ପାକିସ୍ତାନ ପାଇଁ ବଡ଼ ସଙ୍କଟ, ଏହି କାରଣ ପାଇଁ ଗୁଗୁଲ୍, ଫେସବୁକ୍ ଓ ଟ୍ୱିଟର୍ ସେବା ବନ୍ଦ ହେଇଯାଇପାରେ

ଆଗକୁ ପାକିସ୍ଥାନରେ ଗୁଗୁଲ୍, ଟ୍ଵିଟର୍ ଓ ଫେସବୁକ୍ ସେବା ବନ୍ଦ ହୋଇଯିବାର ଆଶଙ୍କା । ଗୁଗୁଲ୍, ଟ୍ଵିଟର୍ ଓ ଫେସବୁକ୍ ଉପରେ ଜାରି ହୋଇଛି କଟକଣା । ଏ କଟକଣା ଓ ଆଶଙ୍କା ପଛର କାରଣ ପାକିସ୍ଥାନ ସରକାରଙ୍କର ନୂଆ “ଡିଜିଟାଲ୍ ସେନ୍ସରଶିପ୍” ଆଇନ । ଆସନ୍ତୁ ଜାଣିବା ତେବେ “ଡିଜିଟାଲ୍ ସେନ୍ସରସିପ୍” ଆଇନ କଣ ଓ ଡିଜିଟାଲ ଡାର୍କନେସକୁ ଚାଲି ଯାଇପାରେ’ର ରହସ୍ୟ ।

ଡିଜିଟାଲ ସେନ୍ସରସିପ ଆଇନ :

୧. ଆପତ୍ତିଜନକ ବିଷୟବସ୍ତୁକୁ ନେଇ କୌଣସି ମାପଦଣ୍ଡ ସ୍ଥିର କରାଯାଇ ନାହିଁ ।

୨. ଯେକୌଣସି ବିଷୟବସ୍ତୁକୁ ଆପତ୍ତିଜନକ ଭାବେ ବିଚାରକୁ ନେଇପାରିବ ଏବଂ ତାକୁ ହଟାଇବାକୁ ସୋସିଆଲ ମିଡ଼ିଆ କମ୍ପାନୀକୁ ନିବେଦନ କରିପାରିବ । ନିବେଦନର ୨୪ ଘଣ୍ଟା ଭିତରେ କମ୍ପାନୀଗୁଡ଼ିକୁ ଏସବୁ ବିଷୟବସ୍ତୁକୁ ହଟାଇବାକୁ ପଡ଼ିବ । ଜରୁରୀକାଳୀନ ସ୍ଥିତିରେ ଏହି ସମୟ ସୀମା ୬ ଘଣ୍ଟା ରହିବ ।

୩. ସେନ୍ସରଶିପ୍ ଆଇନ ଅଧୀନରେ ସବାସ୍କ୍ରାଇବର, ଟ୍ରାଫିକ, ବିଷୟବସ୍ତୁ ଏବଂ ଆକାଉଣ୍ଟ ସମ୍ପର୍କିତ ତଥ୍ୟ ଗୁଇନ୍ଦା ସଂସ୍ଥା ସହିତ ଶେୟାର କରାଯିବାର ବ୍ୟବସ୍ଥା ।

୪. କମ୍ପାନୀଗୁଡ଼ିକୁ ପାକିସ୍ଥାନରେ ସ୍ଥାୟୀ କାର୍ଯ୍ୟାଳୟ ଖୋଲିବାକୁ ପଡ଼ିବ ।

୫. ଲୋକାଲ ସର୍ଭର ତିଆରି କରିବାକୁ ନିର୍ଦ୍ଦେଶ ।

୬. ବିଦେଶରେ ରହୁଥିବା ପାକିସ୍ଥାନୀ ବ୍ୟକ୍ତିଙ୍କ ଆକାଉଣ୍ଟ ଉପରେ ରହିବ ନଜର । ଆଇନ ଉଲଂଘନ କଲେ ୫୦ କୋଟି ଟଙ୍କା ଜୋରିମାନା ।

ପାକିସ୍ଥାନ ସରକାର “ଡିଜିଟାଲ୍ ସେନ୍ସରସିପ୍” ଆଇନ ଆଣିବା ପରେ ଏହି ସବୁ କମ୍ପାନୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ଆଇନ ଦ୍ଵାରା ପାକିସ୍ଥାନର ୬ କୋଟି ଇଣ୍ଟର୍ନେଟ୍ ଉପଭୋକ୍ତାମାନଙ୍କ ବ୍ୟକ୍ତିଗତ ସ୍ଵାଧୀନତା ଓ ଗୋପନୀୟତାର ଉଲଂଘନ ହୋଇଛି ବୋଲି ଗୁଗୁଲ, ଟ୍ଵିଟର ଓ ଫେସବୁକ୍ ସମେତ ଅନ୍ୟ କମ୍ପାନୀମାନଙ୍କୁ ନେଇ ଗଠିତ “ଏସିଆ ଇଣ୍ଟରନେଟ କୋଆଲିସନ୍” (ଏ.ଆଇ.ସି) ଇମ୍ରାନ ଖାନଙ୍କୁ ଚେତାବନୀ ଦେଇ ଲେଖିଛି ଗୋଟେ ଚିଠି । ପାକିସ୍ଥାନ ସରକାର “ଡିଜିଟାଲ ସେନ୍ସରସିପ” ଆଇନ ପ୍ରସ୍ତୁତ କଲା ସମୟରେ କୌଣସି ବିଶେଷଜ୍ଞଙ୍କ ମତ ନେଇନାହିଁ ବୋଲି କରିଛି ମଧ୍ୟ ଅଭିଯୋଗ । ଯଦି ଆଇନରେ ପରିବର୍ତ୍ତନ କରା ନଯାଏ ତେବେ ସେମାନେ ପାକିସ୍ଥାନରେ ନିଜର ସମସ୍ତ ସେବା ବନ୍ଦ କରିବାକୁ ବାଧ୍ୟ ହେବେ ବୋଲି ଉକ୍ତ ଆଇନକୁ ବିରୋଧ କରିବାକୁ ଯାଇ ଏ.ଆଇ.ସି ପକ୍ଷରୁ କୁହାଯାଇଛି । ଏମିତିକି ଡିଜିଟାଲ ଡାର୍କନେସକୁ ଚାଲିଯାଇପାରେ ପାକିସ୍ଥାନ ।  

Leave a Reply

Your email address will not be published. Required fields are marked *