ମହାରାଷ୍ଟ୍ରର ନାସିକ ସହରରୁ ସାମ୍ନାକୁ ଆସିଛି ଏକ ଅଦ୍ଭୁତ ଖବର । ଚକ୍କର ଖାଇ ଖସି ପଡ଼ିବା ପରେ ହେଉଛି ମୃତ୍ୟୁ । ଏହି ରହସ୍ୟମୟ ରୋଗର କାରଣକୁ ନେଇ ସହରର ଡାକ୍ତରମାନେ ବି ଚିନ୍ତାରେ । ହେଲେ ବର୍ତ୍ତମାନ ସହରରେ ପ୍ରବେଶ କରିଛି ଆଉ ଏକ ଅଦ୍ଭୁତ ରୋଗ ଯେଉଁଥିରେ ୫ ଜଣଙ୍କର ଜୀବନ ଗଲାଣି । ସହରର ଭିନ୍ନ ଭିନ୍ନ ଅଞ୍ଚଳରେ ୫ ଜଣ ଲୋକଙ୍କ ଛାତିରେ ଯନ୍ତ୍ରଣା ହେବା ପରେ ମୃତ୍ୟୁ ହୋଇଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଛି ।
ମିଳିଥିବା ସୂଚନା ଅନୁସାରେ ଅପ୍ରେଲ ୨୦ ତାରିଖରେ ଚକ୍କର ଖାଇ ବେହୋସ୍ ହେବାର ଗୋଟିଏ ଦିନରେ ୧୧ ଜଣଙ୍କ ମୃତ୍ୟୁ ସମସ୍ତଙ୍କୁ ହତବାକ୍ କରିଥିଲା ବେଳେ ଏହାର ପୂର୍ବ ସପ୍ତାହରେ ୧୩ ଜଣଙ୍କ ମୃତ୍ୟୁ ମଧ୍ୟ ସମାନ ଭାବରେ ହୋଇଥିଲା । ଏମିତିକି ଅପ୍ରେଲ ୧୫ ତାରିଖ ଦିନ ବି ୯ ଜଣ ଲୋକ ଏହି ଅଦୃଶ୍ୟ ରୋଗର ଶିକାର ହୋଇ ପ୍ରାଣ ହରାଇଥିବା ଖବର ମିଳିଛି । ଅର୍ଥାତ୍ ଦୁଇ ସପ୍ତାହ ମଧ୍ୟରେ ୨୪ ଜଣ ଲୋକଙ୍କ ଜୀବନ ଗଲାଣି ଏବଂ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ସମସ୍ତ ମୃତକ ଯୁବବର୍ଗର । କିଏ ରାସ୍ତାରେ ଚାଲୁଥିବା ବେଳେ ତ କିଏ ଘରେ ମୁଣ୍ଡ ବୁଲାଇ କଚାଡି ହେଇ ପଡୁଛି ଏବଂ ଜୀବନ ହାରୁଛି ।
ପ୍ରାରମ୍ଭିକ ଲକ୍ଷଣ ଦେଖି ଡାକ୍ତରମାନେ ଏହାକୁ ହିଟ୍ ଷ୍ଟ୍ରୋକ୍ ବୋଲି ଅନୁମାନ କରିଥିଲେ ହେଲେ ବର୍ତ୍ତମାନ ସୁଦ୍ଧା ଏହି ମୃତ୍ୟୁ ପଛରେ କାରଣ କଣ ତାହା ରହସ୍ୟ ହୋଇ ରହିଛି । ଡାକ୍ତରମାନେ ମଧ୍ୟ ପରାମର୍ଶ ଦେଉଛନ୍ତି ଯେ ଘରେ ରହି ହେଉ କି ଘରୁ ବାହାରିଲା ବେଳେ ହେଉ ପୂରା ନିଜର ପୁରା ଧ୍ୟାନ ରଖନ୍ତୁ ।