ଦୁବାଇରେ ଜଣେ ଭାରତୀୟଙ୍କୁ ମିଳିଲା 14 ହଜାର ଡଲାର ନଗଦ ଟଙ୍କା ଓ 2 ଲକ୍ଷ ଦିରହମ ମୂଲ୍ୟର ସୁନା ରେ ଭର୍ତି ଏକ ବ୍ୟାଗ..

dubai police honour indian national for returning bag with full of gold and cash

ଜଣେ ଭାରତୀୟ ନାଗରିକ 14 ହଜାର ଡଲାର ନଗଦ ଟଙ୍କା ଏବଂ 2 ଲକ୍ଷ ଦିରହମ ମୂଲ୍ୟର ସୁନା ରେ ଭର୍ତି ଏକ ବ୍ୟାଗ ପାଇଥିଲେ ମଧ୍ୟ ସେ ଏହାକୁ ପୋଲିସକୁ ଫେରାଇ ଦେଇଥିଲେ। ଦୁବାଇ ପୋଲିସ ଏଥିପାଇଁ ଜଣେ ଭାରତୀୟ ନାଗରିକଙ୍କୁ ପୁରସ୍କୃତ କରିଛି। ସ୍ଥାନୀୟ ଲୋକ କହିଛନ୍ତି ଯେ ଜଣେ ଦାୟିତ୍ୱବାନ ନାଗରିକ ଭୂମିକା ନିଭାଇ ଭାରତୀୟ ବ୍ୟକ୍ତି ଜଣକ ବ୍ୟାଗ ଫେରାଇ ଦେଇଥିଲେ।

ଅଲ କୁସାଇସ୍ ପୋଲିସ୍ ଷ୍ଟେସନର ନିର୍ଦ୍ଦେଶକ ବ୍ରିଗେଡିୟର୍ ୟୁସୁଫ୍ ଅବଦୁଲ୍ଲା ସଲିମ୍ ଅଲି ଆଡିଡି (Brigadier Yusuf Abdullah Salim Ali Adidi) ରିତେଶ ଜେମ୍ସ ଗୁପ୍ତାଙ୍କୁ ଏହି ବ୍ୟାଗ ଫେରେଇବାପାଇଁ ପୁରସ୍କୃତ କରିଥିଲେ ଏବଂ ସମ୍ପ୍ରଦାୟ ଏବଂ ପୋଲିସର ଏକ ଗୁରୁତ୍ୱପୂର୍ଣ୍ଣ ଲିଙ୍କ ହୋଇଥିବାରୁ ତାଙ୍କୁ ପ୍ରଶଂସା ମଧ୍ୟ କରିଥିଲେ।

ପୋଲିସ ବ୍ୟାଗକୁ ମାଲିକଙ୍କ ନିକଟକୁ ଫେରାଇ ଦେଇଛି କି ନାହିଁ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ବ୍ୟାଗ ମାଲିକ ଙ୍କୁ ଖୋଜା ଚାଲିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *