ଡ୍ରାଇଭର ଗାଡ଼ି ଅଟକାଇଲେ ଆଉ ଏମିତି ମୃତ୍ୟୁବରଣ କଲେ : କିନ୍ତୁ ବଞ୍ଚେଇ ଦେଇଗଲେ ୫୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶର କନ୍ନୈାଜ ଜିଲ୍ଲାର ଆଗ୍ରା-ଲକ୍ଷ୍ନୈା ଏକ୍ସପ୍ରେସରେ ଏକ ରୋଡ଼ୱେ ବସ ଡ୍ରାଇଭର ଗାଡ଼ି ଚଲେଇବା ସମୟରେ ହଠାତ୍ ରକ୍ତ ବାନ୍ତି କରିବାକୁ ଲାଗିଲା । ଚଳନ୍ତା ବସରେ ଡ୍ରାଇଭରର ଅବସ୍ଥା ଦେଖି ଆରୋହୀଙ୍କ ଭିତରେ ଆଶଙ୍କା ଓ ଭୟ ଖେଳିଗଲା । କିନ୍ତୁ ବସର ଡ୍ରାଇଭର ନିଜ ଉପସ୍ଥିତ ବୁଦ୍ଧି ଖଟେଇ କୌଣସି ପ୍ରକାରେ ବସକୁ ରାସ୍ତାର ଏକ କଡ଼କୁ ନେଇ ଆସି ଅଟକାଇଲା । ତାପରେ ଯେମିତି ସେ ତା ଗେଟ୍ ଖୋଲିଲା ତାର ଅନେକ ଥର ରକ୍ତବାନ୍ତି ହେଲା ଓ ୟାଭିତରେ ଡ୍ରାଇଭରର ମୃତ୍ୟୁ ହୋଇଗଲା । ତେବେ ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ବଞ୍ଚିଗଲେ ।

ଆଗ୍ରା-ଲକ୍ଷ୍ନୈା ଏକ୍ସପ୍ରେସରେ ଜୌନପୁରରୁ ଦିଲ୍ଲୀ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ରୋଡ଼ୱେ ବସ ଡ୍ରାଇଭର ସନ୍ତରାଜାରାମଙ୍କ ସ୍ୱାସ୍ଥ୍ୟ ଅଚାନକ ବିଗଡ଼ି ଯାଇଥିଲା । ଚଳନ୍ତା ବସରେ ଡ୍ରାଇଭରଙ୍କ ରକ୍ତବାନ୍ତି ହେବା ଦେଖି ବସ ଯାତ୍ରୀମାନେ ଉତ୍ତେଜିତ ମଧ୍ୟ ହୋଇଥିଲେ । କୌଣସି ପ୍ରକାରେ କିନ୍ତୁ ଡ୍ରାଇଭର ନିଜକୁ ନିୟନ୍ତ୍ରଣ କଲା ଏବଂ ବସର ଗତିକୁ ମନ୍ଥର କରି ଅଟକାଇଲା । ସୂଚନା ଅନୁଯାୟୀ ଉକ୍ତ ବସରେ ଥିବା ୫୬ ଜଣଙ୍କ ଜୀବନ ରକ୍ଷା କରିଥିଲା । ଏହା ପରେ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।

ବସର ଅପରେଟର ଦୀପକ କୁମାର କହିଛନ୍ତି ଯେ ଜୌନପୁରର ଶାହଗଞ୍ଜରୁ ଗାଡ଼ି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା । ଲକ୍ଷ୍ନୈାରେ କିଛି ସମୟ ରହିବା ପରେ, ଆମେ ୫୬ ଜଣ ଯାତ୍ରୀଙ୍କୁ ନେଇ କନ୍ନୈାଜରେ ପହଞ୍ଚିଲୁ । ଏହି ବସ କନ୍ନୈାଜ ସୌରିଖ ଅଞ୍ଚଳରେ ୬୫ ରୁ ୭୦ କିଲୋମିଟର ବେଗରେ ଚାଲୁଥିଲା । ଏହି ସମୟରେ ହଠାତ୍ ଡ୍ରାଇଭର ଗାଡ଼ିକୁ ଅଟକାଇ ଗେଟ୍ ଖୋଲିଲେ ଓ ଗେଟ୍ ଖୋଲିଲେ ମାତ୍ରେ ରକ୍ତ ବାନ୍ତି କରିବାକୁ ଲାଗିଲେ । ତା’ପରେ ସେ ମୃତ୍ୟୁବରଣ କଲେ । ଯଦି ଡ୍ରାଇଭର ତାଙ୍କ ବୁଝାମଣାରେ ଗାଡ଼ିକୁ ଅଟକାଇ ନଥାନ୍ତେ ତେବେ ଏକ ବଡ଼ ଦୁର୍ଘଟଣା ଘଟିଥାଇ ପାରିଥାନ୍ତା ।

Leave a Reply

Your email address will not be published. Required fields are marked *