ଏହି ବ୍ୟକ୍ତି ଯିଏ NASA ବିପକ୍ଷରେ ଯାଇ ନିଜେ ତିଆରି କଲେ ମହାକାଶ ଯାନ, ଯାତ୍ରା କଲେ ମହାକାଶକୁ

“ପ୍ରଥମେ ନିଜକୁ ପରିବର୍ତ୍ତନ କର, ଯେମିତି ଅନ୍ୟକୁ ତମେ ଦେଖିବାକୁ ଚାହଁ” ମହାତ୍ମା ଗାନ୍ଧୀ କହିଥିବା ଏହି ବାକ୍ୟକୁ ଅକ୍ଷରେ ଅକ୍ଷରେ ପାଳନ କରିଥିବା ଲୋକଙ୍କ ଭିତରେ ଇଲୋନ ମସ୍କ ଅନ୍ୟତମ । ଦକ୍ଷିଣ ଆଫ୍ରିକାରେ ଜନ୍ମ ନେଇଥିବା ଇଲୋନ ମସ୍କ ହେଉଛନ୍ତି ଦୂରଦର୍ଶୀ, ଭବିଷ୍ୟତବାଦୀ, ପ୍ରତିବନ୍ଧକ ମୁକ୍ତ ଚିନ୍ତାଧାରା ରଖୁଥିବା ଜଣେ ଚୁମ୍ବକ ବ୍ୟବସାୟୀ ।

ଇଲୋନ ମସ୍କ ଭଳି ବ୍ୟକ୍ତି ୧୦୦ ବର୍ଷ ମଧ୍ୟରେ ହାତଗଣତିରେ ହିଁ ଜନ୍ମ ନିଅନ୍ତି । ଇଲୋନ କୁହନ୍ତି, “ମୋତେ ତାହା କରିବାର ନାହିଁ ଯାହା କରିହେବ, ମୁଁ ତାହା କରେ ଯାହା କରିବା ଉଚିତ୍ ।”

ପ୍ରିଟୋରିଆ ସହରରେ ୧୯୭୧, ୨୮ ଜୁନରେ ତାଙ୍କର ଜନ୍ମ । ପିତା ଇରୋଲ ମସ୍କ ଇଞ୍ଜିନିୟର ସହିତ ପାଇଲାଟ ଥିଲେ ଓ ମାତା ମଏ ମସ୍କ ଜଣେ ମଡ଼େଲ ସହିତ ଡାଇଟିସିଆନ ମଧ୍ୟ ଥିଲେ । ପିଲାଟିବେଳୁ ଇଲୋନ ବହି ପଢାପଢିରେ ବେଶୀ ସମୟ ଦେଉଥିଲେ । ମାତ୍ର ୧୦ ବର୍ଷ ବୟସରେ କମ୍ପୁଟର ପ୍ରତି ନିଜର ଆଗ୍ରହ ଦେଖେଇ ୧୨ ବର୍ଷ ବେଳକୁ କମ୍ପୁଟର ପ୍ରୋଗ୍ରାମିଂ ଶିଖି ବ୍ଳାଷ୍ଟର ନାମକ ଗୋଟେ ଗେମ୍ ତିଆରି କରି ଦେଇଥିଲେ । ଖାଲି ସେତିକି ନୁହେଁ । ସେ ସେଇ ଗେମକୁ ୫୦୦ ଡଲାର ମୁଦ୍ରାରେ ପି.ସି. ଆଣ୍ଡ୍ ଅଫିସ ଟେକ୍ନୋଲୋଜି ନାମକ ଗୋଟେ କମ୍ପାନୀକୁ ବିକ୍ରି ମଧ୍ୟ କରିଦେଲେ ।

ଆଇଜାକ୍ ଆସିମୋଏ ଥିଲେ ତାଙ୍କ ପ୍ରେରଣା । ଆଇଜାକ୍ ଆସିମୋଏର ଅନେକ ବହି ସେ ପଢିଥିଲେ ଓ ବୋଧେ ସେଇଥିପାଇଁ ଟେକ୍ନୋଲୋଜି ପ୍ରତି ଆକର୍ଷିତ ହୋଇ ପଡ଼ିଥିଲେ । କ୍ଵିନ୍ ୟୁନିଭରସିଟିରୁ ଗ୍ରାଜୁଏସନ ଆରମ୍ଭ କରି ୨ବର୍ଷ ପରେ ୟୁନିଭରସିଟି ଅଫ୍ ପେନସିଲଭାନିଆ ଚାଲିଗଲେ । ୧୯୯୨ ରେ ପଦାର୍ଥ ବିଜ୍ଞାନରେ ଡିଗ୍ରୀ ହାସଲ କରି ୧୯୯୫ରେ ଉଚ୍ଚ ଶିକ୍ଷା ପାଇଁ ଇଲୋନ ଗଲେ

