ପୁଣି ରାଷ୍ଟ୍ରପତି ହେବାକୁ ମନବଳାଇଲେଣି ଡୋନାଲ୍ଡ ଟମ୍ପ୍‌ , କହିଲେ ମୁଁ ପୁଣି ରାଷ୍ଟ୍ରପତି ହେଲେ…

ସଂସ୍କାର : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଦିନ କହିଛନ୍ତି ଯେ ଯଦି ସେ ୨୦୨୪ ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ​​ପୁନର୍ବାର ପ୍ରତିଦ୍ୱନ୍ଦ୍ୱିତା କରି ନିର୍ବାଚନ ଜିତନ୍ତି ତେବେ ଗତବର୍ଷ ଜାନୁଆରୀ ୬ ତାରିଖରେ କ୍ୟାପିଟାଲ ହିଲ ବା ଆମେରିକାର ସଂସଦରେ ହୋଇଥିବା ହିଂସାକାଣ୍ଡର ଅଭିଯୁକ୍ତଙ୍କୁ ନିର୍ଦୋଷୀ ଘୋଷଣା କରିବେ।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟମ୍ପ୍‌ ୨୦୨୪ ନିର୍ବାଚନ ଲଢ଼ିପାରନ୍ତି ବୋଲି କହିଛନ୍ତି। ସେ କ୍ଷମତାକୁ ଆସିଲେ ୨୦୨୧ ଜାନୁୟାରୀ ୬ରେ ହୋଇଥିବା କ୍ୟାପିଟୋଲ ଦଙ୍ଗା ଅଭିଯୁକ୍ତଙ୍କୁ କ୍ଷମା କରିଦେବେ ବୋଲି ଶନିବାର ଟେକ୍ସାସ୍‌ଠାରେ ଆୟୋଜିତ ‘ସେଭ୍‌ ଆମେରିକା’ ମେଗା ରାଲିରେ ପ୍ରକାଶ କରିଛନ୍ତି।

ଅନେକ ଲୋକ ତାଙ୍କୁ ଏ ବିଷୟରେ ପ୍ରଶ୍ନ କରୁଛନ୍ତି। ଯଦି ସେ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଭାଗ ନିଅନ୍ତି ଏବଂ ଏଥିରେ ବିଜୟ ହୁଅନ୍ତି ତେବେ ଦଙ୍ଗାରେ ସମ୍ପୃକ୍ତ ଲୋକଙ୍କ ସହ ଉଚିତ ବ୍ୟବହାର କରିବେ। ଆବଶ୍ୟକ ପଡ଼ିଲେ ସେମାନଙ୍କୁ କ୍ଷମା ଦେବେ ବୋଲି ୭୫ ବର୍ଷୀୟ ଟ୍ରମ୍ପ୍‌ କହିଛନ୍ତି।

ସୂଚନାଯୋଗ୍ୟ, ୧୮୧୨ ଯୁଦ୍ଧ ପରେ ଗତ ବର୍ଷ ଜାନୁୟାରୀରେ ଆମେରିକା କଂଗ୍ରେସକୁ ଟାର୍ଗେଟ କରାଯାଇଥିଲା। ବର୍ତ୍ତମାନ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କଠାରୁ ଟ୍ରମ୍ପ୍‌ ହାରିବା ପରେ ବହୁ ସଂଖ୍ୟାରେ ଟ୍ରମ୍ପ ସମର୍ଥନ କ୍ୟାପିଟୋଲ ମଧ୍ୟକୁ ଧସେଇ ପଶି ହିଂସାକାଣ୍ଡ ଘଟାଇଥିଲେ। ଏଥିରେ ସିକ୍ୟୁରିଟି ଅଧିକାରୀ ଓ ଦଙ୍ଗାକାରୀଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଶହେରୁ ଊର୍ଦ୍ଧ୍ୱ ପୋଲିସ ଆହତ ହୋଇଥିଲେ।

Leave a Reply

Your email address will not be published. Required fields are marked *