କଂଗ୍ରେସ ବିଧାୟକଙ୍କ ଅଜବ ଦାବି : କହିଲେ ମଦ ପିଇଲେ ଦୂର ହେବ କରୋନା, ମଦ ଦୋକାନ ଖୋଲାଯାଉ

ଜୟପୁର: କରୋନାଭାଇରସ ସଂକ୍ରମଣ ରୋକିବାକୁ ସମଗ୍ର ଦେଶରେ ଚାଲିଛି ଲକଡାଉନ ନିୟମ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଏଥିପାଇଁ ଅନେକରେ ଲାଗିଛି ପ୍ରତିବନ୍ଧକ । ସେଥିମଧ୍ୟରେ ମଦ ବିକ୍ରି ଉପରେ ବି ନିଷେଧାଦେଶ ରହିଛି । ଏହି ସମୟରେ, ରାଜସ୍ଥାନର କୋଟାର ସାଙ୍ଗୋଦ ବିଧାନସଭା ଆସନରୁ କଂଗ୍ରେସ ବିଧାୟକ ଭାରତ ସିଂହ କୁନ୍ଦନପୁର, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତଙ୍କୁ ମଦ ଦୋକାନ ଖୋଲିବାକୁ ଚିଠି ଲେଖି ଆବେଦନ କରିଛନ୍ତି । ଚିଠିରେ ସେ ଲେଖିଛନ୍ତି ଯେ ମଦ୍ୟପାନ କରୋନାଭାଇରସ ଦୂର କରିବ ।

ବିଧାୟକ ଭାରତ ସିଂହ କୁନ୍ଦନପୁର ଚିଠିରେ ଲେଖିଛନ୍ତି ଯେ ମଦରେ ହାତ ଧୋଇଲେ ଯଦି କରୋନାଭାଇରସରୁ ମୁକ୍ତ ହେଇ ହେଉଛି ତେବେ ମଦ ପିଇଲେ ମଧ୍ୟ ସେ ଗଳାକୁ ଯାଇ କରୋନାଭାଇରସକୁ ମାରିଦେବ । ସେ ଆହୁରି ବି ଲେଖିଛନ୍ତି ଯେ, ମଦ ବ୍ୟବସାୟମାନଙ୍କ ପାଇଁ ମଦ ବିକିବା ଗୋଟେ ସ୍ଵରୋଜଗାର ଯୋଜନା ଅଟେ ଓ ପଇସା ରୋଜଗାର କରିବାର ସୁବର୍ଣ୍ଣ ସୁଯୋଗ ବି । ବଜାରରେ ମଦର ଚାହିଦା ବହୁଳ ଅଟେ । ଲକଡାଉନ ହେତୁ ରାଜ୍ୟ ସରକାରଙ୍କର ରାଜସ୍ୱରେ ବି କ୍ଷତି ହେଉଛି । ଏହାସହିତ ମଦ ବିନା ମଦ ପିଉଥିବା ଲୋକର ସ୍ୱାସ୍ଥ୍ୟ ବି  ଠିକ ରହୁନି ।

ମଦର କୁଖ୍ୟାତ ଯୋଗୁ କେନ୍ଦ୍ର ସରକାର ଏହାର ବିକ୍ରିକୁ ଅନୁମତି ଦେବେ ନାହିଁ, ଏପରି ପରିସ୍ଥିତିରେ ରାଜ୍ୟ ସରକାରଙ୍କୁ କିଛି ପଦକ୍ଷେପ ନେବାକୁ ପଡ଼ିବ । ଦେଶରେ ଲକଡାଉନ୍ ଘୋଷଣା କରାଯାଇଥିବାରୁ ମଦ ଦୋକାନ ବନ୍ଦ ରହିଛି । କେବଳ ଅଳ୍ପ କେତେଟା ଜରୁରୀ ଜିନିଷ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । କିନ୍ତୁ ମଦ୍ୟପାନ ଉପରେ ସରକାର ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛନ୍ତି ।

Leave a Reply

Your email address will not be published. Required fields are marked *