ଚାଇନାରେ ହୋଇଥିବା ଏକ ସର୍ଭେ ଅନୁଯାୟୀ, ଯଦି ବର୍ତ୍ତମାନ ସମୟରେ ଯୁଦ୍ଧ ହୁଏ ତେବେ ସି ଜିନପିଙ୍ଗଙ୍କୁ ପ୍ରାୟ ୭୦ ପ୍ରତିଶତ ଲୋକ ସମର୍ଥନ ଦେବେ ନାହିଁ । ଏମାନଙ୍କ ଭିତରୁ ଅଧିକାଂଶ ଲୋକ ସେଇମାନେ ଯିଏ ଜାଣିଛନ୍ତି ଯେ ଚୀନ ଲୁଚାଇ ରଖିଛି କରୋନାର ସତ ।
ଚୀନରେ କରୋନାକୁ ନେଇ ଯିଏ ସତ କହିବାକୁ ଚେଷ୍ଟା କରିଛି ସେ ନିଖୋଜ ହୋଇଯାଇଛି । ହିଟଲର ପରି ଜିନପିଙ୍ଗ କରୋନା ନେଇ ତଥ୍ୟ ଦେଉଥିବା ଲୋକଙ୍କୁ ରାସ୍ତାରୁ ହଟେଇ ଦେଉଛନ୍ତି । ସତ ଲୁଚାଇବାକୁ ଯାଇ ନିଜ ଦେଶର ନାଗରିକମାନଙ୍କ ଉପରେ ଅତ୍ୟାଚାର କରିଚାଲିଛନ୍ତି । କରୋନା ବିଷୟରେ ପ୍ରଥମେ ସୂଚନା ଦେଇଥିବା ଡାକ୍ତର ଲି ବେନଲିୟାଂଙ୍କୁ ଜେଲ ହେଇଥିଲା, ସାମ୍ବାଦିକ ଚେନ କୁଶୀ ନିଖୋଜ ହେଇଗଲେ ଆଉ ଏବେ ବ୍ୟବସାୟୀ ରେନ ଝିକିୟାଂଗ ବି ଅନ୍ତର୍ଧ୍ୟାନ ।
ରେନ ଝିକିୟାଂଗ ଚୀନ ସରକାରୀ ଜମିବାଡ଼ି ବ୍ୟବସାୟର ଜଣେ ବଡ଼ ଅଧିକାରୀ ଓ ଚୀନରେ ଶାସନ କରୁଥିବା କମ୍ୟୁନିଷ୍ଟ ଦଳର ବି ଜଣେ ବରିଷ୍ଠ ନେତା । ହେଲେ ୨୩ ଫ୍ରେବୃୟାରୀରେ ସେ ଜିନପିଙ୍ଗଙ୍କ ଭାଷଣର ଉତ୍ତରରେ ରଖିବାକୁ ଯାଇ ଲେଖିଲେ ଯେ ଯେତେବେଳେ ଜିନପିଙ୍ଗ କରୋନା ବିଷୟରେ କହୁଥିଲେ ସେ ଜଣେ ସମ୍ରାଟ ନୁହେଁ ବରଂ ଗୋଟିଏ ଜୋକର ଭଳି ଦିଶୁଥିଲେ । ଏହାସହିତ କମ୍ପାନୀ ତଥା କରୋନା ସଂଶ୍ଳିଷ୍ଟ କିଛି ତଥ୍ୟ ଦେବା ବଦଳେ ତାଙ୍କୁ ବିରାଟ ମୂଲ୍ୟ ଦେବାକୁ ହେଲା । ମାସେ ହେଲାଣି ତାଙ୍କର କୌଣସି ଖବର ନାହିଁ ।

ଚୀନରେ ମାନବାଧିକାରୀ କାର୍ଯ୍ୟକର୍ତ୍ତା ଜେନ୍ନିଫର ଜିଙ୍ଗ୍ ସୋସିଆଲ ମିଡ଼ିଆରେ ପୋଷ୍ଟ ମାଧ୍ୟମରେ ପ୍ରଶ୍ନ ଉଠାଇଥିଲେ ଚୀନ ଉପରେ । ସେ ଚୀନର ସିଚୁଆନର ବାସିନ୍ଦା ଓ ଚୀନ ସରକାରଙ୍କ ଦମନ ବିରୋଧରେ ସ୍ଵର ଉଠେଇ ଚାଲିଛନ୍ତି । ୨୦୦୧ ପରଠାରୁ ସେ ଅଷ୍ଟ୍ରେଲିଆରେ ଶରଣାର୍ଥୀର ଜୀବନ ଅତିବାହିତ କରୁଛନ୍ତି । ଏହିଭଳି ଏକ ସ୍ଵର ଥିଲା ଡାକ୍ତର ଲି ବେନଲିୟାଂଙ୍କର ।
୩୪ ବର୍ଷର ଲି ଉହାନ ମେଡ଼ିକାଲ ସେଣ୍ଟରରେ ଆଖି ଡାକ୍ତର ଥିଲେ ଯିଏ ଡିସେମ୍ବର ୩୦ ରେ ତାଙ୍କ ସାଥୀ ଡାକ୍ତରମାନଙ୍କୁ ପ୍ରଥମ ଥର ପାଇଁ କରୋନା ସମ୍ପର୍କିତ ସୂଚନା ଦେଇଥିଲେ ଓ ୪ ଦିନ ପରେ ଗୁଜବ କରୁଥିବା ଆରୋପରେ ତାଙ୍କୁ ପବ୍ଲିକ ସିକ୍ୟୁରିଟି ବ୍ୟୁରୋ ସମନ ଦେଲା । ୩୧ ଜାନୁୟାରୀରେ ଲି କରୋନା ପଜିଟିଭ ଜଣାପଡ଼ିଲେ ଓ ୭ ଫ୍ରେବୃୟାରୀରେ ସେ ପ୍ରାଣ ହରାଇଲେ ସେହି ଉହାନ ମେଡ଼ିକାଲରେ ।