କୃଷକ ବନ୍ଧ୍ୟା ଚାଷ ଜମିରେ ହଳ ବୁଲାଉଥିଲେ : ମିଳିଲା ପ୍ରାୟ ୨ କୋଟି ଟଙ୍କାର ସୁନା-ରୂପା ଭର୍ତ୍ତି କଳସ …

ମନୋଜ କୁମାରଙ୍କ ଫିଲ୍ମ “ଉପକାର” ଆପଣ ଦେଖିଥିବେ । ସେହି ଫିଲ୍ମର ଏକ ଲୋକପ୍ରିୟ ଗୀତ ଥିଲା, “ମେରେ ଦେଶ କି ଧରତି ସୋନା ଉଗଲେ, ଉଗଲେ ହିରେ ମୋତି, ମେରେ ଦେଶ କି ଧରତି” । ତେବେ ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ତେଲେଙ୍ଗାନାର ଏକ ଗାଁରେ । କୃଷକ ଜଣେ ବନ୍ଧ୍ୟା ଜମି ଚାଷ କରିବାକୁ ଆସି ପାଇଛି ପ୍ରାୟ ୨ କୋଟି ଟଙ୍କାର ସୁନା-ରୂପା ।

ଏହି ଆଶ୍ଚର୍ଯ୍ୟଜନକ ଖବର ତେଲେଙ୍ଗାନା ଜଙ୍ଗନ ଜିଲ୍ଲାର ପେମ୍ବାର୍ଥୀ ଗାଁରୁ ଆସିଛି । ଏଠାରେ ନରସିଂହ ନାମକ ଜଣେ କୃଷକ ନିଜର ବନ୍ଧ୍ୟା ଜମିକୁ ସମତଳ କରୁଥିଲେ ଏବଂ କୁହାଯାଉଛି ଯେ କିଛି ଦିନ ପୂର୍ବେ ଚାଷୀ ୧୧ ଏକର ବନ୍ଧ୍ୟା ଜମି କିଣି ଏହାକୁ ସମତଳ କରୁଥିଲେ ।

ଯେତେବେଳେ ଏହାକୁ ସମତଳ କରିବା ପାଇଁ ଜମି ଖୋଳା ଯାଉଥିଲାବେଳେ କୋଦାଳ ଯାଇ ବାଜିଲା ଏକ ଧାତୁରେ । ବେଶୀ ଖୋଳିବା ପରେ ମିଳିଲା ପ୍ରାୟ ୫ କିଲୋଗ୍ରାମର ସୁନା ଭଣ୍ଡାର । କୁହାଯାଉଛି ବଜାରରେ ଏହାର ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ।

ଜଙ୍ଗଲରେ ନିଆଁ ଲାଗିଲା ପରି ଏହି ଖବର ଚାରିଆଡ଼େ ବ୍ୟାପିଗଲା । ଲୋକମାନେ ଏହାକୁ ଦେଖିବାକୁ ଦୂରଦୂରାନ୍ତରୁ ଆସିବାକୁ ଆରମ୍ଭ କଲେ । ଏହାସହିତ ପ୍ରଶାସନ ଏବଂ ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀମାନେ ମଧ୍ୟ ସେଠାରେ ପହଞ୍ଚିଥିଲେ । କୁହାଯାଉଛି ଯେ ଏହି ଧନ କାକତୀୟ ରାଜବଂଶର ଅଟେ । କାକତୀୟ ରାଜାଙ୍କ ରାଜ୍ୟ ୱାରଙ୍ଗାଲରେ ଥିଲା ଏବଂ ଏହା ସେହି ସ୍ଥାନ ।

ସୂଚନାଥାଉ ଯେ ସମ୍ପତ୍ତି ଥିବା ପାତ୍ରରେ ୨୨ ଟି ସୁନା କୁଣ୍ଡଳ, ୫୧ ଗଳବନ୍ଦ, ସୁନା ଏବଂ ରୂପାର ବାଡ଼ି, ୫ ଟି ସୁନା ଚେନ୍, ଅନେକ ମୁଦି, ହୀରା ଏବଂ ରୁବି ମଧ୍ୟ ମିଳିଛି । ସେସବୁକୁ ଏକ ତମ୍ବାର ଏକ କଳସରେ ରଖାଯାଇଥିଲା ଯାହା ଚାଷ ଜମିରେ ପୋତି ହୋଇ ରହିଥିଲା । ତେବେ ଚାଷୀଟି ଏହି ସମସ୍ତ ସମ୍ପତ୍ତି ପ୍ରଶାସନକୁ ଦେଇ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *