ଅଧିକାଂଶ ଭାରତୀୟ ଯୁବପିଢିଙ୍କ ମୋବାଇଲରେ ଏବେ ଏହି ନୂଆ ଚାଇନିଜ୍ ଆପ୍ ! ପଢନ୍ତୁ ଏହା ପଛର କାରଣ

ଦେଶ ସାରା ଲକଡାଉନ କଟକଣା ଓ କରୋନା ମୁକାବିଲା ଭିତରେ ଭାରତୀୟ ଯୁବପିଢ଼ିଙ୍କ ପାଇଁ ମନୋରଞ୍ଜନ ସତେଯେମିତି ପ୍ରାଥମିକତା ପାଲଟିଛି । ଦେଶପ୍ରେମ ବଦଳେ ସେମାନଙ୍କୁ ଚାଇନିଜ ମୋବାଇଲ ଆପ ବେଶୀ ଆକର୍ଷିତ କରୁଛି । କାରଣ ଅନେକେ ସହଜେ ଶତ୍ରୁ ଦେଶର ଆପ୍ ଏବଂ ସାମଗ୍ରୀର ବ୍ୟବହାର ଛାଡ଼ି ପାରୁନାହାନ୍ତି ନାହାନ୍ତି ।  

ଏଇ କିଛି ଦିନ ତଳେ ଯେଉଁ ଚୀନ ଆମ ଦେଶର ସୀମା ଉପରେ ଛିଡ଼ା ହୋଇ ଯୁଦ୍ଧ କରିବାକୁ ପଛାଇଲାନି ଓ ଛଳନା କରି ଭାରତୀୟ ଯବାନମାନଙ୍କ ଜୀବନ ନେଲା ସେହି ଶତ୍ରୁ ଦେଶ ଚୀନର ଅର୍ଥବ୍ୟବସ୍ଥାକୁ ସୃଦୃଢ଼ କରୁଛନ୍ତି ଆମ ଦେଶ ଯୁବପିଢ଼ି । ଟିକଟକ ଆପ୍ ବ୍ୟାନ ହେଲା ପରେ ଟିକଟକ ପରି ଆଉଏକ ଆପକୁ ପୁଣିଥରେ ବହୁଳ ଭାବରେ ଡାଉନଲୋଡ଼ କରିବା ଆରମ୍ଭ କରିଦେଇଛନ୍ତି ଆମ ଯୁବପିଢ଼ି ବର୍ଗ ।

ସୂଚନା ଅନୁଯାୟୀ ଏହି ମ୍ୟୁଜିକାଲ ଆପ ସ୍ନାକ୍ ଭିଡ଼ିଓ ସହିତ ଚୀନ ପରୋକ୍ଷ ଭାବରେ ଜଡ଼ିତ ଥିବାବେଳେ ଆମ ଭାରତର କିଛି ଲୋକଙ୍କ ପାଇଁ ଦେଶପ୍ରେମ ଅପେକ୍ଷା ମନୋରଞ୍ଜନ ପ୍ରାଥମିକତା  ହୋଇଯାଇଛି । ଏହି ସ୍ନାକ୍ ଭିଡ଼ିଓ ଏକ ସର୍ଟ ଭିଡ଼ିଓ ଆପ୍ । ପୂର୍ବ ଟିକଟକ ଆପ୍ ପରି ସମସ୍ତ ଫିଚର୍ସ ରହିଛି ଏଥିରେ । ଏମିତିକି ଟିକଟକରେ ସୁଟ୍ ହୋଇଥିବା ସମାନ ଭିଡ଼ିଓ, ସମାନ ସେଲିବ୍ରିଟି ଏବଂ ସେମାନଙ୍କର ଫ୍ୟାନ୍ ଫୋଲୟର୍ସ ସବୁ କିଛି ସମାନ ଏହି ଆପରେ ।

ସବୁଠାରୁ ଦୁଃଖଦ ବିଷୟ ଯେ ଏହି ଚାଇନିଜ୍ ଆପକୁ ଗୁଗୁଲ୍ ପ୍ଲେ-ଷ୍ଟୋରକୁ ଯାଇ ୫୦ ମିଲିୟନରୁ ଅଧିକ ଭାରତୀୟ ଉପଭୋକ୍ତା ଡାଉନଲୋଡ୍ କରିସାରିଲେଣି ଓ ଏହି ଆପ୍ ୪.୪ ପଏଣ୍ଟ ରେଟିଂ ମଧ୍ୟ ପାଇଲାଣି । ଏକ ବହୁତ ଭଲ ଆପ୍ ବୋଲି ମନ୍ତବ୍ୟ ବିଭାଗରେ ଉପଭୋକ୍ତାମାନେ ରେଟିଂ କରିଚାଲିଛନ୍ତି । ପୁଣିଥରେ ସମୟ ଅପଚୟ କରିବା ସହିତ ଶତ୍ରୁ ଦେଶର ଅର୍ଥ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଲାଗି ପଡ଼ିଛନ୍ତି ଆମ ଦେଶର ଯୁବପିଢ଼ି । 

Leave a Reply

Your email address will not be published. Required fields are marked *