ସଂସ୍କାର : ଗତ ଦୁଇଦିନ ହେବ ଚାଲିଛି ୟୁକ୍ରେନ ଓ ଋଷିଆ ମଧ୍ୟରେ ଘମାଘୋଟ ଯୁଦ୍ଧ। ଯାହାଫଳରେ ସାରା ବିଶ୍ଵରେ ଭୟାବହ ସୃଷ୍ଟି ହୋଇଛି। ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି। ଅନ୍ୟପଟେ ନିଜର ସେନାରେ ବହୁତ ସଂଖ୍ୟାରେ ଯବାନ ନିୟୋଜିତ କରିବାରେ ଲାଗିଛି ଋଷିଆ। ଉର୍ଦ୍ଧ୍ବ ସମୟ ଧରି ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ଗତ ୨୪ ତାରିଖଠାରୁ ଯୁଦ୍ଧର ରୂପ ନେଇଛି।
ଯୁଦ୍ଧର ଏହି ବିପଦ ମଧ୍ୟରେ ଋଷିଆ ଏକା ଥିବା ବେଳେ ୟୁକ୍ରେନ ସହ ଅଛନ୍ତି ୟୁରୋପର ଅନେକ ଦେଶ ଏବଂ ଆମେରିକା। କିନ୍ତୁ ଏହି ୟୁରୋପୀୟ ଦେଶ ଓ ଆମେରିକା ୟୁକ୍ରେନକୁ କେବଳ ସହାନୁଭୂତି ଦେଉଛନ୍ତି। ରୁଷ୍ ବିପକ୍ଷରେ କିଛି ବି କଠୋର କାର୍ଯ୍ୟନୁଷ୍ଠାନ ନେଇପାରୁନାହାନ୍ତି ଏମାନେ। ତେବେ ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ କାହିଁକି ହେଲା ? ଏହି ଦୁଇ ଦେଶ ନିଜ ନିଜ ମଧ୍ୟରେ ଯୁଦ୍ଧ କାହିଁକି ଲାଗିଲେ ? ଚାଲନ୍ତୁ ଜାଣିବା ଏହାର କାରଣ।
ମିଡ଼ିଆ ରିପୋର୍ଟ ଅନୁଯାୟୀ, ଋଷିଆ ଓ ୟୁକ୍ରେନ ମଧ୍ୟରେ ବିବାଦର ପ୍ରଥମ କାରଣ ହେଉଛି କ୍ରିମିଆ ପ୍ରାଏ ଦ୍ଵୀପ, ଯାହା ପୂର୍ବରୁ ୟୁକ୍ରେନର ଅଂଶ ଥିଲା। ୨୦୧୪ ମସିହାରେ ୟୁକ୍ରେନରୁ କ୍ରିମିଆ ପ୍ରାଏ ଦ୍ଵୀପକୁ ଅଲଗା କରିଦେଇଥିଲା ରୁଷିଆ । ଆଉ ସେବେ ଠାରୁ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢିଥିଲା । ୟୁକ୍ରେନ ଏହି ଅଞ୍ଚଳକୁ ଫେରି ପାଇବାକୁ ଚାହୁଁ ଥିବା ବେଳେ ଋଷିଆ ସବୁଠାରୁ ବଡ ପ୍ରତିବନ୍ଧକ ପାଲଟି ଥିଲା । ଏହି ପ୍ରସଙ୍ଗରେ ଆମେରିକା ଏବଂ ପଶ୍ଚିମ ଦେଶ ଗୁଡିକ ୟୁକ୍ରେନ ସହ ଥିବା ବେଳେ ଋଷିଆ ଏକା ଲଢିବାକୁ ମନସ୍ଥ କରିଛି ।
ଏହି ବିବାଦର ଦ୍ଵିତୀୟ କାରଣ ହେଲା ବର୍ତ୍ତମାନ ନାର୍ଟ୍ସ ଟିମ ଟୁଫ ପାଇପଲାଇନ ମଧ୍ୟ ତିଆରି ହୋଇଯାଇଛି । ଆଉ ଏହି ପାଇପଲାଇନ ମଧ୍ୟରେ ଋଷିଆ ବର୍ତ୍ତମାନ ଜର୍ମାନୀ ସମେତ ୟୁରୋପର ଅନ୍ୟ ଦେଶକୁ ସିଧାସଳଖ ତେଲ ଏବଂ ଗ୍ୟାସ ଯୋଗାଇବାରେ ସକ୍ଷମ ହେବ। ଏହି କାରଣରୁ ୟୁକ୍ରେନ ଏକ ବୃହତ ଆର୍ଥିକ କ୍ଷତି ସହିବ। କାରଣ ଏ ପର୍ଯ୍ୟନ୍ତ ୟୁକ୍ରେନର ରାସ୍ତା ଦେଇ ୟୁରୋପକୁ ଯାଉଥିଲା ପାଇପଲାଇନ। ଆଉ ଏହି ପାଇପଲାଇନ ଦ୍ୱାରା ୟୁକ୍ରେନକୁ ବହୁତ ରୋଜଗାର ମିଳୁଥିଲା।
ସେପଟେ ଜର୍ମାନୀ ନାର୍ଟ୍ସଟିମକୁ ଅନୁମୋଦନ କରୁ ବୋଲି ଚାହେନାହିଁ ଆମେରିକା ଏହାଦ୍ବାରା ୟୁରୋପ ଋଷ ଉପରେ ଅଧିକ ନିର୍ଭରଶୀଳ ହୋଇପଡିବ ବୋଲି ଆମେରିକା ପକ୍ଷରୁ କୁହାଯାଇଛି । ତେବେ ଏହି ଦୁଇ ଦେଶ ମଧ୍ୟରେ ବିବାଦ କ୍ରିମିଆ ଓ ନାର୍ଟ୍ସଟିମ ପାଇଁ ରହିଛି । ତେବେ ଏଥିପାଇଁ ଗତ ଦୁଇ ଦିନ ହେବ ଦୁଇ ଦେଶ ମଧ୍ୟରେ ଚାଲିଛି ଯୁଦ୍ଧ। ଆଉ ଏହି ଯୁଦ୍ଧ କେବେ ସମାପ୍ତ ହେବ ତାହା କେହି ବି ଜାଣିନାହାନ୍ତି।