କିଏ ହେବେ ପରବର୍ତ୍ତୀ ରାଷ୍ଟ୍ରପତି ? ଦେଶର ପରବର୍ତ୍ତୀ ରାଷ୍ଟ୍ରପତିଙ୍କ ନାମକୁ ନେଇ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା

ସଂସ୍କାର : ରାଷ୍ଟ୍ରପତି ପଦବୀ ପାଇଁ ସାମ୍ନାକୁ ଆସିଥିବା ଆଶାୟୀ ପ୍ରାର୍ଥୀଙ୍କ ନାମକୁ ନେଇ ଜୋର ଧରିଛି ଚର୍ଚ୍ଚା। ରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏବେ ସମସ୍ତଙ୍କ ନଜର ଆଶାୟ ପ୍ର୍ରାର୍ଥୀଙ୍କ ଉପରେ । ବିଶେଷ ଭାବେ ଭାରତୀୟ ଜନତା ପାର୍ଟିର ପ୍ର୍ରାର୍ଥୀଙ୍କ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ବିରୋଧୀ ଦଳ ଯଦି ଏହି ସାମ୍ବିଧାନିକ ପଦ ପାଇଁ ପ୍ରାର୍ଥୀ ଦିଏ ତଥାପି ମୋଟାମୋଟି ଭାବେ ସବୁ ଦିଗକୁ ଦୃଷ୍ଟିରେ ରଖିଲେ ମଧ୍ୟ ବିଜେପି ନିଜର ସମର୍ଥନ ସହଯୋଗୀଙ୍କ ଦ୍ୱାରା ଭଲ ସ୍ଥିତିରେ ରହିଛି ।

ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବା ନେଇ ନିର୍ବାଚନ ଆୟୋଗ ପକ୍ଷରୁ ଘୋଷଣା ସରିଛି। ଯଦି ୧ରୁ ଅଧିକ ଆଶାୟୀ ପ୍ର୍ରାର୍ଥୀ ମଇଦାନରେ ଲଢିବେ ତେବେ ମତଦାନ କରାଯିବ । ଏହି ନିର୍ବାଚନ ମେଣ୍ଟ ଦଳର ପ୍ର୍ରାର୍ଥୀ ଜିତିବାର ଅଧିକ ଆଶା ରହିଛି । ୨୦୧୭ ରାଷ୍ଟ୍ରପତି ନିର୍ବାଚନ ମୁକାବିଲାରେ ଦେଖାଗଲେ ବିଜେପି ସହଯୋଗୀ ବିଧାୟକଙ୍କ ସଂଖ୍ୟା କମ ହୋଇଛି। କିନ୍ତୁ ସେମାନଙ୍କ ସାଂସଦଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

ବିଜେପିର ଜଣେ ନେତାଙ୍କ କହିବାନୁଯାୟୀ ଶାସକ ଦଳ ରାଜଗ ନିକଟରେ ନିର୍ବାଚକ ମଣ୍ଡଳର ପାଖାପାଖି ୫୦% ଭୋଟ ରହିଛି । ରାଜଗ ସହିତ ଆନ୍ଧ୍ରପ୍ର୍ରଦେଶର ୱାଇଏସଆର କଂଗ୍ରେସ ଓ ଓଡ଼ିଶାର ବିଜେଡ଼ି ଭଳି ଅଣ ଶାସକ ଦଳ ମିଶିବାର ମଧ୍ୟ ସମ୍ଭାବନା ରହିଛି । ତେବେ ଏସବୁ ଭିତରେ ସୋସିଆଲ ମିଡ଼ିଆରେ କିଏ ହେବ ରାଷ୍ଟ୍ରପତି ସେ ନେଇ ଚର୍ଚ୍ଚା ଜୋର ଧରିଛି । ବିଶେଷ କରି ଆଶାୟୀ ପ୍ର୍ରାର୍ଥୀଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି ।

ସେଥିମଧ୍ୟରୁ କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କଠାରୁ ଫିଲ୍ମ ଅଭିନେତା ଅମିତାଭ ବଚ୍ଚନଙ୍କୁ ମଧ୍ୟ ଏହି ତାଲିକାରେ ସାମିଲ କରାଯାଇ ଚର୍ଚ୍ଚା କରାଯାଉଛି। ସେହିପରି ରାଷ୍ଟ୍ରପତି ଆଶାୟୀ ପ୍ରାର୍ଥୀର୍ ତାଲିକାରେ ମୂଳ ଭାବେ ଓଡ଼ିଶାରେ ୨ ଥର ବିଧାୟକ ଓ ଥରେ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଥିବା ଓ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଦ୍ରୋପଦୀ ମୁର୍ମୁଙ୍କ ନାମକୁ ମଧ୍ୟ ଚର୍ଚ୍ଚାକୁ ଅଣାଯାଇଛି।

Leave a Reply

Your email address will not be published. Required fields are marked *