ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ମିଶ୍ରଙ୍କ ଘରେ ଏହି କାରଣରୁ ପହଞ୍ଚିଲା CBI ଦଳ

ରାଜ୍ୟରେ ସି-ସୋର ଚିଟ୍‌ଫଣ୍ଡ ମାମଲାରେ ଆରମ୍ଭ ହୋଇଯାଇଛି ପୁଣିଥରେ ଖୋଳତାଡ଼ । CBI ର ଏକ ୭ ଜଣିଆ ଦଳ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ମିଶ୍ରଙ୍କ ଘରେ ପହଞ୍ଚିଛନ୍ତି । ସୂଚନା ଅନୁଯାୟୀ ଦେବୀ ମିଶ୍ରଙ୍କ ଏକ ନମ୍ବରରେ ଥିବା ସରକାରୀ ବାସଭବନରେ, ଆଠଗଡ଼ରେ ଥିବା ନିଜ ଘର ଏବଂ ପଟିଆରେ ଥିବା ତାଙ୍କ ଭାଇଙ୍କ ଘରେ ଏକାସାଙ୍ଗରେ ଚଢଉ କରିଛି CBI ।

ତେବେ ସୂଚନାଥାଉ ଯେ ଚିଟ୍‌ଫଣ୍ଡ ଘୋଟାଲାର ତଦନ୍ତ ବେଳେ ପୂର୍ବରୁ ମନ୍ତ୍ରୀ ଓ ପୂର୍ବତନ ମନ୍ତ୍ରୀ, ବିଧାୟକ, ଅଫିସର, ପୂର୍ବତନ ଅଫିସର ଆଦି ଅନେକ ନାମିଦାମୀ ଲୋକଙ୍କ ଘରେ CBI ରେଡ୍‌ କରାଯାଇଥିଲା । ସି-ସୋର ସମେତ ଅନେକ ଚିଟ୍‌ଫଣ୍ଟ ଲିଙ୍କ ମାମଲାର ତଦନ୍ତ ଭାର ୨୦୧୪ରେ CBI କୁ ହସ୍ତାନ୍ତର କରାଯାଇଥିଲା । ସେତେବେଳେ ସି-ସୋର ଗ୍ରୁପ ପ୍ରାୟ ୫୦୦ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗ ହୋଇଥିଲା ।

Leave a Reply

Your email address will not be published. Required fields are marked *