ଲକଡାଉନ ଖବର ଘୋଷଣା ଶୁଣି ମଦ ଦୋକାନ ବାହାରେ ଲମ୍ବିଲା ଧାଡ଼ି : ମହିଳା କହିଲେ, ଟିକା ମୋତେ କାମ ଦେବନି, ମଦ …

ଦେଶ ସହିତ ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି । ଦିନକୁ ଦିନ ସ୍ଥିତି ଭୟଙ୍କର ହେବାରେ ଲାଗିଛି ଯେଉଁଥିପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୋଟିଏ ସପ୍ତାହ ଲକଡାଉନ ଘୋଷଣା କରିଛନ୍ତି ଆଜି । ଘୋଷଣା ଅନୁସାରେ ଦିଲ୍ଲୀରେ ଆଜି ରାତି ୧୦ ଟାରୁ ଅପ୍ରେଲ ୨୬ ତାରିଖ ସକାଳ ୫ ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କର୍ଫ୍ୟୁ ଲାଗୁ ରହିବ ।

ତେବେ ଆଜି ଏହି ଘୋଷଣା ପରେ ଦିଲ୍ଲୀର ମଦ ଦୋକାନ ବାହାରେ ପ୍ରବଳ ମାତ୍ରାରେ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ଲକଡାଉନ ଖବର ଶୁଣି ମଦ ନେବାକୁ ଆଗ୍ରହୀ ବ୍ୟକ୍ତିମାନେ ମଧ୍ୟ ସାମାଜିକ ଦୂରତା ନିୟମକୁ ମଧ୍ୟ ଫୁ’ କରି ଉଡ଼ାଇ ଦେଉଥିବା ନଜର ଆସିଛନ୍ତି ।

ତେବେ ଘଟଣାଟି ଘଟିଛି ଦିଲ୍ଲୀର ଖାନ ମାର୍କେଟରେ । ସେଠାରେ ଥିବା ମଦ ଦୋକାନ ବାହାରେ ଏତେ ଲାମ୍ବା ଧାଡ଼ି ବାନ୍ଧିଛନ୍ତି ଲୋକେ ଯେ ତାହ ଫଟୋରେ ସ୍ପଷ୍ଟ ଦିଶୁଛି । ନ୍ୟୁଜ ଏଜେନ୍ସି ANI ଅନୁସାରେ ଫଟୋଗୁଡ଼ିକ ଦିଲ୍ଲୀର ଗୋଲ ମାର୍କେଟ ଅଞ୍ଚଳର । ସାପ୍ତାହିକ ଲକଡାଉନ ଖବର ଶୁଣି ଲୋକେ ଦୌଡ଼ିଥିଲେ ମଦ ଦୋକାନ ଏବଂ ଦେଖିବାକୁ ମିଳିଛି ନାହିଁ ନଥିବା ଭିଡ଼ ।

ସୂଚନାଥାଉ ଯେ ଦିଲ୍ଲୀରେ ଏକ ସପ୍ତାହ ବନ୍ଦ ଡାକରା ଦେବା ସହିତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ବଡ଼ ବିପତ୍ତିକୁ ଏଡ଼ାଇବା ପାଇଁ ଏହି ଲକଡାଉନ୍ ଲାଗୁ କରାଯାଇଛି । ସେ କହିଛନ୍ତି ଯେ ଯେହେତୁ କୌଣସି ଉପାୟ ବାକି ନଥିଲା ତେଣୁ ଲକଡାଉନ ନିଷ୍ପତ୍ତି ନିଆଯାଇଛି । ସେ କହିଛନ୍ତି ଯେ ଦିଲ୍ଲୀରେ ଆଇସିୟୁ ଶଯ୍ୟା ସମାପ୍ତ ହୋଇଛି ଏବଂ ଔଷଧର ଅଭାବ ମଧ୍ୟ ଦେଖାଯାଇଛି ।

Leave a Reply

Your email address will not be published. Required fields are marked *