୫୯ ଟି ଚାଇନା ଆପ୍ ଉପରେ ଭାରତ କାହିଁକି ରୋକ୍ ଲଗାଇଲା : ଚୀନର ଏପରି ପ୍ରଶ୍ନରେ ପଢନ୍ତୁ ଭାରତ କି ଉତ୍ତର ଦେଲା

ଗତ ମାସ ଶେଷ ସପ୍ତାହରେ ଚୀନକୁ କଡ଼ା ଜବାବ ଦେଇଛି ଭାରତ । ୫୯ ଟି ଚାଇନା ଆପକୁ ଭାରତ ସରକାର ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ ଘୋଷଣା କରି ଆପଲ୍ ଆପ୍ ଷ୍ଟୋର୍ ଏବଂ ଗୁଗଲ୍ ପ୍ଲେ ଷ୍ଟୋର୍‌ରୁ ସେଗୁଡ଼ିକୁ ହଟାଇ ଦିଆଯାଇଛି । ଏମିତିକି ଏହି ଆପଗୁଡ଼ିକର ପ୍ରବେଶ ସଂପୂର୍ଣ୍ଣ ଭାବରେ ଅବରୋଧ କରାଯାଇଛି । ତେବେ ଏନେଇ ଚୀନ ଖୁବ୍ ଅସନ୍ତୁଷ୍ଟ ଜାହିର କରିବା ସହିତ ନୂଆଦିଲ୍ଲୀରେ ଅନୁଷ୍ଠିତ ଦ୍ୱିପାକ୍ଷିକ ବୈଠକରେ ଏ ପ୍ରସଙ୍ଗ ଉଠାଇଛି ।

ନ୍ୟୁଜ୍ ଏଜେନ୍ସି ANI ର ସରକାରୀ ସୂତ୍ର ଅନୁଯାୟୀ ବୈଠକରେ ଉଠିଥିବା ଏ ପ୍ରଶ୍ନର ଉତ୍ତର ରଖିଛି ଭାରତ ଓ ସ୍ପଷ୍ଟ କରିଛି ଯେ ଦେଶର ସୁରକ୍ଷା ନିମନ୍ତେ ଏପରି ପଦକ୍ଷେପ ନିଆଯାଇଛି । ଭାରତ ଆହୁରି ବି କହିଛି ଯେ ଦେଶର ନାଗରିକ ମାନଙ୍କ ସହିତ ଜଡ଼ିତ ତଥ୍ୟ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ତେଣୁ ଏହାର ସୁରକ୍ଷା ଦାୟିତ୍ୱ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।

ଜୁନ ୨୯ରେ ରୋକ୍ ଲଗାଯାଇଥିବା ଅଧିକାଂଶ ଆପ୍ ଅତୀତରେ ଗୁପ୍ତଚର ଏଜେନ୍ସି ଦ୍ଵାରା ମଧ୍ୟ ଦର୍ଶାଯାଇଥିଲା । କେବଳ ସେତିକି ନୁହେଁ ଆପ୍ ବ୍ୟବହାରକାରୀଙ୍କ ଠାରୁ ତଥ୍ୟ ସଂଗ୍ରହ କରି ଦେଶ ବାହାରକୁ ପଠାଇ ହୋଇଥିବା ଅଭିଯୋଗ ମଧ୍ୟ ପୂର୍ବରୁ ହେଇଥିଲା । ତେଣୁ ଦେଶର ଏକତା ଏବଂ ଅଖଣ୍ଡତା ବ୍ୟତୀତ ବ୍ୟବହାରକାରୀଙ୍କ ତଥ୍ୟର ଗୋପନୀୟତା ବଜାୟ ରଖିବା ମଧ୍ୟ ସରକାରଙ୍କ କର୍ତ୍ତବ୍ୟ । ସୂଚନା ପ୍ରଯୁକ୍ତି ଅଧିନିୟମର ଧାରା 69A ଅନୁଯାୟୀ ଆପଗୁଡ଼ିକୁ ନିଷେଧ କରାଯାଇଛି ଓ ଅଧିକାରଗତ ଏହି ବିଭାଗର କ୍ଷମତା ରହିଛି ଯିଏ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେବ ଓ ସେମାନଙ୍କ ତଥ୍ୟ କିପରି ଗୋପନୀୟ ରହିବ ସେନେଇ ପଦକ୍ଷେପ ନେବ ।

Leave a Reply

Your email address will not be published. Required fields are marked *