ସଂସ୍କାର : ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଆମ ପଡୋଶୀ ଦେଶ ପାକିସ୍ତାନ। ପାକିସ୍ତାନର ଆର୍ଥିକ ସଙ୍କଟ ଗଭୀର ହେବାରେ ଲାଗିଛି ଏବଂ ଏହାର ପ୍ରଭାବ ସେଠାକାର ଲୋକଙ୍କ ଉପରେ ପଡିଛି। ଏହି ପର୍ଯ୍ୟାୟରେ, ପାକିସ୍ତାନରେ ପ୍ରଥମ ଥର ପାଇଁ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୫୦ ଟଙ୍କା ଅତିକ୍ରମ କରିଛି। କେବଳ ଏତିକି ନୁହେଁ, ମୁଦ୍ରାସ୍ଫୀତି ବୃଦ୍ଧି ମଧ୍ୟରେ କରାଚିରେ କ୍ଷୀରର ମୂଲ୍ୟ ଲିଟର ପିଛା ୬୦ ଟଙ୍କାରେ ପହଞ୍ଚିଛି। ପାକିସ୍ତାନର ଅନେକ ସ୍ଥାନରେ କ୍ଷୀର ଲିଟର ପିଛା ୮୦ ଛୁଇଁଲାଣି । ଯାହାକି ପାକିସ୍ତାନ ଗଣମାଧ୍ୟମର ରିପୋର୍ଟରେ ଉଲେଖ୍ୟ ଅଛି।
ଏଥି ସହିତ ପାକିସ୍ତାନରେ ଅନ୍ୟାନ୍ୟ ଜିନିଷର ମୂଲ୍ୟ ମଧ୍ୟ ବଢ଼ିବାରେ ଲାଗିଛି। ଏହି କାରଣରୁ ବିରୋଧୀ ଦଳ ଇମ୍ରାନ ଖାନ ସରକାରଙ୍କ ବିରୋଧରେ ବର୍ଷିବାରେ ଲାଗିଛନ୍ତି। ଆଉ ଦେଶରେ ଆର୍ଥିକ ସଙ୍କଟ କାରଣରୁ ମୁସ୍କିଲରେ ପଡ଼ିଗଲେଣି କ୍ରିକେଟର ରୁ ପ୍ରାଧାନମନ୍ତ୍ରୀ ସାଜିଥିବା ଇମ୍ରାନ ଖାନ୍।
ବାସ୍ତବରେ, ସରକାରଙ୍କ ଭୁଲ ଅର୍ଥନୈତିକ ନୀତି କିଛି ଦେଶର ଆର୍ଥିକ ସମସ୍ୟା ଆଣିଥାଏ। ସେଥିମଧ୍ୟରୁ ଗୋଟିଏ ହେଉଛି ପାକିସ୍ତାନ ଦେଶ। ପାକିସ୍ତାନରେ ପରିସ୍ଥିତି ଏପରି ଉପୁଜିଛି ଯେ, ବର୍ତ୍ତମାନ ଲୋକମାନେ ଏଲପିଜି ମୂଲ୍ୟକୁ ନେଇ ଚିନ୍ତିତ ଅଛନ୍ତି। ଦେଶରେ ଘରୋଇ ସିଲିଣ୍ଡରର ମୂଲ୍ୟ ୨୫୬୦ ଟଙ୍କାରେ ପହଞ୍ଚିଛି। ଏଥି ସହିତ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ହେଉଛି ପ୍ରାୟ ୧୦ ହଜାର ଟଙ୍କା।
ଅନ୍ୟପଟେ ପାକିସ୍ତାନରେ ପେଟ୍ରୋଲ ଦର ଲିଟର ପିଛା ୧୫୦ ହୋଇଛି। ଏହା ପ୍ରଥମ ଥର ଘଟିଛି। କ୍ଷୀରର ମୂଲ୍ୟ ପାକିସ୍ତାନରେ ଲିଟର ପିଛା ୧୦୦ ଟଙ୍କା ଛୁଇଁଲାଣି ଏବଂ ଚିନି ମୂଲ୍ୟ କିଲୋଗ୍ରାମ ପ୍ରତି ୧୦୦ ଟଙ୍କା ରହିଛି। କେବଳ ଏତିକି ନୁହେଁ, ମଟନ୍, ଚିକେନ୍, ଡାଲି ଏବଂ ଅନ୍ୟାନ୍ୟ ଜିନିଷର ମୂଲ୍ୟ ମଧ୍ୟ ପାକିସ୍ତାନରେ ବୃଦ୍ଧି ପାଇଛି। ଯାହାକି ଇମ୍ରାନ ଖାନ ସରକାରଙ୍କୁ ଚିନ୍ତାରେ ପକାଇଛି।