ନୂଆଦିଲ୍ଲୀ: କରୋନାର କରାଳ ଚକ୍ରଭ୍ୟୁରେ ସମଗ୍ର ବିଶ୍ୱ କବଳିତ । ଚୀନ, ୟୁରୋପ, ଆମେରିକା, ସ୍ପେନ ଭଳି ଦେଶରେ ଶବଗୁଡ଼ିକର ପ୍ରାକୃତିକ ପାହାଡ଼ ତିଆରି ହେଇ ଚାଲିଛି । କିନ୍ତୁ ଭାରତ ଏବେ ବି ନିୟନ୍ତ୍ରଣରେ ରହିଛି । ଲାଗୁଛି ଯେମିତି କରୋନା ଭାରତରେ ତା କାୟା ମେଲେଇବାରେ ବିଫଳ ହୋଇଛି । କେତୋଟି ଗୁରୁତ୍ୱପୂର୍ଣ୍ଣ ସୂଚନାଗୁଡିକ ହେଲା –
୧. ତଥ୍ୟ ଆଧାରରେ ଏହା ପ୍ରମାଣିତ ହୋଇଛି ଯେ ବର୍ତ୍ତମାନ ଭାରତରେ କରୋନାର ଗତି ମନ୍ଥର ହେଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଲଭ ଅଗ୍ରୱାଲ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ଭାରତରେ କରୋନା ପରୀକ୍ଷା ବୃଦ୍ଧି ହେଉଥିଲାବେଳେ କୋଭିଡ଼-୧୯ ମାମଲାରେ ୪୦ ପ୍ରତିଶତ ହ୍ରାସ ଘଟିଛି । ଅପ୍ରେଲ ୧ର ରେକର୍ଡ ଅନୁଯାୟୀ ବର୍ତ୍ତମାନ କରୋନା ମାମଲା ୧.୨ ଅଛି ଯେତେବେଳେ କି ପୂର୍ବରୁ ଅର୍ଥାତ ମାର୍ଚ୍ଚ ୧୫ରୁ ୩୧ ମଧ୍ୟରେ ତାହା ୨.୧ ତୁଳନାରେ ପ୍ରାୟ ଦୁଇ ଗୁଣ ଥିଲା ।

ଲକଡାଉନର ୩ ଦିନ ପୂର୍ବରୁ କରୋନାଭାଇରସ ଦ୍ୱିଗୁଣ ବେଗରେ ବୃଦ୍ଧି ପାଉଥିଲା । କିନ୍ତୁ ଯଦି ବିଗତ ୭ ଦିନର ଆକଳନକୁ ଦେଖିବା, କରୋନା ମାମଲା ଦ୍ୱିଗୁଣିତ ହେବା ପାଇଁ ହାରାହାରି ୬.୨ ଦିନ ଲାଗୁଛି । ଅର୍ଥାତ୍ କରୋନା ବିସ୍ତାରର ଗତି ଅଧା ହୋଇଯାଇଛି । ବର୍ତ୍ତମାନ ଯାଏଁ ଦେଶରେ ୩,୧୯,୪୦୦ କରୋନା ପରୀକ୍ଷା କରାଯାଇଛି ଓ ଶନିବାର ଦିନ ୧୨ ଘଣ୍ଟା ଭିତରେ ୫୪୩ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଥିଲା, ଯାହା ପୂର୍ବଦିନର ୬୨୮ରୁ କମ୍ ଅଟେ । କରୋନା ବିସ୍ତାରରେ ଏହା ଏକ ବଡ଼ ହ୍ରାସ ।
୨. ଭାରତର ସମୁଦାୟ ଜନସଂଖ୍ୟା ଅନୁଯାୟୀ ଦେଶରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ କେବଳ ୯ ଜଣ ରୋଗୀଙ୍କୁ ଦେଖିବାକୁ ମିଳିଛି ଯାହା ସମଗ୍ର ବିଶ୍ୱରେ ସର୍ବନିମ୍ନ ଅଟେ । କାରଣ କରୋନା ପ୍ରଭାବିତ ଅନ୍ୟାନ୍ୟ ଦେଶମାନଙ୍କ ଭିତରେ ଆମେରିକାରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୧୯୪୬ ରୋଗୀ, ଫ୍ରାନ୍ସରେ ୨୭୩୨ ଓ ସ୍ପେନରେ ୩୮୬୪ ରୋଗୀ ରେକର୍ଡ଼ ହୋଇଛି ।
