ଏହି ରାଜ୍ୟରେ ସିଭିଲି ସର୍ଭିସ ଆଶାୟୀଙ୍କୁ ହେଲା ଲାଠିମାଡ଼ , ଜାଣନ୍ତୁ କେଉଁଠି..

ସଂସ୍କାର : ବିହାର ପବ୍ଲିକ୍‌ ସର୍ଭିସ କମିଶନ (ବିପିଏସ୍‌ସି) ପରୀକ୍ଷାରେ ନୂଆ ଫର୍ମାଟକୁ ବିରୋଧରେ କରି ବୁଧବାର ପାଟନାସ୍ଥିତ କମିଶନଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ରୀଛାତ୍ରଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ଲାଠିମାଡ଼ କରିଛି।

ଏଥିରେ ଅନେକ ପିଲା ଆହତ ହୋଇଛନ୍ତି। ପୂର୍ବରୁ ବିପିଏସ୍‌ସି ପରୀକ୍ଷା ଗୋଟିଏ ସିଟିଂରେ ହେଉଥିବାବେଳେ ଏବେ ତାହା ଦୁଇଟି ଅଲଗା ଦିନରେ ହେଉଥିବାରୁ ଆଶାୟୀମାନେ ଏହାକୁ ବିରୋଧ କରୁଛନ୍ତି।

ହଠାତ୍‌ ନୂଆ ଫର୍ମାଟ ପାଇଁ ପ୍ରସ୍ତୁତ ହେବାକୁ ଯଥେଷ୍ଟ ସମୟ ମିଳୁ ନ ଥିବା ସେମାନେ ଅଭିଯୋଗ କରି ଏହାକୁ ପ୍ରତ୍ୟାହାର ଦାବି କରିଥିଲେ। ଖବର ଅନୁଯାୟୀ ୮୦୪ ପଦବୀ ଲାଗି ବିପିଏସ୍‌ସି ପ୍ରିଲିମ୍‌ ପରୀକ୍ଷା ସେପ୍ଟେମ୍ବର ୨୦ ଏବଂ ୨୨ରେ ହେବାକୁ ଥିବାବେଳେ ଏଥିପାଇଁ ୬.୦୨ ଲକ୍ଷ ଛାତ୍ରୀଛାତ୍ର ଆବେଦନ କରିଥିଲେ। ପେପର ଲିକ୍‌ ପରେ କର୍ତ୍ତୃପକ୍ଷ ପରୀକ୍ଷା ଫର୍ମାଟ ବଦଳାଇ ଦେଇଛନ୍ତି।

Leave a Reply

Your email address will not be published. Required fields are marked *