ଉତ୍ତରପ୍ରଦେଶର ମେରଠର ଏକ ବଜାରରେ ବିଶୃଙ୍ଖଳାର କାରଣ ଜଣେ ପୁରୁଷ ଏବଂ ମହିଳା ଭିତରେ ହୋଇଥିବା ଏକ ଜବରଦସ୍ତ ଝଗଡ଼ା । ନୌଚନ୍ଦି ଥାନା ଅନ୍ତର୍ଗତ ସେଣ୍ଟ୍ରାଲ ବଜାରରେ ଘଟିଛି ଏହି ଘଟଣା । ଅଦନାନ୍ ନାମକ ଜଣେ ବ୍ୟକ୍ତି ତାଙ୍କ ମହିଳା ବନ୍ଧୁଙ୍କ ସହିତ ବଜାର ବୁଲିବାକୁ ଆସିଥିଲେ ଏବଂ ଏହି ସମୟରେ ଅଦନାନଙ୍କ ପତ୍ନୀ ଆୟେଶା ସେଠାକୁ ଚାଲି ଆସିଲେ ଏବଂ ଦୁହିଁଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହେଲା । ଅଦନାନଙ୍କ ସହିତ ଅନ୍ୟ ଜଣେ ମହିଳାଙ୍କୁ ଦେଖି ଆୟେଶା ରାଗି ଯାଇଥିଲେ ଏବଂ ଆୟେଶାଙ୍କ ମନୋଭାବ ଦେଖି ଅଦନନ୍ ମଧ୍ୟ ରାଗିଗଲେ । ଝଗଡ଼ା ଏତେ ବଢିଲା ଯେ ଅଦନାନ ତାଙ୍କ ପତ୍ନୀଙ୍କୁ ପିଟିବା ଆରମ୍ଭ କଲେ ଏବଂ ଏହାପରେ ଖବର ପାଇ ପୋଲିସ ପହଞ୍ଚିଲେ ଘଟଣାସ୍ଥଳରେ ।
ଥାନାରେ ପହଞ୍ଚିବା ପରେ ଅଦନନ୍ କହିଥିଲେ ଯେ ଗତ ବର୍ଷ ସେ ଆୟେଶାଙ୍କୁ ବିବାହ କରିଥିଲେ । ଅଦନନ୍ କହିଛନ୍ତି ଯେ ସେ ତାଙ୍କ ପତ୍ନୀ ଆୟେଶାଙ୍କୁ ଛାଡ଼ପତ୍ର ଦେଇଛନ୍ତି ଏବଂ କୋର୍ଟରେ ଏକ ମାମଲା ଚାଲିଛି, ଏପର୍ଯ୍ୟନ୍ତ ତେଣୁ ଆଇନଗତ ଭାବରେ, ଅଦନନ୍ ଏବଂ ଆୟେଶା ଏପର୍ଯ୍ୟନ୍ତ ସ୍ୱାମୀ ଏବଂ ସ୍ତ୍ରୀ ଅଟନ୍ତି । ଅନ୍ୟପକ୍ଷରେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବାରୁ ଆୟେଶାକୁ ନେଇ ଅଦନନ୍ ତାଙ୍କ ବାପଘରେ ଛାଡ଼ି ଆସିଥିଲେ । ହେଲେ ତାଙ୍କୁ କେହିଜଣେ ଅଦନନ୍ ବିଷୟରେ କହିଥିଲେ, ଫଳରେ ସେ ଖୋଜି ଖୋଜି ଆସି ସେଣ୍ଟ୍ରାଲ ବଜାରରେ ପହଞ୍ଚିଥିଲେ ।

ଖବର ଅନୁଯାୟୀ ଗୋଟିଏ ପଟେ ଆୟେଶା କହିଛନ୍ତି ଯେ ଅଦନନ୍ ତାଙ୍କୁ ନକଲି ଛାଡ଼ପତ୍ର ଦେବାକୁ ଚେଷ୍ଟା କରୁଛନ୍ତି । ଅନ୍ୟପକ୍ଷରେ ଅଦନନ୍ କହିଛନ୍ତି ଯେ ଉଭୟଙ୍କ ମାମଲା କୋର୍ଟରେ ଚାଲିଛି ।