ଯଦି ମୃତକଙ୍କ ସଂଖ୍ୟା ଦେଖିବା ତେବେ ଭାରତରେ ପ୍ରତି ୧୦ ଲକ୍ଷ ଲୋକଙ୍କ ଭିତରେ ହାରାହାରି ୦.୩ ଥିଲାବେଳେ ଫ୍ରାନ୍ସରେ ୨୬୩, ଇଟାଲୀରେ ୩୫୮ ଏବଂ ସ୍ପେନରେ ୪୦୨ ରେକର୍ଡ଼ ହୋଇଛି । ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରିସଂଖ୍ୟାନ ଅନୁଯାୟୀ ଦେଶର ୮୦ ପ୍ରତିଶତ କରୋନା ସଂକ୍ରମିତ ରୋଗୀ ଆରୋଗ୍ୟ ଲାଭ ମଧ୍ୟ କରିଛନ୍ତି ।
୩. ଭାରତୀୟ ମାଟିରେ ପ୍ରବେଶ କରିବା ପରେ କରୋନାଭାଇରସ ଦୁର୍ବଳ ହୋଇଥିବାର ସୂଚନା ମିଳୁଛି । ପଦ୍ମ ଭୂଷଣ ଏବଂ ଏସୀୟ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜିଷ୍ଟ ସୋସାଇଟିର ପୂର୍ବତନ ସଭାପତି ସମ୍ମାନିତ ଡକ୍ଟର ଡି ନାଗେଶ୍ୱରା ରେଡ୍ଡୀ ସୂଚନା ଦେଇଛନ୍ତି ଯେ ଭାରତରେ ପ୍ରବେଶ କରିବା ପରେ କରୋନା ବିସ୍ତାରରେ ପରିବର୍ତ୍ତନ ଆସିଛି ।
ଡକ୍ଟର ରାଓଙ୍କ କହିବାନୁଯାୟୀ କୋଭିଡ଼-୧୯ ଉପରେ ଏସ-ପ୍ରୋଟିନର ଏକ ସ୍ତର ଅଛି ଯାହା ଉପରେ ସ୍ପାଇକ୍ ହୁକ୍ ତିଆରି ହୁଏ ଓ ଯଦ୍ୱାରା ସେ ଯେକୌଣସି ପୃଷ୍ଠରେ ଲାଗି ସଂକ୍ରମଣ ବିସ୍ତାର ପାଇଁ ଉପଯୁକ୍ତ ସମୟକୁ ଅପେକ୍ଷା କରେ । ଭାରତ ଆସିବା ପରେ କିନ୍ତୁ କରୋନାଭାଇରସର ଜିନୋମ ଗଠନରେ ପରିବର୍ତ୍ତନ ଆସିଛି ଯେଉଁକାରଣରୁ ତାର ସ୍ପିକ୍ ହୁକ୍, ଅର୍ଥାତ୍ ସ୍ପାଇକ୍ ଦୁର୍ବଳ ହୋଇଯାଇଛି । ଫଳରେ ସେ ତାର ଆଡିଶିନ୍ ହ୍ରାସ କରି ବିସ୍ତାର କରିପାରୁନି ।

ଅବଶ୍ୟ କରୋନାଭାଇରସ ଚୀନରୁ ଇଟାଲୀରେ ପ୍ରବେଶ କଲାବେଳେ ସେଥିରେ ତିନୋଟି ପରିବର୍ତ୍ତନ ହୋଇଥିଲା । କିନ୍ତୁ ଏହି ପରିବର୍ତ୍ତନ ମାନବ ପାଇଁ ଅଧିକ ସାଂଘାତିକ ପ୍ରମାଣିତ ହେଲା । ହେଲେ ଭାରତୀୟ ମାଟିକୁ ଆସିବା ପରେ କରୋନାଭାଇରସ ଦୁର୍ବଳ ହୋଇଯାଇଛି । ବୈଜ୍ଞାନିକ ଅନୁସନ୍ଧାନରୁ ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ କରୋନାଭାଇରସର ୨୯,୯୦୩ ନ୍ୟୁକ୍ଲିୟସ୍ ବେସ୍ ଅଛି, ଯାହା ସ୍ଥାନୀୟ ପରିବେଶ ଏବଂ ଅବସ୍ଥା ଅନୁଯାୟୀ ବଦଳୁଥାଏ । ଭାରତ ଆସିବା ପରେ ଘଟିଥିବା ପରିବର୍ତ୍ତନ କରୋନାଭାଇରସର ଅଗ୍ନି ଶକ୍ତି ହ୍ରାସ କଲା । ଡକ୍ଟର ନାଗେଶ୍ୱର ରେଡ୍ଡୀଙ୍କ ରିପୋର୍ଟ ଅନୁଯାୟୀ ଭାରତରେ କରୋନାର ଆୟୁଷ ମାତ୍ର ଆଉ ସପ୍ତାହେ ।
