ଦିଲ୍ଲୀରେ କରୋନା ନେଲାଣି ଭୟଙ୍କର ରୂପ ! ପ୍ରତି ୪ ଜଣରେ ଜଣେ ଅସୁରକ୍ଷିତ ! ପଢନ୍ତୁ କ’ଣ କହୁଛି ରିପୋର୍ଟ

ଦିଲ୍ଲୀରେ କରୋନା ସଙ୍କଟ ବର୍ତ୍ତମାନ ଏକ ପ୍ରକାର ନିୟନ୍ତ୍ରଣଧୀନ । ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ହାର ସର୍ବାଧିକ ରହିଥିବାବେଳେ ସକ୍ରିୟ ମାମଲା ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଏ ସମୟରେ ଦିଲ୍ଲୀ ସରକାର ସମଗ୍ର ରାଜ୍ୟରେ କରୋନା ସଙ୍କଟ ସଂପର୍କରେ ଏକ ସେରୋ ସର୍ଭେ କରିଛନ୍ତି । ସର୍ଭେ ରିପୋର୍ଟ ଅନୁଯାୟୀ, ଦିଲ୍ଲୀର ପ୍ରତ୍ୟେକ ଚତୁର୍ଥ ବ୍ୟକ୍ତି ଉପରେ ରହିଛି କରୋନା ସଙ୍କଟ ।

ସର୍ଭେ ସମୟରେ କରାଯାଇଥିବା ଅଧ୍ୟୟନ ଅନୁଯାୟୀ, ଦିଲ୍ଲୀରେ ଆଣ୍ଟିବଡି ରୋଗୀଙ୍କ ସଂଖ୍ୟା ପ୍ରାୟ ୨୩.୪୮ ପ୍ରତିଶତ ରହିଛି । ଅର୍ଥାତ୍ ଏତିକି ଲୋକ ଭାଇରସରେ ଆକ୍ରାନ୍ତ । ଏହାବ୍ୟତୀତ ରିପୋର୍ଟ ହୋଇଥିବା ସବୁ କରୋନା ମାମଲା ମଧ୍ୟରୁ ଅଧିକାଂଶରେ କୌଣସି କରୋନା ଜନିତ ଲକ୍ଷଣ ପରିଲକ୍ଷିତ ହେଉନଥିଲା ।

ଅଧ୍ୟୟନ ଅନୁଯାୟୀ କରୋନା ସଙ୍କଟକୁ ୬ ମାସ ବିତି ସାରିଥିଲେ ହେଁ ଦିଲ୍ଲୀର ମାତ୍ର ୨୩.୪୮ ପ୍ରତିଶତ ଲୋକ ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଏହା ଦର୍ଶାଉଛି ଯେ ଦିଲ୍ଲୀ ସରକାର ଗ୍ରହଣ କରିଥିବା ନିଷ୍ପତ୍ତିଗୁଡ଼ିକ (ଲକଡାଉନ ହେଉ କିମ୍ବା ଟ୍ରାକିଂ) ଦିଲ୍ଲୀବାସୀଙ୍କ ଲାଭପ୍ରଦ ହେଇଛି । ତଥାପି, ଲୋକେ କରୋନା ଭାଇରସ ଦ୍ଵାରା ସଂକ୍ରମିତ ହେବା ବିପଦ ରହିଛି । ତେଣୁ ଲୋକଙ୍କୁ ସତର୍କ ରହିବାକୁ ପଡ଼ିବ ଏବଂ ନିୟମ ପାଳନ କରିବାକୁ ପଡ଼ିବ ।

ଦିଲ୍ଲୀରେ କରାଯାଇଥିବା ସର୍ଭେ ଜୁନ ୨୭ ତାରିଖରୁ ଜୁଲାଇ ୧୦ ତାରିଖ ମଧ୍ୟରେ କରାଯାଇଛି ଯେଉଁଥିରେ ସମସ୍ତ ୧୧ ଟି ଜିଲ୍ଲାରୁ ନମୁନା ନିଆଯାଇଛି । ଲୋକଙ୍କ ରକ୍ତ ନମୁନା ନେଇ ସେରା ପରୀକ୍ଷା କରାଯାଇଥିଲା । ସମସ୍ତ ପରୀକ୍ଷା ICMR ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ କରାଯାଇଛି ଏବଂ ପ୍ରାୟ ୨୨୦୦୦ ନମୁନା ଏହି ସର୍ଭେ ଅନ୍ତର୍ଭୁକ୍ତ ହୋଇଛି ।

ଉଲ୍ଲେଖନୀୟ କଥା ହେଉଛି ଯେ ଗତ କିଛି ଦିନ ହେବ ଦିଲ୍ଲୀରେ କରୋନା ମାମଲାରେ ହ୍ରାସ ଘଟିଛି । ଦୀର୍ଘ ଦିନ ପରେ ଗୋଟିଏ ଦିନରେ ୧୦୦୦ ରୁ କମ୍ ମାମଲା ପଞ୍ଜିକୃତ ହୋଇଥିଲାବେଳେ ବର୍ତ୍ତମାନ ଦିଲ୍ଲୀରେ ପ୍ରାୟ ୧୫୦୦୦ ସକ୍ରିୟ ମାମଲା ରହିଛି । ୩୬୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ଏପର୍ଯ୍ୟନ୍ତ ୧ ଲକ୍ଷରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିସାରିଛନ୍ତି ।

Leave a Reply

Your email address will not be published. Required fields are marked *