“ଗାଈ ବଞ୍ଚାଅ” ପଦ ଯାତ୍ରାକୁ ଅଟକାଇଲା ପୋଲିସ : କଂଗ୍ରେସ ରାଜ୍ୟ ସଭାପତି ଗିରଫ

କୃଷକ ଆନ୍ଦୋଳନ ମଧ୍ୟରେ ଉତ୍ତରପ୍ରଦେଶ କଂଗ୍ରେସ ଏକ “ଗାଈ ବଞ୍ଚାଅ” ଯାତ୍ରା ବାହାର କରିଛି । କଂଗ୍ରେସ ରାଜ୍ୟ ସଭାପତି ଅଜୟ କୁମାର ଲାଲୁଙ୍କ ନେତୃତ୍ୱରେ ଏହି ଯାତ୍ରା ଆରମ୍ଭ ହୋଇଥିଲା ବେଳେ ଲଲିତପୁର ଠାରେ ଏଥିରେ ରୋକ୍ ଲଗାଇଛି ପୋଲିସ । ଫଳରେ ଯାତ୍ରାରେ ସାମିଲ ଥିବା କଂଗ୍ରେସ କର୍ମୀଙ୍କ ସହିତ ପୋଲିସ ଭିତରେ ବିତଣ୍ଡା ହେଲା ।ଶେଷରେ ପୋଲିସ ଅଜୟ କୁମାର ଲାଲୁଙ୍କୁ କଷ୍ଟୋଡ଼ିକୁ ନେଇଛି ।

ସୂଚନାନୁସାରେ, ଲଲିତପୁର ପୋଲିସ କଂଗ୍ରେସର “ଗାଈ ବଞ୍ଚାଅ”କୁ ଅଟକାଇବାକୁ ଚେଷ୍ଟା କରିଥିଲା । ଶାନ୍ତିପୂର୍ଣ୍ଣ ପଦଯାତ୍ରାରେ ବାଧା ନଦେବାକୁ କଂଗ୍ରେସର ରାଜ୍ୟ ସଭାପତି ପୋଲିସ ପ୍ରଶାସନକୁ ନିବେଦନ କରିଥିଲେ । ହେଲେ ଏ ସମୟରେ ଯାତ୍ରାରେ ସାମିଲ କଂଗ୍ରେସ କର୍ମୀମାନେ ପୋଲିସ କର୍ମଚାରୀଙ୍କ ସହିତ ପାଟିତୁଣ୍ଡ ଆରମ୍ଭ କରିଦେଇଥିଲେ ।

କୁହାଯାଉଛି ଯେ କଂଗ୍ରେସ ରାଜ୍ୟ ସଭାପତି ଅଜୟ କୁମାର ଲାଲୁଙ୍କ ଏହି ପଦ ଯାତ୍ରା ବୁନ୍ଦେଲଖଣ୍ଡରେ ୭ ଦିନ ଚାଲିବ । ଉତ୍ତର ପ୍ରଦେଶରେ ଗାଈମାନଙ୍କ ଦୁର୍ଦ୍ଦଶାକୁ ନେଇ କଂଗ୍ରେସ ଯୋଗୀ ସରକାର ବିରୋଧରେ ସାମ୍ମୁଖ୍ୟ ଖୋଲିଦେଇଛି । ରାଷ୍ଟ୍ରୀୟ ମହାସଚିବ ତଥା ୟୁପି ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧୀ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଏକ ଚିଠି ଲେଖିଛନ୍ତି ଏବଂ ଉତ୍ତର ପ୍ରଦେଶ କଂଗ୍ରେସ ଲଲିତପୁରରୁ ଚିତ୍ରକୋଟ ପର୍ଯ୍ୟନ୍ତ ୭ ଦିନିଆ “ଗାଈ ବଞ୍ଚାଅ” ପଦ ଯାତ୍ରା ହେବ ବୋଲି ଘୋଷଣା କରିଥିଲେ ।

ସୂଚନାଥାଉ ଯେ ଘୋଷଣା ଅନୁସାରେ କଂଗ୍ରେସର ସଭାପତି ଅଜୟ କୁମାର “ଗାଈ ବଞ୍ଚାଅ”ର ପଦ ଯାତ୍ରା ଗାଈଙ୍କ ଅସ୍ଥିକୁ ମୁଣ୍ଡରେ ଥୋଇ ପଦ ଯାତ୍ରା ଆରମ୍ଭ କରିବେ ଏବଂ ତାହା ଡେଲୱାରା ଗାଁରୁ ଆରମ୍ଭ ହୋଇଛି । ଏମିତି କରିବା ଦ୍ଵାରା ସରକାର କରିଥିବା ପାପର ପ୍ରାୟଶ୍ଚିତ ହେବ । ଏମିତିକି ଏହାର ପାପ ସାଧାରଣ ଜନତାଙ୍କୁ ବି ନ ଲାଗୁ ।

Leave a Reply

Your email address will not be published. Required fields are marked *