ଏହି କାରଣ ଯୋଗୁ ଚୀନର ୱୁହାନ ସହରରେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ବଢି ଯାଇଛି ୫୦ ପ୍ରତିଶତ

ଚୀନର ୱୁହାନ ସହର ଯିଏ ମହାମାରୀ କରୋନାଭାଇରସର ଉତ୍ପତ୍ତି ସ୍ଥଳ, ସେଠାରେ ମୃତ୍ୟୁ ସଂଖ୍ୟାକୁ ସଂଶୋଧନ କରାଯାଇଛି । ମୋଟାମୋଟି ୧୩୦୦ ଜଣଙ୍କର ମୃତ୍ୟୁ ହୋଇଥିବାବେକେ ଅଧିକାରୀଙ୍କ କହିବାନୁଯାୟୀ ବିଳମ୍ବ ଓ ଛାଡ଼ି ହେଇଯାଇଥିବା ଯୋଗୁ ସେଗୁଡ଼ିକ ଗଣା ଯାଇନାହିଁ ।

ଆଜି ଶୁକ୍ରବାର ୱୁହାନ ସହରର ମୃତ୍ୟୁ ସଂଖ୍ୟାରେ ୧୨୯୦ ଜଣଙ୍କ ମୃତ୍ୟୁ ଯୋଡ଼ି ହେଲା ପରେ ସମୁଦାୟ ୫୦୩୩୩ ସଂକ୍ରମଣ ଏବଂ ୩୮୬୯ ଜଣଙ୍କର ମୃତ୍ୟୁ ଘଟିଛି । ଭୁଲ୍ ରିପୋର୍ଟ, ବିଳମ୍ବ ଏବଂ ମାମଲାଗୁଡ଼ିକର ତ୍ରୁଟି ସମାଧାନ ପାଇଁ ଏହି ସଂଶୋଧନ ଆବଶ୍ୟକ ଥିଲା ବୋଲି ସହରର ଅଧିକାରୀମାନେ କହିଛନ୍ତି । ସଂଶୋଧନ ପରେ ନୂତନ ସଂଖ୍ୟା କହୁଛି ଯେ ୱୁହାନରେ ମୃତକଙ୍କ ସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି ପାଇଛି ।

ୱୁହାନର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ମହାମାରୀ ପ୍ରାରମ୍ଭିକ ପର୍ଯ୍ୟାୟରେ ଆଡମିଶନ ଏବଂ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ କ୍ଷମତା ନଥିବାରୁ ଅଳ୍ପ ସଂଖ୍ୟକ ଚିକିତ୍ସା ପ୍ରତିଷ୍ଠାନ ରୋଗ ନିରାକରଣ ଏବଂ ନିୟନ୍ତ୍ରଣ ସୂଚନା ପ୍ରଣାଳୀ ସହିତ ଠିକ୍ ସମୟରେ ସଂଯୋଗ କରିବାରେ ବିଫଳ ହୋଇଥିଲେ । ପରିସଂଖ୍ୟାନ ସଂଶୋଧନ ଏହି ଆକଳନକୁ ସଂଶୋଧନ କରିବା ପାଇଁ କରାଯାଇଥିଲା ।

ୱୁହାନରେ କରୋନାଭାଇରସ୍ ମହାମାରୀ ଗତ ବର୍ଷର କିଛି ସମୟ ପରେ ସହରର ଏକ ବନ୍ୟଜନ୍ତୁ ବଜାର ସହିତ ଜଡିତ ଥିବା ଅଭିଯୋଗ ହୋଇଥିଲା । ଏହି ରୋଗ ବିଶ୍ୱ ସ୍ୱାସ୍ଥ୍ୟ ସଙ୍କଟରେ ଅଗ୍ରଗତି କରି ୨.୧ ମିଲିୟନରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିସାରିଛି । ସାରା ବିଶ୍ୱରେ ପ୍ରାୟ ୧,୪୫,୦୦୦ ଲୋକ ପ୍ରାଣ ହରାଇ ସାରିଛନ୍ତି ।

ମାର୍ଚ୍ଚ ମାସରେ ପ୍ରାୟ ୮୫,୦୦୦ ମାମଲା ସହିତ କ୍ରମାଗତ ଭାବରେ ଆକ୍ରମଣାତ୍ମକ ସଙ୍ଗରୋଧ ପଦକ୍ଷେପମାନ ନେଇ ଚୀନ ଏହି କରୋନା ଭାଇରସ ବିସ୍ତାର ରୋକିବାକୁ ଏକପ୍ରକାର ସକ୍ଷମ ହୋଇଥିଲା । ଗତ ସପ୍ତାହରେ ଚୀନରେ କେବଳ ନୂତନ ରୋଗୀଙ୍କ ହାବଭାବ ଦେଖାଯାଉଥିଲାବେଳେ ୟୁରୋପ ଏବଂ ଆମେରିକା କରୋନା ରୋଗର ସାଂଘାତିକ ହଟସ୍ପଟ ପାଲଟିଥିଲେ ।  

ଚୀନର ତୁଳନାତ୍ମକ ଭାବେ ମୃତ୍ୟୁ ସଂଖ୍ୟା କମ, ଅନ୍ୟର୍ଥରେ ମୋଟାମୋଟି ୫୦୦୦କୁ ଅତିକ୍ରମ କରିନାହିଁ ଯେଉଁଟା ଆମେରିକାର ଅଧିକାରୀଙ୍କ ଅଭିଯୋଗକୁ ପ୍ରୋତ୍ସାହିତ କରିଛି । ଅଭିଯୋଗ ହେଉଛି ଯେ ବହୁସଂଖ୍ୟାରେ ମୃତ୍ୟୁକୁ ନୂତନ ମାମଲା ବୋଲି କହିଛି ଏବଂ ବେଜିଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ଷଡଯନ୍ତ୍ର କରି ଏହାର ସଙ୍କଟର ପରିମାଣକୁ ଲୁଚାଇ ରଖିଛି । ଯଦିଓ ଏ କଥାକୁ ସମର୍ଥନ କରିବାକୁ ସାମାନ୍ୟ ପ୍ରମାଣ ସାମ୍ନାକୁ ଅଣା ଯାଇଛି ।

ଏକ ଦେଶବ୍ୟାପୀ ସଙ୍ଗରୋଧ ବିଷୟରେ ଉଲ୍ଲେଖ କରିବାବେଳେ କଣ୍ଟେନମେଣ୍ଟ ପଦକ୍ଷେପଗୁଡିକ ମୁଖ୍ୟତଃ ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରେ । ଆମେରିକା କରୋନା ବିସ୍ତାରକୁ ନିୟନ୍ତ୍ରଣରେ ରଖିବା ପାଇଁ ସଂଘର୍ଷ କରିଚାଲିଛି । ଅର୍ଥନୀତିକୁ ପୁନଃ ଖୋଲିବାକୁ ହ୍ଵାଇଟ ହାଉସର ଧୈର୍ଯ୍ୟହୀନତା ସତ୍ତ୍ୱେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଦିନ ରାଜ୍ୟଗୁଡିକୁ ନିଷ୍ପତ୍ତି ନେବାକୁ ଅନୁମତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *