ଜାତୀୟ ରାଜଧାନୀ ରେ ପୁଣି ବଢ଼ିଲା ଲକ୍ ଡାଉନ୍ ମେ 17 ସକାଳ 5 ଟା ପର୍ଯ୍ୟନ୍ତ ବଢ଼ିଲା ଅବଧି

Delhi CM Arvind Kejriwal extended the lockdown in Delhi till 5 am on May 17

ଦିଲ୍ଲୀର ସିଏମ୍ ଅରବିନ୍ଦ କେଜ୍ରିୱାଲ ଜାତୀୟ ରାଜଧାନୀ ଦିଲ୍ଲୀରେ ଲକଡ଼ାଉନ ଲାଗୁ କରିଥିଲେ । କିନ୍ତୁ ଆଜି ଲକଡ଼ାଉନ କୁ ବଢେଇବାପାଇଁ ପୁଣି ଘୋଷଣା କରିଛନ୍ତି, ଆସନ୍ତା 17 ତାରିଖ ସକାଳ 5 ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମେ 17 ତାରିଖ ପର୍ଯ୍ୟନ୍ତ ମେଟ୍ରୋ ସେବା ମଧ୍ୟ ବନ୍ଦ ରହିବ। ଏପ୍ରିଲ୍ 19 ରେ ଛଅ ଦିନ ଲକଡ଼ାଉନ କୁ ବଢାଇବା ପରେ ଏହା ଏହା ତୃତୀୟ ଥର ପାଇଁ ବଢ଼ାଯାଇଛି। ଶନିବାର ଦିନ ଦିଲ୍ଲୀରେ 17,364 କରୋନାଭାଇରସ୍ ମାମଲା ରିପୋର୍ଟ ହୋଇ ଥିବାରୁ ଦିଲ୍ଲୀ ସରକାର ଆଜି ପୁଣି ଥରେ ଲକଡ଼ାଉନକୁ ବଢ଼ାଇଛନ୍ତି ।

ଏହା ପୂର୍ବରୁ ଲକଡ଼ାଉନ ଯୋଗୁ ଅଟୋ ଓ ଟ୍ୟାକ୍ସି ଡ୍ରାଇଭରମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯାହାକୁ ଆଖି ଆଗରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ସମସ୍ତ ଅଟୋ ଏବଂ ଟ୍ୟାକ୍ସି ଡ୍ରାଇଭରଙ୍କୁ ୫,୦୦୦ ଲେଖାଏଁ ଟଙ୍କା ଆର୍ଥିକ ସହାୟତା ଦିଆଯିବ ବୋଲି ସରକାର ଘୋଷଣା କରିଥିଲେ।

ଏହାସହିତ ଯେଉଁମାନଙ୍କର ରାସନ କାର୍ଡ ଅଛି ସେମାନଙ୍କୁ ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ମାଗଣାରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ମଧ୍ୟ କୁହାଯାଇଛି । ତେବେ ଏ ବ୍ୟବସ୍ଥା ଦ୍ଵାରା ୭୨ ଲକ୍ଷ ଲୋକ ଉପକୃତ ହେବେ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଥିଲେ ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ ଦୁଇ ମାସ ପର୍ଯ୍ୟନ୍ତ ମାଗଣାରେ ଲୋକଙ୍କୁ ରାସନ ଯୋଗାଇବା ଅର୍ଥ ନୁହେଁ ଯେ ରାଜଧାନୀରେ ଦୁଇ ମାସ ଯାଏଁ ଲକଡ଼ାଉନ ବଳବତ୍ତର ରହିବ । ସଂକ୍ରମଣ ସଂଖ୍ୟା ହ୍ରାସ ପାଇବା କ୍ଷଣି ଲକଡ଼ାଉନ ହଟାଇ ଦିଆଯିବ ଏବଂ ଏ ସହଯୋଗ କେବଳ ଆର୍ଥିକ ପଛୁଆ ବର୍ଗଙ୍କ ପାଇଁ ଏକ ପ୍ରୟାସ ମାତ୍ର ।

Leave a Reply

Your email address will not be published. Required fields are marked *