ପ୍ରଥମ ଥର ପାଇଁ କରୋନାଭାଇରସର ଫଟୋ, ବିହାରର ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ କଡ଼ା ନିର୍ଦ୍ଦେଶ ଓ ଅନ୍ୟାନ୍ୟ ଘଟଣା ଏହିପରି

ଭାରତ COVID-୧୯ ରୋଗର ବାହକ କରୋନାଭାଇରସର ଫଟୋ ଉଠାଇବାରେ ସଫଳତା ହାସଲ କରିଛି । ଏଇଟା ହିଁ ପ୍ରଥମ ସୁଯୋଗ ଥିଲା ଯେତେବେଳେ ଭାରତୀୟ ବୈଜ୍ଞାନିକମାନେ ଏହି ଭାଇରସର ଫଟୋ ପ୍ରକାଶ କରିଛନ୍ତି । ପୁଣେର ବୈଜ୍ଞାନିକମାନେ ଟ୍ରାନ୍ସମିସନ ଇଲେକ୍ଟ୍ରୋନ ମାଇକ୍ରୋସ୍କୋପ ଇମାଜିଙ୍ଗ ବ୍ୟବହାର କରି ଏହି ଭାଇରସର ଏହି ଫଟୋ ଉଠାଇଛନ୍ତି । ଏହି ଫଟୋକୁ ଇଣ୍ଡିଆନ ଜୋର୍ନାଲ ଅଫ ମେଡ଼ିକାଲ ରିସର୍ଚ୍ଚ ପତ୍ରିକାରେ ପ୍ରକାଶିତ ମଧ୍ୟ କରାଯାଇଛି । ଏହି ଭାଇରସର ବୈଜ୍ଞାନିକ ନାମ ସାର୍ସ ଓଟୁ ଅଟେ ଯାହାକୁ ବ୍ୟବହାରିକ ଭାଷାରେ କରୋନା କୁହାଯାଉଛି ।

କରୋନା ଦୁନିଆ ସାଙ୍ଗରେ ଭାରତରେ ବି ବିସ୍ତାର ହେବାରେ ଲାଗିଛି । ଯଦିଓ କରୋନା ସଂକ୍ରମଣକୁ ରୋକିବାକୁ କୌଣସି ନିଶ୍ଚିନ୍ତ ଔଷଧ ତିଆରି ହେଇପାରିନି ତଥାପି ଏମିତି କିଛି ମେଡ଼ିକାଲ ପଦ୍ଧତି ପ୍ରସ୍ତୁତି ହେଇଯାଇଛି ଯଦ୍ୱାରା ସହଜରେ କରୋନା ସଂକ୍ରମଣ ବ୍ୟକ୍ତିଙ୍କୁ ଚିହ୍ନଟ କରିହେବ । ଆବିଷ୍କୃତ ପଦ୍ଧତି ବ୍ୟବହାର କରି ମାତ୍ର ୫ ମିନିଟ ଭିତରେ ବ୍ୟକ୍ତି ଜଣେ COVID-୧୯ ସଂକ୍ରମିତ କି ନା, ଚିହ୍ନଟ ହେଇପାରିବ ବୋଲି କମ୍ପାନୀର ଦାବି କରିଛି ।

ଭାରତରେ କରୋନାଭାଇରସ ମହାମାରୀ ଦ୍ଵାରା ବଢୁଥିବା ସଙ୍କଟକୁ ଦେଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ଏହି ଲଢେଇ ସମସ୍ତଙ୍କର ଓ ଆମ ସମସ୍ତଙ୍କୁ ମିଳିମିଶି ଏହା ବିରୋଧରେ ଲଢେଇ କରିବାକୁ ହେବ । କରୋନାରେ ସଂକ୍ରମିତଙ୍କ ପାଇଁ AIIM ରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଳାୟର ଅଧିକାରୀ ଲବ ଅଗ୍ରୱାଲ ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି । CGHS ରେ ଯେଉଁ ପୁରୁଣା ରୋଗୀମାନେ ଅଛନ୍ତି ସେମାନଙ୍କୁ ୩ ମାସର ଔଷଧ ଏକା ସାଙ୍ଗରେ ଦିଆଯାଉ ଓ ରୋଗୀମାନଙ୍କୁ ନିଜେ ଯିବାଆସିବା କରିବାକୁ ନପଡୁ ବୋଲି ଅଗ୍ରୱାଲ ଆଦେଶ ଜାରି କରିଛନ୍ତି ।