ପ୍ରଥମ ବ୍ୟବସାୟ ସେ ତାଙ୍କ ଭାଇ ସାଙ୍ଗରେ ମିଶି ଆରମ୍ଭ କରିଥିଲେ । ZIP 2 ନାମକ ଗୋଟେ ସଫ୍ଟୱେର କମ୍ପାନୀ ଆରମ୍ଭ କଲେ, ଯାହାକୁ ପରେ COMPAQ, ପାଖାପାଖି ୩୦୭ ମିଲିୟନ ଡଲାର ଦେଇ କିଣିନେଲା । ଏହାପରେ ନିଜ ଭାଗର ୭ ପ୍ରତିଶତ (ପ୍ରାୟ ୨୨ ମିଲିୟନ ଡଲାର) ନେଇ ସେ ପୁଣି ଆଉଏକ ବ୍ୟବସାୟ ଆରମ୍ଭ କଲେ । ୧୯୯୯ ବେଳକୁ ନିଜ ପାଖରେ ଥିବା ଅର୍ଥରୁ ୧୦ ପ୍ରତିଶତ ଉଠାଇ X.com ନାମକ ଏକ ଆର୍ଥିକ ସେବା ଯୋଗାଉଥିବା କମ୍ପାନୀ ଥିଲା, ବର୍ଷେ ପରେ ତାହା CONFINITY (ଆଜିର PayPal) ନାମକ କମ୍ପାନୀରେ ସହିତ ମିଶି ଗଲା ଯିଏ ଆର୍ଥିକ ସ୍ଥାନାନ୍ତରଣ ସେବା ଯୋଗାଇବା ପାଇଁ ଖୁବ୍ ଜଣାଶୁଣା । ୨୦୦୨ରେ ebay, PayPalକୁ ୧.୫ବିଲିୟନ ଡଲାର ଅବିଶ୍ଵସନୀୟ ଅର୍ଥରାଶି ଦେଇ କିଣିନେଲା । ଏହାପରେ ଇଲୋନଙ୍କୁ ମିଳିଲା ୧୬୫ ମିଲିୟନ ଡଲାର ଯେହେତୁ PayPalର ସେ ଥିଲେ ଜଣେ ବଡ ଭାଗର ଅଂଶୀଦାର ।

ଏଥର ଆଉ ଏକ ନୂଆ ବ୍ୟବସାୟ ପାଇଁ ସେ ପୁଞ୍ଜି ନିବେଶ କଲେ ୧୦୦ ମିଲିୟନ ଡଲାରର । ଏହି ଅର୍ଥରେ ସେ SPACEX ନାମକ କମ୍ପାନୀ ସ୍ଥାପନା କଲେ । ୨୦୩୦ ବେଳକୁ ମଙ୍ଗଳ ଗ୍ରହରେ ଜନବସତି ସ୍ଥାପନା ପ୍ରସ୍ତୁତିରେ ସେ ଅଛନ୍ତି ବୋଲି ଗୋଟେ ସାକ୍ଷାତକାରରେ ମଧ୍ୟ କହିଛନ୍ତି । ୨୦୦୩ ରେ ୨ ଜଣଙ୍କ ସହ ମିଶି ସେ TESLA ନାମକ କମ୍ପାନୀ ମଧ୍ୟ କରିଥିଲେ ଓ ୨୦୦୮ ପରଠାରୁ ସେ ଉକ୍ତ କମ୍ପାନୀର CEO ଭାବରେ କାର୍ଯ୍ୟରତ । TESLA ବିଦ୍ୟୁତଚାଳିତ କାର ତିଆରି କରିବାରେ ପ୍ରସିଦ୍ଧି ଲାଭ କରିଛି । ୨୦୧୫ ରେ ସେ ଆର୍ଟିଫିସିଆଲ ଇଣ୍ଟେଲିଜେଣ୍ଟ ଗବେଷଣା କେନ୍ଦ୍ର ଖୋଲିଲେ ଯାହାର ନାମ ଥିଲା OpenAI ।

ନିଜେ space travel କୁ କାହିଁକି କରିପାରିବେନି ପ୍ରଶ୍ନର ଉତ୍ତରରେ ନିଜେ ନିଜେ ଅନେକ ବହି ପଢି ତଥା ହେନେରୀ ଫୋର୍ଡ଼ଙ୍କ ଚଲାପଥକୁ ଆପଣେଇ SPACEX ର ମୂଳଦୁଆ ପକାଇଥିଲେ ଇଲୋନ । ଗୋଟେ ଘରୋଇ ସଂସ୍ଥା space travelକୁ redesign କରିଦେବା ବିଶ୍ଵାସ କଲାଭଳି କଥା ନଥିଲା । ୩ ଥରର ବିଫଳତା ପରେ କିନ୍ତୁ ୪ର୍ଥ ଥର ସେ ସଫଳ ହୋଇଥିଲେ ଓ  NASA ଠାରୁ project ବି ପାଇଲେ । ISRO ଓ NASA ସରକାରୀ ଅର୍ଥରେ କାମ କରୁଥିଲାବେଳେ ଇଲୋନ ବିନା ଡିଗ୍ରୀରେ ନିଜ ଘରୋଇ ସଂସ୍ଥା ବଳରେ ହିଁ ପୁନଃ-ବ୍ୟବହାରକାରୀ ରକେଟ ତିଆରି କରିବାରେ ସକ୍ଷମ ହେଲେ ।

ସେ କେବଳ ଜଣେ ବିଜ୍ଞ କିମ୍ବା ଧନୀ ତଥା ପ୍ରସିଦ୍ଧି ପ୍ରାପ୍ତ ବ୍ୟକ୍ତି ନୁହନ୍ତି ବରଂ ଆଜିର ଯୁବପିଢି ପାଇଁ ଜବରଦସ୍ତ ପ୍ରେରଣା ମଧ୍ୟ । ତାଙ୍କ ଚିନ୍ତା କରିବା ଶୈଳୀ ଓ ବିପଦକୁ ଆହ୍ଵାନ ଦେବା ହିଁ ତାଙ୍କୁ ସମସ୍ତଙ୍କ ଠାରୁ ଭିନ୍ନ କରେ ।

Leave a Reply

Your email address will not be published. Required fields are marked *