିଲ୍ଲୀ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଲ’ ସେଣ୍ଟରର ଆସିଷ୍ଟାଣ୍ଟ ପ୍ରଫେସର କୈଳାଶ ଜିଙ୍ଗର ଏକ ପ୍ରବନ୍ଧ ଲେଖିଥିଲେ ଯାହାର ଶୀର୍ଷକ ଥିଲା “ଦ’ ସୁପ୍ରିମ କୋର୍ଟ ମଷ୍ଟ ନୋଟ ଦ୍ୟାଟ ରିଜର୍ଭେସନ ଇଜ ଏ ଫଣ୍ଡାମେଣ୍ଟାଲ ରାଇଟ” । ଏହି ପ୍ରବନ୍ଧଟି ଅନଲାଇନ ପ୍ରକାଶିତ ହୋଇଥିଲା । ସମସ୍ତ ଜନସେବାର ପ୍ରତ୍ୟେକ ସ୍ତରରେ ପଛୁଆବର୍ଗଙ୍କ ପର୍ଯ୍ୟାପ୍ତ ପ୍ରତିନିଧିତ୍ୱ ଥାଏ ବୋଲି ପ୍ରଫେସର ଜିଙ୍ଗର ସେନେଇ ଓକିଲାତି କରିଥିଲେ ।   

କିନ୍ତୁ ଅବସର ପ୍ରାପ୍ତ ଜଷ୍ଟିସ କାଟଜୁ ଏହାର ଖଣ୍ଡନ କରି କହିଲେ, ଭାରତୀୟ ସମ୍ବିଧାନରେ ଜାତି ଭିତ୍ତିକ ସଂରକ୍ଷଣ ବାଧ୍ୟତାମୂଳକ ବୋଲି କୌଣସି ବ୍ୟବସ୍ଥା ନାହିଁ । ଧାରା ୧୫ (୪), ୧୬ (୪), ଏବଂ ୧୬ (୪ଏ) କେବଳ ବ୍ୟବସ୍ଥା ସକ୍ଷମ କରୁଛନ୍ତି । ଅବଶ୍ୟ, ପ୍ରଫେସର ଜିଙ୍ଗର ଧାରା ୧୪ ରେ ସମାନତାର ଅଧିକାରରୁ ସଂରକ୍ଷଣର ଆବଶ୍ୟକତା ପାଇବାକୁ ଚେଷ୍ଟା କରିଛନ୍ତି ମାତ୍ର ଏହାର ବାସ୍ତବତା କେତେଦୂର ? OBC ସଂରକ୍ଷଣ ବିଷୟରେ ଏକ ପ୍ରବନ୍ଧରେ ବିସ୍ତୃତ ଭାବରେ ବ୍ୟାଖ୍ୟା କରି କାଟଜୁ ଲେଖିଛନ୍ତି ଯେ ଆଜି OBC ମାନେ ପଛୁଆ ନୁହଁନ୍ତି (ଯଦିଓ ୧୯୪୭ ମସିହା ପୂର୍ବରୁ ଥିଲେ) । ତେଣୁ ସେମାନଙ୍କ ପାଇଁ ସଂରକ୍ଷଣ ସମ୍ପୂର୍ଣ୍ଣ ଅଯୌକ୍ତିକ ।  

ଏକଥା ସତ ଯେ ହରିଜନମାନଙ୍କୁ ବହୁ ଉଚ୍ଚ ଜାତିର ଲୋକ (ଏମିତିକି OBC) ମଧ୍ୟ ଭେଦଭାବ କରନ୍ତି । ତଥାପି ଶିକ୍ଷାନୁଷ୍ଠାନ କିମ୍ବା ଚାକିରିରେ ସେମାନଙ୍କ ପାଇଁ କୌଣସି ସଂରକ୍ଷଣ ରହିବା ଅନୁଚିତ୍ ବୋଲି ସ୍ପଷ୍ଟ କରିଛନ୍ତି ଜଷ୍ଟିସ କାଟଜୁ । ଧରି ନିଆଯାଉ ଗରିବ ଲୋକଙ୍କ ପିଲା ପାଖରେ ସ୍କୁଲ ପାଠ୍ୟ ପୁସ୍ତକ କିଣିବା ପାଇଁ ଟଙ୍କା ନଥାଇପାରେ । ତେଣୁ ସେମାନଙ୍କୁ ରାଜ୍ୟ ମାଗଣାରେ ପାଠ୍ୟ ପୁସ୍ତକ ଯୋଗାଇ ଦେବା ଉଚିତ୍ । ଯଦିଓ ଏହା ଜାତି ଭିତ୍ତିକ ସଂରକ୍ଷଣଠାରୁ ଭିନ୍ନ, ତଥାପି ଏହାକୁ ଦୃଢ ବିରୋଧ କରନ୍ତି ବୋଲି କହିଛନ୍ତି ଜଷ୍ଟିସ କାଟଜୁ କାରଣ :

