ସରକାରଙ୍କ ନିଷ୍ପତି: ଏହି ସ୍ଥାନରେ ହଟିବ ଲକଡାଉନ୍, ବିନା ମାସ୍କ ଆଉ କରୋନା କଟକଣା ରେ ଲୋକେ ପୂର୍ବ ପରି ବୁଲି ପାରିବେ

ସଂସ୍କାର (୧୬/୦୭) :- ସମଗ୍ର ୨୨୦ ଦେଶରେ କରୋନାର ତାଣ୍ଡବ ଲୀଳା ଲାଗିରହିଛି। ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା ସହ ଲଢ଼େଇ କରିବା ପାଇଁ କରୋନା ଟୀକା ନେବା ଆରମ୍ଭ କରିସାରିଲେଣି । ଯେଉଁ ଦେଶର ଜନସାଧାରଣ ଟୀକା ସମ୍ପୂର୍ଣ୍ଣ ନେଇ ସାରିଛନ୍ତି କିମ୍ବା ଅଧିକାଂଶ ଦେଶର ଲୋକମାନେ ଟିକାର ପ୍ରଥମ ଡୋଜ୍ ନେଇ ସାରିଛନ୍ତି , ସେହି ଦେଶ ଗୁଡିକର ସରକାର ବର୍ତ୍ତମାନ ଲୋକଙ୍କ ପାଇଁ କରୋନା କଟକଣା କୋହଳ କରିବା ପାଇଁ ଚିନ୍ତା କରୁଛନ୍ତି। ଏହି କ୍ରମରେ ଇଂଲଣ୍ଡରେ ଆସନ୍ତା ୧୯ ତାରିଖରୁ ହଟିବ ସମସ୍ତ କୋଭିଡ୍ ପ୍ରତିବନ୍ଧକ । ଏନେଇ ଘୋଷଣା କରିଛନ୍ତି ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ । ଜନସନ ନିଜ ବାର୍ତାରେ କହିଛନ୍ତି ଯେ, ଏଣିକି ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା କୌଣସି ଆବଶ୍ୟକତା ନାହିଁ । ଯେହେତୁ ଆମେ କରୋନା ଟିକା ନେଇଛନ୍ତି ସେ କାରଣରୁ କରୋନାର ଗମ୍ଭୀର ଲକ୍ଷଣ ଠାରୁ ବର୍ତ୍ତିବା ପାଇଁ ଏହା ସାହାଯ୍ୟ କରିବ ।

ଅନ୍ୟପକ୍ଷରେ ଏନଏଚକେ ର ରିପୋର୍ଟ ମୁତାବକ, ପ୍ରତ୍ୟେକ ଦେଶର ହସ୍ପିଟାଲରେ କରୋନା ରୋଗୀଙ୍କ ଭର୍ତ୍ତି ଏବଂ ମୃତ୍ୟୁ ସଂଖ୍ୟା ଜାରି ରହିପାରେ । ତେବେ ଇଂଲଣ୍ଡରେ ଗତ ବର୍ଷ ଶୀତ ଦିନ ତୁଳନାରେ ଚଳିତ ବର୍ଷ ହସ୍ପିଟାଲରେ କରୋନା ରୋଗୀଙ୍କ ଭର୍ତ୍ତି ସଂଖ୍ୟା ଓ ମୃତ୍ୟୁ ସଂଖ୍ୟାରେ ହ୍ରାସ ଘଟିବ । ତେଣୁ ଏବେ ସାର୍ନଜନୀନ ସ୍ଥାନରେ ଏବେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବା ଆବଶ୍ୟକ ନାହିଁ । ତେବେ ଲୋକମାନେ ବ୍ୟକ୍ତିଗତ ରୂପରେ ସାବଧାନତା ରକ୍ଷା କରିବା ପାଇଁ ସେ ଅପିଲ କରିଛନ୍ତି ।

ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆହୁରି ମଧ୍ୟ କହିଛନ୍ତି ଯେ, ମହାମାରୀ ଶେଷ ହୋଇନି କି ତାର କୌଣସି ବିକଳ୍ପ ନାହିଁ । ଆସନ୍ତା ଜୁଲାଇ ୧୯ ତାରିଖରୁ ଆମେ ପୁଣି ପୂର୍ବ ଭଳି ଜୀବନଶୈଳୀକୁ ଫେରିବା। ସେପଟେ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି । ସେମାନେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ମହାମାରୀ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ସମସ୍ତ କଟକଣା ହଟାଇଦେଲେ ଏହା ପୁଣି ଥରେ ବିପଦକୁ ଟାଣି ଆଣିବ।

ଗୁରୁବାର ଦିନ, ବ୍ରିଟେନରେ ୩୪ ହଜାର ୪୭୧ ଟି ନୂଆ କରୋନା ମାମଲା ରେକର୍ଡ କରାଯାଇଛି । ଏହା ସହ ଗତ ୨୮ ଦିନ ମଧ୍ୟରେ କରୋନାରେ ୨୫ ଜଣଙ୍କ ମୃତ୍ୟୁ ଘଟିଛି।

Leave a Reply

Your email address will not be published. Required fields are marked *