ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ ଚାଲିଛି ଏବଂ ଦେଶର କୋଣ ଅନୁକୋଣରୁ ଲୋକମାନେ ଏହି ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଦାନ ଦେଉଛନ୍ତି । ମନ୍ଦିର ନିର୍ମାଣରେ ନିୟୋଜିତ କାର୍ଯ୍ୟକର୍ତ୍ତମାନେ ବି ଘର ଘର ଯାଇ ରାଶି ସଂଗ୍ରହ କରୁଛନ୍ତି । ଦେଶର ପ୍ରସିଦ୍ଧ ନାମୀଦାମୀ ବ୍ୟକ୍ତିତ୍ୱମାନେ ବି ନିଜ ତରଫରୁ ନିଜ ରୋଜଗାରର ବଡ଼ ଅଂଶ ଦାନ ସ୍ୱରୂପ ଦେଉଛନ୍ତି । ତେବେ ଏପରି ସମୟରେ ୮୩ ବର୍ଷୀୟ ଫକ୍କଡ଼ ବାବା ଚର୍ଚ୍ଚାରେ ଅଛନ୍ତି । କାରଣ ସେ ତାଙ୍କର ଆଜୀବନ ରୋଜଗାରକୁ ଟ୍ରଷ୍ଟକୁ ଦାନ ଦେଇଛନ୍ତି ।
ଋଷିକେସରେ ସ୍ୱର୍ଗାଶ୍ରମରେ ସ୍ଥିତ ଟାଟ ବାବାଙ୍କର ଜଣେ ଶିଷ୍ୟ ୮୩ ବର୍ଷୀୟ ଫକ୍କଡ଼ ବାବା ସ୍ୱାମୀ ଶଙ୍କର ଦାସ ନିଜର ସମସ୍ତ ଅର୍ଜିତ ଅର୍ଥକୁ ରାମ ମନ୍ଦିର ନିର୍ମାଣ ଦାନ କରିଛନ୍ତି । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସ୍ଵାମୀ ଶଙ୍କର ଦାସଙ୍କର ସମୁଦାୟ ଅର୍ଜିତ ସମ୍ପତ୍ତିର ମୂଲ୍ୟ ୧ କୋଟି ଟଙ୍କା ଯାହାର ଏକ ଚେକ୍ ଅଯୋଧ୍ୟାରେ ଶ୍ରୀରାମ ରାମମନ୍ଦିର ନିର୍ମାଣ ପାଇଁ ସେ ଦେଇଛନ୍ତି ।

ଅନ୍ୟପକ୍ଷରେ ଆପଣ ଜାଣି ଆହୁରି ଆଶ୍ଚର୍ଯ୍ୟ ହେବେ ଫକ୍କଡ଼ ବାବା ତାଙ୍କ ଜୀବନର ୬୦ ବର୍ଷ ଗୁମ୍ଫାରେ ଅତିବାହିତ କରିଛନ୍ତି ଏବଂ ତାଙ୍କ ଜୀବନ ଅତି ସାଧାରଣ ଥିଲା । ଫକ୍କଡ଼ ବାବାଙ୍କ ଗୁରୁ ଥିଲେ ଟାଟ ବାବା ଥିଲେ ଯିଏ ମହର୍ଷି ମହେଶ ଯୋଗୀ, ବିଶ୍ୱ ଗୁରୁ ମହାରାଜ ଏବଂ ମସ୍ତ୍ରରାମ ବାବାଙ୍କ ସମସାମୟିକ ଥିଲେ । ଫକ୍କଡ଼ ବାବା କେବେ ବି ନିଜ ପାଇଁ କୌଣସି ସୁଖ ସୁବିଧାର ଆୟୋଜନ କରି ନଥିଲେ ଏବଂ ଅଧା ଜୀବନ ଗୁମ୍ଫାରେ ବିତାଇଥିଲେ ।
ସ୍ୱାମୀ ଶଙ୍କର ଦାସଙ୍କୁ ଫକ୍କଡ଼ ବାବା ଡାକିବାର କାରଣ ଏହିକି ଯେ ସେ ନିଜର ଅଧା ଜୀବନ ଗୁମ୍ଫାରେ ଅତିବାହିତ କରିଥିଲେ ଏବଂ କେବଳ ଦୁଇଟି ପୋଷାକରେ ରହୁଥିଲେ । ଫକ୍କଡ଼ ବାବା କହିଛନ୍ତି ଯେ ତାଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ ଥିଲା ତାଙ୍କ ଆଖି ସାମ୍ନାରେ ରାମ ମନ୍ଦିର ନିର୍ମାଣ ହେବା, ଯାହା ବର୍ତ୍ତମାନ ପ୍ରକୃତରେ ପୂରଣ ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ ସେ ନିଜ ଜୀବନର ସମସ୍ତ ଆୟକୁ ରାମ ମନ୍ଦିର ନିର୍ମାଣରେ ଦାନ କରିଥିଲେ ।