ଆମେରିକାର ରାଷ୍ଟ୍ରପତିଙ୍କ ବାହୁବଲୀ ଅବତାରକୁ କେହି ଦେଖି ନଥିବେ । ଆପଣ ଭାବୁଥିବେ କାହିଁକି ଉଭୟ ଟ୍ରମ୍ପ ଏବଂ ବାହୁବଲୀ ଙ୍କୁ ଏକାଠି ଯୋଡ଼ା ଯାଉଛି ? ବାସ୍ତବରେ ଟ୍ୱିଟରରେ ଡୋନାଲ୍ଡ ଟ୍ରମ୍ପଙ୍କ ଏକ ମେମ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଟ୍ରମ୍ପଙ୍କ ଭାରତ ଗସ୍ତରେ ତାଙ୍କୁ ବାହୁବଲୀ ଭାବରେ ଦର୍ଶାଯାଇଛି।
ଟ୍ରମ୍ପ ଏହି ଭିଡିଓକୁ ରିଟ୍ୱିଟ କରି କହିଛନ୍ତି, ‘ମୁଁ ମୋର ମହାନ ବନ୍ଧୁମାନଙ୍କୁ ଭାରତରେ ଭେଟିବାକୁ ଅପେକ୍ଷା କରିଛି। ଏହି ଭିଡିଓରେ ଆନିମେଟେଡ୍ ଚରିତ୍ରମାନଙ୍କ ସହିତ ଭାରତ ଏବଂ ଆମେରିକାର ବନ୍ଧୁତା ଦେଖାଯାଇଛି।
ବାହୁବଲୀ ଚଳଚ୍ଚିତ୍ରର ଏକ ଫୁଟେଜ୍ ଏଡିଟ୍ କରାଯାଇଛି ଯେଉଁଥିରେ ଟ୍ରମ୍ପଙ୍କୁ ବାହୁବଲୀ ଭାବରେ ଦର୍ଶାଯାଇଛି। ଏଥି ସହିତ ତାଙ୍କ ପତ୍ନୀ ମିଲେନିଆ ଟ୍ରମ୍ପ ମଧ୍ୟ ତାଙ୍କ ସହ ରଥରେ ବସିଥିବାର ନଜର ଆସିବେ। ଟ୍ରମ୍ପ ତାଙ୍କ ଝିଅ ଇୱାଙ୍କା ଏବଂ ତାଙ୍କ ସ୍ୱାମୀ ଜାରେଡଙ୍କ କାନ୍ଧରେ ନଜର ଆସିଛନ୍ତି।
ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଦେଖିବାକୁ ମିଳିବ। ପୁରା ମିମ୍ ଭିଡିଓରେ ବାହୁବଲୀର ଏକ ଲୋକପ୍ରିୟ ଗୀତ ମଧ୍ୟ ଅଛି । 1 ମିନିଟ୍ 21 ସେକେଣ୍ଡର ଏହି ଭିଡିଓରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଯୁଦ୍ଧକ୍ଷେତ୍ରରେ ଖଣ୍ଡାଧରି ପ୍ରଦର୍ଶନ କରାଯାଉ ଥିବା ଦେଖିବାକୁ ମିଳିଛି ।
ବାହୁବଲୀ ପୋଷାକରେ ଏହି ଟ୍ରମ୍ପ ଦେଖାଯାଇଛି ଯେଉଁଥିରେ ସେ ଯୁଦ୍ଧକ୍ଷେତ୍ରରେ ଶତ୍ରୁମାନଙ୍କୁ ନେଉଥିବାର ନଜର ଆସିଛନ୍ତି । ଏବଂ ବେଗଗ୍ରାଉଣ୍ଡ ରେ ଏହି ଫିଲ୍ମ ର ଗୀତ ଜିଓ ରେ ବାହୁବଲୀ ବଜଉଥିବାର ଶୁଣିବାକୁ ମିଳୁଛି ।
ଏହି ଭିଡିଓକୁ ପ୍ରାୟ 28 ଲକ୍ଷ ଥର ଦେଖାଯାଇଛି । ଏବଂ 1 ଲକ୍ଷ 39 ହଜାରରୁ ଅଧିକ ଲୋକ ପସନ୍ଦ କରିଥିବାବେଳେ 36 ହଜାରରୁ ଅଧିକ ଲୋକ ମଧ୍ୟ ରିଟ୍ୱିଟ କରିଛନ୍ତି। ସୋସିଆଲ ମିଡିଆରେ ଡୋନାଲ୍ଡ ଟ୍ରମ୍ପଙ୍କ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।