ମୁଖ୍ୟମନ୍ତ୍ରୀ ଦେଲେ ବଡ଼ ଚେତାବନୀ : ଏହି ସ୍ଥାନରେ ହେବ ନାହିଁ ଭାରତ ବନ୍ଦ, ଜବରଦସ୍ତି କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

କେନ୍ଦ୍ର ସରକାରଙ୍କ ନୂତନ କୃଷି ନିୟମ ବିରୋଧରେ କୃଷକମାନେ ଡିସେମ୍ବର ୮ ଅର୍ଥାତ୍ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହାକୁ ନେଇ ଗୁଜରାଟର ୨୩ ଟି କୃଷକ ଗୋଷ୍ଠୀ ଗୁଜୁରାଟ ଖେଡୁଟ୍ ସଂଗଠନ ସମିତି ନାମକ ଏକ ସଂଗଠନ ଗଠନ କରି ଏହି ଆନ୍ଦୋଳନକୁ ସମର୍ଥନ କରିଛନ୍ତି । ହେଲେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ସୋମବାର ଦିନ ଗୋଟିଏ ବଡ଼ ଚେତାବନୀ ଦେଇ କହିଛନ୍ତି ଯେ କୃଷକମାନଙ୍କ ତରଫରୁ ଭାରତ ବନ୍ଦ ଘୋଷଣାକୁ ଗୁଜରାଟ ସମର୍ଥନ କରୁନାହିଁ । ଯଦି କେହି ଦୋକାନ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନକୁ ଜବରଦସ୍ତ ବନ୍ଦ କରିବାକୁ ଚେଷ୍ଟା କରନ୍ତି, ତା’ହେଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଜେ ସାଧାରଣ ଓ ନିରୀହ କୃଷକଙ୍କୁ ବ୍ୟବହାର କରି କଂଗ୍ରେସ ହିଁ ତାର ରାଜନୀତି କରୁଛି । ଏହା କେବଳ ଏକ କୃଷକ ଆନ୍ଦୋଳନ ହୋଇ ରହି ନାହିଁ ବରଂ ଏକ ଜାତୀୟ ଆନ୍ଦୋଳନରେ ପରିଣତ ହୋଇସାରିଲାଣି । କାରଣ ଆସନ୍ତାକାଲି ହେବାକୁ ଥିବା ଆନ୍ଦୋଳନରେ ସବୁ ବଡ଼ ବଡ଼ ରାଜନୈତିକ ଦଳ ସାମିଲ ହେଉଛନ୍ତି । ଯେଉଁ କଂଗ୍ରସ ଦିନେ କୃଷକ ଆଇନରେ ପରିବର୍ତ୍ତନ ଆଣିବା ନେଇ ନିର୍ବାଚନୀ ଇସ୍ତାହାରରେ ପ୍ରସ୍ତାବ ରଖିଥିଲା । ସେ ନିଜେ କାହିଁକି ଓ କେମିତି ଭଲା ଏହି ଆଇନକୁ ବିରୋଧ କରୁଛି ?

ତେବେ ବିଜୟ ରୁପାନି କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ କଂଗ୍ରେସକୁ ମୁଁ ପଚାରିବାକୁ ଚାହୁଁଛି ଯେ ୨୦୧୯ ରେ କଂଗ୍ରେସ କରିଥିବା ମନିଫେଷ୍ଟୋ ଖୋଲି ଦେଖନ୍ତୁ ଯେଉଁଥିରେ ସେ ନିଜେ କହିଥିଲେ ଯଦି କଂଗ୍ରେସ ଦଳ କ୍ଷମତାକୁ ଆସେ ତେବେ ଏହା ଏପିଏମସି ଆକ୍ଟକୁ ରଦ୍ଦ କରିବ । ଆଜି ଯେତେବେଳେ ଭଜପା ସରକାର ଏହା କରୁଛି ସେ ସମୟରେ ରାହୁଲ ଗାନ୍ଧୀ ଚାଷୀଙ୍କୁ ଅଯଥା ଉସକାଉଛନ୍ତି ।

Leave a Reply

Your email address will not be published. Required fields are marked *