କ୍ରିକେଟର ମହମ୍ମଦ ଶାମିଙ୍କ ପତ୍ନୀ ହସିନ ଜାହାନଙ୍କୁ ଏହି କାରଣ ପାଇଁ ମିଳିଲା ହତ୍ୟା ଓ ବଳାତ୍କାର ଭଳି ଧମକ…

cricketer md shamis wife hasin jahan files plea before calcutta highcourt demands security

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହମ୍ମଦ ଶାମିଙ୍କ ପତ୍ନୀ ହାସିନ୍ ଜାହାନ ପୁଣି ଥରେ ହେଡଲାଇନରେ ସ୍ଥାନ ପାଇଛନ୍ତି। ସେ ନିଜ ତଥା ଝିଅ ର ସୁରକ୍ଷା ପାଇଁ କଲିକତା ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ହାସିନ ଜାହାନ ପୋଲିସକୁ ଅଭିଯୋଗ କରିଛନ୍ତି ଯେ ସେ ଅଗଷ୍ଟ 9 ରେ ପୋଲିସ ନିକଟରେ ଦେଇଥିବା ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ରାମ ମନ୍ଦିର ନିର୍ମାଣ ସମ୍ପର୍କରେ ସୋସିଆଲ ମିଡିଆରେ ଦର୍ସାଲ ହସିନ ଜାହାନ ଏକ ପୋଷ୍ଟ ସେୟାର କରିଛନ୍ତି। ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ହସିନ ଜାହାନ ଲେଖିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିରର ଭୁମି ପୂଜନ ପାଇଁ ସମସ୍ତ ହିନ୍ଦୁଙ୍କୁ ଅଭିନନ୍ଦନ। ସେହି ପୋଷ୍ଟ ପରା ଠାରୁ ତାଙ୍କୁ ସୋସିଆଲ ମିଡିଆରେ ବଳାତ୍କାର ଓ ହତ୍ୟା ଧମକ ଦେଉଛନ୍ତି।

ହସିନ୍ ଜାହାନ ଏହା ବିଷୟରେ କହିଥିଲେ, ‘ଅଗଷ୍ଟ 5 ତାରିଖରେ ମୁଁ ସମସ୍ତ ହିନ୍ଦୁ ଭାଇ ଓ ଭଉଣୀମାନଙ୍କୁ ସୋସିଆଲ ମିଡିଆ ଜରିଆରେ ରାମ ମନ୍ଦିରର ଭୁମିପୁଜନଙ୍କୁ ଅଭିନନ୍ଦନ ଜଣାଇଥିଲି। ଏହି କାରଣରୁ, କିଛି କାତରପନ୍ଥୀ ବ୍ୟକ୍ତି ମୋ ଉପରେ ଅଶାଳୀନ ଭାଷା ବ୍ୟବହାର କରି ମନ୍ତବ୍ୟ ଦେଇଥିଲେ। ମୋତେ ଆହୁରି ହତ୍ୟା ଓ ବଳାତ୍କାର ଭଳି ଧମକ ଦିଆଯାଇଥିଲା। ମୁଁ ପୋଲିସ ଷ୍ଟେସନରେ ଏହା ବିରୋଧରେ ଅଭିଯୋଗ କରିଛି। ମୁଁ ମୋର ଅଭିଯୋଗରେ କହିଛି ଯେ ଯଥାଶୀଘ୍ର ଏଭଳି ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ବୋଲି ସେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *