ପାକିସ୍ତାନ ଉପରେ ଭାରତ କଲା ଡିଜିଟାଲ ଷ୍ଟ୍ରାଇକ୍ , ବନ୍ଦ ହେଲା ପାକିସ୍ତାନର ୩୫ ଟି ନ୍ୟୁଜ୍ ଚ୍ୟାନେଲ !

ସଂସ୍କାର : ପୁଣି ପାକିସ୍ତାନ ଉପରେ ଭାରତ କ୍ଷୁବ୍ଧ । ଭାରତ ସରକାର ପୁଣି ଥରେ ପାକିସ୍ତାନ ଉପରେ ଏକ ବଡ଼ଧରଣର ଡିଜିଟାଲ ଷ୍ଟ୍ରାଇକ କରିଛନ୍ତି। ଏହି ଡିଜିଟାଲ ଷ୍ଟ୍ରାଇକରେ ପାକିସ୍ତାନର ୩୫ ଟି ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ଲକ କରିଦିଆଯାଇଛି।

ଏହା ସହିତ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଚେତାବନୀ ଦେବାର ଗୋଟିଏ ଦିନ ପରେ ଭାରତ ସରକାର ୩୫ ଟି ୟୁଟ୍ୟୁବ ଚ୍ୟାନେଲ, ୨ ଟି ଟ୍ୱିଟର ଆକାଉଣ୍ଟ, ୨ ଟି ଇନଷ୍ଟାଗ୍ରାମ ଆକାଉଣ୍ଟ, ଆଉ ୨ ଟି ୱେବସାଇଟ୍ ଏବଂ ଫେସବୁକ୍ ଆକାଉଣ୍ଟକୁ ବ୍ଲକ କରିଛନ୍ତି। ଆଇଟି ନିୟମ ଅନୁଯାୟୀ ଏହି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ସମସ୍ତ ଆକାଉଣ୍ଟ ପାକିସ୍ତାନ ଦ୍ୱାରା ପରିଚାଳିତ ହେଉଥିଲା।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଆପୋରଭା ଚନ୍ଦ୍ର ଏବଂ ଯୁଗ୍ମ ସଚିବ ବିକ୍ରମ ସାହା ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ବିକ୍ରମ ସାହା କହିଛନ୍ତି ଯେ ଜାନୁଆରୀ ୨୦ ତାରିଖରେ ସୂଚନା ମନ୍ତ୍ରଣାଳୟ ଗ୍ରହଣ କରିଥିବା ଗୁପ୍ତଚର ଆଧାରରେ ଆମେ ପାକିସ୍ତାନର ସୋସିଆଲ ମିଡିଆ ଆକାଉଣ୍ଟ ଉପରେ ପଦକ୍ଷେପ ନେଇଛୁ। ଏହି ସମସ୍ତ ଆକାଉଣ୍ଟରେ ମିଥ୍ୟା ଖବର ଏବଂ ଭାରତ ବିରୋଧୀ ପ୍ରଚାର ପ୍ରସାର ଚାଲୁଥିଲା।

ଗୁରୁବାର ଦିନ ଗୋଟିଏ ଦିନ ପୂର୍ବରୁ ସୂଚନା ତଥା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଚେତାବନୀ ଦେଇଥିଲେ ଯେ ଦେଶ ବିରୁଦ୍ଧରେ ଷଡଯନ୍ତ୍ର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଜାରି ରହିବ। ଭାରତ ବିରୋଧୀରେ ଭିଡିଓ ଆଉ ଲେଖା ପ୍ରକାଶିତ କରୁଛନ୍ତି ସେମାନଙ୍କୁ ଭବିଷ୍ୟତରେ ଉଚିତ ଜବାବ ଦିଆଯିବ ବୋଲି ଚେତାବନୀ ଦେଇଥିଲେ ଅନୁରାଗ।

ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ମାସରେ ଭାରତ ସରକାରଙ୍କ ପକ୍ଷରୁ ପାକିସ୍ତାନର ୨୦ ଟି ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ଲକ କରି ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *