ସମଗ୍ର ବିଶ୍ଵ କରୋନାର କରୁଣ ପରିସ୍ଥିତି ଦେଇ ଗତି କଲାବେଳେ ବିଶ୍ଵଯୁଦ୍ଧ ପ୍ରସ୍ତୁତିରେ ଚୀନ

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ବିଶ୍ଵ କରୋନା ସହିତ ସଂଘର୍ଷ କରୁଥିଲା ବେଳେ ବି କିଛି ଏମିତି ଦେଶ ଅଛନ୍ତି ଯେଉଁମାନେ ବିଧ୍ଵଂସକାରୀ ଅସ୍ତ୍ର ସହିତ ବିଶ୍ୱଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏମିତି ଦେଶମାନେ ହିଁ ପ୍ରକୃତରେ ଖଳନାୟକ ଓ ସେମାନଙ୍କ ଭିତରେ ପ୍ରଥମେ ଯାହାର ନାଁ ଆସୁଛି ସେ ହେଉଛି ଚୀନ । ବିଶ୍ୱରେ କରୋନା ବିସ୍ତାର କରୁଥିବା ଦେଶମାନଙ୍କ ମଧ୍ୟରେ ଚୀନ ପ୍ରଥମ ଏବଂ ଯେତେବେଳେ ସାରା ବିଶ୍ୱ କରୋନା ରୋକିବାକୁ ଟିକା ଖୋଜୁଛି, ଚୀନ ପରମାଣୁ ପରୀକ୍ଷା କରୁଛି ।

ଚାଇନାର ୱୁହାନ ସହରରୁ ବାହାରି କରୋନାଭାଇରସ ସମଗ୍ର ବିଶ୍ଵକୁ ବ୍ୟାପିଲା ଓ ମହାମାରୀର ରୂପ ନେଲା । ଯେତେବେଳେ ବିଶ୍ୱ ସାରା ଦେଶମାନେ ଏହି ଭାଇରସ ବିରୋଧରେ ଯୁଦ୍ଧ କରୁଛି ଚୀନ ସେହି ସମୟରେ ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଛି । ଶକ୍ତି ବଢେଇବା ଓ ପ୍ରଦର୍ଶନ କରିବା ଡ୍ରାଗନର ଏହି ନିଶା ଏ କରୋନାର ବିପତ୍ତି ସମୟରେ ବି କମ ହେଉନି ଯେଉଁଥିପାଇଁ ଚୀନ ଏବେ ବିଶ୍ଵ ଆଖିରେ ଖଳନାୟକ ସାଜିଛି ।

ଗୋଟିଏ ପଟେ ବିଶ୍ୱ କରୋନା ଟିକା ପ୍ରସ୍ତୁତ କରିବାକୁ ପ୍ରସ୍ତୁତ ହେଉଛି । କେତେକ ସ୍ଥାନରେ ପଶୁ ତ କେତେକ ସ୍ଥାନରେ ମଣିଷଙ୍କ ଉପରେ ପ୍ରସ୍ତୁତ କରୋନା ଟିକା ପରୀକ୍ଷଣ କରାଯାଉଛି । କିନ୍ତୁ ଏହି କଠୋର ସମୟରେ ଚୀନ ତାର ପରମାଣୁ ପରୀକ୍ଷା କରିବାରେ ବ୍ୟସ୍ତ । ଏହି ଖବର ଆମେରିକା ଏବଂ ଚୀନ ମଧ୍ୟରେ ପୂର୍ବରୁ ବୃଦ୍ଧି ପାଇଥିବା ଉତ୍ତେଜନାକୁ ଆହୁରି ବଢେଇପାରେ ।

ଚୀନର ଆଣବିକ ପରୀକ୍ଷଣକୁ ନେଇ ଆମେରିକାର ଗୃହ ବିଭାଗ ଅଭିଯୋଗ କରିଛି । ଅଭିଯୋଗ ହୋଇଛି ଯେ ଚୀନ ଭୂମି ତଳେ ଆଣବିକ ପରୀକ୍ଷଣ କରିଛି । ଚୀନ ନିମ୍ନମାନର ପରମାଣୁ ବୋମା ପ୍ରସ୍ତୁତ କରୁଛି । ଆମେରିକା ବୈଦେଶିକ ବିଭାଗ ଚୀନକୁ ଅଭିଯୋଗ କରିଛି ଯେ ଚୀନ ବିସ୍ଫୋରଣକୁ ନେଇ ହୋଇଥିବା ଚୁକ୍ତିନାମାକୁ ପାଳନ କରିବା କଥା କହୁଛି, ତଥାପି ସେପଟେ ନିମ୍ନମାନର ପରମାଣୁ ବୋମା ପରୀକ୍ଷା କରିଛି ।

ଚାଇନାର ଲୋପନୁର ପରୀକ୍ଷା ସ୍ଥାନ ଯେଉଁଠାରେ ଚୀନ ପରମାଣୁ ପରୀକ୍ଷଣ କରିଥାଏ । ଏକଦା ସେଠାରେ ଏକ ବଡ଼ ପୋଖରୀ ଥିଲା, କିନ୍ତୁ ଏହାର ନିଷ୍ଠୁର ଉଦ୍ଦେଶ୍ୟ ପାଇଁ ଚୀନ ପୋଖରୀକୁ ଶୁଖାଇ ଏଠାରେ ପରମାଣୁ ପରୀକ୍ଷା କରିବା ଆରମ୍ଭ କଲା । ଚୀନ ଲୋପନୁର ପରୀକ୍ଷା ସ୍ଥାନରେ ବର୍ଷେ ହେଲାଣି ପ୍ରସ୍ତୁତି ଚଳାଇଛି । ଲୋପନୁର ପରୀକ୍ଷା ସ୍ଥାନ ବ୍ୟାପକ ଭାବେ ଖୋଳାଯାଇଛି ଓ ଆଣବିକ ପରୀକ୍ଷଣକୁ ନେଇ ଚୀନ ସ୍ୱଚ୍ଛ ନୁହେଁ । ଚୀନ୍ ଏବଂ ପାକିସ୍ତାନ ମିଳିତ ଭାବେ ନିମ୍ନମାନର ପରମାଣୁ ବୋମା ଉପରେ କାମ କରୁଛନ୍ତି ଯାହା ପରୀକ୍ଷଣରେ ସନ୍ଦେହ କରାଯାଉଛି ଏବଂ ଏକ ଛୋଟ ଅଞ୍ଚଳକୁ ଟାର୍ଗେଟ୍ କରିବା ସହଜ ଅଟେ ।

Leave a Reply

Your email address will not be published. Required fields are marked *