ଜଷ୍ଟିସ ମାର୍କଣ୍ଡେ କାଟଜୁ ୨୦୧୧ ରେ ସୁପ୍ରିମକୋର୍ଟରୁ ଅବସର ନେଇଥିଲେ ଓ ତାଙ୍କ କହିବାନୁସାରେ ସଂରକ୍ଷଣରେ କେବଳ ୧ ପ୍ରତିଶତରୁ କମ୍ ହରିଜନ ଉପକୃତ ହୁଅନ୍ତି । ଭ୍ରମ ଯେ ସମସ୍ତ ହରିଜନ ଏଥିରେ ଉପକୃତ ହୁଅନ୍ତି । ଭାରତରେ ହରିଜନ ସଂଖ୍ୟା ପ୍ରାୟ ୨୨ କୋଟି, କିନ୍ତୁ ସେମାନଙ୍କ ପାଇଁ ସଂରକ୍ଷିତ ଚାକିରି ମାତ୍ର ଅଳ୍ପ କେତେ ଲକ୍ଷ ।

ଦୁଇଟି ମୁଖ୍ୟ କାରଣ ଯୋଗୁ ସରଂକ୍ଷଣ ହରିଜନଙ୍କୁ କ୍ଷତି ପହଞ୍ଚାଉଛି । ପ୍ରଥମତଃ ହରିଜନଙ୍କ ପ୍ରତି ଅନ୍ୟମାନଙ୍କ ମାନସିକ ଆଶ୍ରା ମନୋଭାବ ଯାହା ସେମାନଙ୍କୁ ଦୁର୍ବଳ କରେ । ଯୁବକମାନେ ଭାବନ୍ତି ଅଧ୍ୟୟନ କରିବା କି ପରିଶ୍ରମ କରିବା ଅନାବଶ୍ୟକ କାରଣ ଆଡମିଶନ କିମ୍ବା ଚାକିରି ସରଂକ୍ଷଣ ଯୋଗୁ ମିଳିଯିବ । ଯଦିଓ ବୌଦ୍ଧିକ ଭାବରେ ସେମାନେ ବି ସକ୍ଷମ ପ୍ରତିଯୋଗିତା ପାଇଁ । ଦ୍ଵିତୀୟତଃ ସଂରକ୍ଷଣ ବ୍ୟବସ୍ଥା ରାଜନୈତିକ ଶାସକଙ୍କ ପାଇଁ “ବିଭାଜନ ଏବଂ ଶାସନ” ନିତି ପାଳନ କରେ । SC / OBC ଏବଂ ଉଚ୍ଚ ଜାତି ମଧ୍ୟରେ ଶତ୍ରୁତା ସୃଷ୍ଟି କରେ ।

ଉଦାହରଣ ଦେବାକୁ ଯାଇ କାଟଜୁ କହିଛନ୍ତି ଯେ ଜଣେ ଉଚ୍ଚ ଜାତିର ଯୁବକ ୯୦ ପ୍ରତିଶତ ମାର୍କ ରଖି ବି ଆଡମିଶନ / ଚାକିରିରୁ ବଞ୍ଚିତ ହୋଇପାରେ ଓ ୪୦ ପ୍ରତିଶତ ମାର୍କ ରଖି SC / OBC ସଂରକ୍ଷଣ ଯୋଗୁ ଆଡମିଶନ / ଚାକିରି ପାଇ ଯାଇପାରେ । ଏହା ନିହାତି ଅସଙ୍ଗତ । ସେ ଆହୁରି ବି ଲେଖିଛନ୍ତି ଯେ ଭାରତର ବୃହତ ସମସ୍ୟାଗୁଡିକ କେବଳ ଏକ ଶକ୍ତିଶାଳୀ ମିଳିତ ଲୋକଙ୍କ ସଂଗ୍ରାମ ଦ୍ୱାରା ଦୂର ହୋଇପାରିବ ଯାହା ଦେଶକୁ ସଂପୂର୍ଣ୍ଣ ରୂପେ ରୂପାନ୍ତରିତ ଏବଂ ବିକଶିତ ଦେଶରେ ପରିଣତ କରିବ । ହେଲେ ସଂରକ୍ଷଣ ଆମକୁ ବିଭାଜନ କରେ ।

Leave a Reply

Your email address will not be published. Required fields are marked *