ନୂଆଦିଲ୍ଲୀ: ଦିଲ୍ଳୀରେ ଅରବିନ୍ଦ କେଜ୍ରିୱାଲ୍ ପୁଣିଥରେ ଜିତିଯାଇଛନ୍ତି । ସେ ତୃତୀୟ ଥର ପାଇଁ ବିଜୟ ହୋଇଛନ୍ତି । ବହୁ ଚେଷ୍ଟା କରିବା ପାରେ ମଧ୍ୟ ବିଜେପି ଜିତିବାରେ ସଫଳ ହେଲା ନାହିଁ ଆଉ ୭୦ ଆସନରୁ କେବଳ ୭ଟି ଆସନ ହାସଲ କରବାକୁ ସକ୍ଷମ ହୋଇଥିଲା ।
ବିଜେପି ହାରିବାର ପ୍ରମୁଖ କାରଣ :
ବିଜେପିର ନକାରାତ୍ମକ ପ୍ରଚାର ମାନେ ଆପ୍ ବିରାଡ଼ି କଥା ବାର୍ତା ପାଇଁ ଅନେକ ବିଜେପି ସମର୍ଥକ ଙ୍କୁ ଲୋକେ ପସନ୍ଦ କରି ନଥିଲେ । ଅରବିନ୍ଦ କେଜ୍ରିୱାଲଙ୍କ ହନୁମାନ ଚାଳିଶା ପାଠ ହିନ୍ଦୁ ଭୋଟ୍ରଙ୍କ ମନରେ ତାଙ୍କ ପ୍ରତି ଆଦର ସୃଷ୍ଟି କରିଥିଲା ।
୨୦୧୭ ଏମ୍ସିଡି ନିର୍ବାଚନରେ ଆପ୍ ହାରି ଯାଇଥିଲା ତାପରଠାରୁ ବିଧାନସଭା ନିର୍ବାଚନ ପାଇଁ ସତର୍କତାର ସହ ପ୍ରସ୍ତୁତ ହୋଇଥିଲା। କିନ୍ତୁ ବିଜେପି ପ୍ରାର୍ଥିପତ୍ର ଦାଖଲ କରିବାପରେ ହିଁ ନିର୍ବାଚଚ ପ୍ରଚାର ଆରମ୍ଭ କଲା । ତାପରେ ଆପ୍ ଦେଇଥିବା ମାଗଣା ବିଦ୍ୟୁତ୍ ଏବଂ ପାଣି ପ୍ରତିଶ୍ରୁତି ୨୦୧୫ ରେ ପାର୍ଟି କୁ ବହୁତ ସଫଳତା ଦେଲା ।
ତାପରେ ବିଜେପିର କେହି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନାହାନ୍ତି ବୋଲି ଆପ୍ ସରକାର ଦିଲ୍ଲୀ ଜନତାଙ୍କ ମଧ୍ୟରେ ଅତି ସହଜରେ ବିଶ୍ବାସ ଜନ୍ମାଇବାରେ ସଫଳ ହେଲା। ଫଳରେ ଦିଲ୍ଲୀ ବାସି ଆପ୍କୁ ପସନ୍ଦ କଲେ।