୪. ନୂଆଦିଲ୍ଲୀରେ ଅବସ୍ଥିତ ଆନ୍ତର୍ଜାତୀୟ ସେଣ୍ଟର ଫର ଜେନେଟିକ୍ ଇଞ୍ଜିନିୟରିଂ ଏବଂ ବାୟୋଟେକ୍ନୋଲୋଜିର ବୈଜ୍ଞାନିକ ଡକ୍ଟର ଦୀନେଶ ଗୁପ୍ତା ଏବଂ ତାଙ୍କ ଦଳ ସେମାନଙ୍କ ଅନୁସନ୍ଧାନରୁ ଜାଣିବାକୁ ପାଇଲେ ଯେ hsa-miR-27b ଭାରତୀୟ ଲୋକଙ୍କ ରକ୍ତରେ ଅଛି । ଏହା ଏକ ଅତି ସ୍ୱତନ୍ତ୍ର ମାଇକ୍ରୋ RNA ଯିଏ କରୋନା ବିପକ୍ଷରେ ଏବେ ଲଢେଇ କରୁଛି । ଏହି ବିଶେଷତା ଦୁନିଆର ଅନ୍ୟ କୌଣସି ଦେଶର ନାଗରିକଙ୍କ ରକ୍ତରେ ମିଳୁନି । ବିଶେଷ କଥା ହେଉଛି କରୋନାଭାଇରସ ମଧ୍ୟ ଏକ ପ୍ରକାର RNA । କିନ୍ତୁ ଏହାର କାଟ୍ ଅର୍ଥାତ ଭାରତୀୟଙ୍କ ଶରୀରରେ ଆଣ୍ଟିବଡି ପୂର୍ବରୁ ଉପସ୍ଥିତ ଅଛି ।
Hsa-miR-27b ସଂସ୍ପର୍ଶରେ ଆସିବା ପରେ କରୋନାଭାଇରସର ଜିନୋମ ପରିବର୍ତ୍ତନ ହୁଏ ଯେଉଁଥିପାଇଁ ସେ ଅସ୍ପଷ୍ଟ ହେବାକୁ ଲାଗେ । ଡକ୍ଟର ଦୀନେଶ ଗୁପ୍ତାଙ୍କ ଦଳ ଏହାର ଚାରିଜଣ ସଦସ୍ୟଙ୍କ ସହିତ ଭାରତ, ଇଟାଲୀ, ଆମେରିକା, ନେପାଳ ଏବଂ ଚୀନ ପାଞ୍ଚଟି ଦେଶର ରୋଗୀଙ୍କୁ ଅଧ୍ୟୟନ କରିଥିଲେ ଏବଂ ଏହି ଫଳାଫଳ ହାସଲ କରିଥିଲେ । ତାଙ୍କର ଅନୁସନ୍ଧାନ କାଗଜ ୨୧ ମାର୍ଚ୍ଚରେ ଅନଲାଇନ୍ ପତ୍ରିକାରେ ପ୍ରକାଶିତ ହୋଇଥିଲା ।
୫. କରୋନା ସହିତ ଲଢିବା ପାଇଁ ଭାରତୀୟ ଲୋକଙ୍କର ଏକ ବିଶେଷ ଦକ୍ଷତା ରହିଛି ଯାହା ପ୍ରମାଣିତ ବି ହେଇଛି । ଯେତେବେଳେ ଚାଇନାର ୱୁହାନ ସହରରେ କରୋନା ବିସ୍ତାର ହୋଇଥିଲା ସେଠାରୁ ଅନେକ ଲୋକଙ୍କୁ ବିମାନ ଯୋଗେ ଭାରତ ଅଣାଯାଇଥିଲା । କିନ୍ତୁ କରୋନାର କୌଣସି ସାଂଘାତିକ ପ୍ରଭାବ ଦେଖାଯାଇ ନଥିଲା । କିଛି ଲୋକଙ୍କର ସାମାନ୍ୟ ସଂକ୍ରମଣ ହୋଇଥିଲା | ଚିକିତ୍ସା ପରେ ସେମାନେ ସୁସ୍ଥ ହୋଇଥିଲେ ।
ସେହିଭଳି, ଯେତେବେଳେ ଇଟାଲୀର ୧୮ ଜଣ ରାଜସ୍ଥାନ ଆସିଥିଲେ, ସେମାନେ ୧୫୦ ରୁ ଅଧିକ ଲୋକଙ୍କ ସହ ଯୋଗାଯୋଗ କରିଥିବା ସତ୍ତ୍ୱେ ଲଗାତାର ଗାଡି ଚଳାଉଥିବା ଡ୍ରାଇଭ ବ୍ୟତୀତ ଅନ୍ୟକେହି ସଂକ୍ରମିତ ହୋଇନଥିଲେ । କରୋନାରୁ ନଷ୍ଟ ହୋଇଥିବା ଇରାନରୁ ଆଣିଥିବା ଲୋକଙ୍କୁ ରାଜସ୍ଥାନର ଜୈସଲମେରରେ ରଖାଯାଇଥିଲା । କିନ୍ତୁ ଏହି ଲୋକମାନେ କରୋନା ସଂକ୍ରମଣରୁ ମଧ୍ୟ ବଞ୍ଚିଥିଲେ । ଉତ୍ତରପ୍ରଦେଶର ପ୍ରାୟ ୭୦ ଜଣ ଲୋକ ବେବି ଡଲ୍ ସିଙ୍ଗର କନିକା କପୁରଙ୍କ ସହ ଯୋଗାଯୋଗ କରିଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ କେହି ସାଂଘାତିକ କରୋନା ସଂକ୍ରମଣ ହେଲେନି ।