ଦେଶ ସାରା ଲକଡାଉନ ସତ୍ତ୍ୱେ ଦିଲ୍ଲୀ NCRରୁ ବିହାର, ଉତ୍ତର ପ୍ରଦେଶ ଓ ଝାଡ଼ଖଣ୍ଡରୁ ଆସିଥିବା ପ୍ରବାସୀ ଶ୍ରମିକମାନେ ନିଜ ନିଜ ଘରକୁ ଫେରିବାକୁ ବ୍ୟସ୍ତ ଦେଖାଯାଉଛନ୍ତି । ହଜାର ହଜାର ସଂଖ୍ୟାରେ ସେମାନଙ୍କର ଭିଡ଼ ହୋଇଥିବା ଲକଡାଉନ ବ୍ୟବସ୍ଥାର ସଫଳତା ଉପରେ ଏବେ ପ୍ରଶ୍ନ ଉଠାଇଛି । ଦିଲ୍ଲୀର ଆନନ୍ଦବିହାର, ଗାଜିଆବାଦ ଓ କୋସାମଦି ବସଷ୍ଟାଣ୍ଡ ଶ୍ରମିକମାନଙ୍କୁ ଘର ଫେରାକୁ ନେଇ ଗହଳିରେ ଭର୍ତ୍ତି ଦେଖିବାକୁ ମିଳୁଛି । ଏତେ ବଡ଼ ଭିଡ଼ ଯେ ସଂକ୍ରମଣର ବିପଦ ବଢାଉଛି ଏଥିରେ ସନ୍ଦେହ ନାହିଁ । ଦିଲ୍ଲୀ ଛାଡ଼ି ଘରମୁହାଁ ହୋଇଥିବା ଶ୍ରମିକମାନଙ୍କୁ ବୁଝାଇବାକୁ ଯାଇ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିସ ସିସୋଦିଆ ସାମ୍ନାକୁ ଆସିଛନ୍ତି । କାଜିପୁର ସୀମାରେ ପହଞ୍ଚି ସିସୋଦିଆ ଆଶ୍ଵାସନ ଦେଲେ ଯେ ସେ DTC ବସର ବ୍ୟବସ୍ଥା କରିବେ । ଯଦିଓ ଦିଲ୍ଲୀ ସରକାର କିଛିଦିନ ସେମାନଙ୍କର ଯତ୍ନ ନେବ ତଥାପି ସେମାନେ ସମସ୍ତେ ଏହି ନାଇଟ ସେଣ୍ଟରରେ ରହିଯାଆନ୍ତୁ ବୋଲି ସିସୋଦିଆ କହିଛନ୍ତି । କାରଣ ଅନେକ ଜାଗାରେ ସୀମା ବନ୍ଦ ରହିଛି ।

ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ କଥା ହେଇଛନ୍ତି ଓ କହିଛନ୍ତି ଯେ ଲକଡାଉନ ବ୍ୟବସ୍ଥା ଯୋଗୁ ଲୋକେ ଭୂମିହୀନ ହେଲେ ତେଣୁ ରାଜ୍ୟ ସରକାର ସେମାନଙ୍କ ଥଇଥାନର ବ୍ୟବସ୍ଥା କରୁ । ରାଜ୍ୟ ତଥା କେନ୍ଦ୍ରଶାସିତ ପ୍ରଦେଶଙ୍କୁ ଶ୍ରମିକଙ୍କ ପଳାୟନକୁ ରୋକିବା ସହିତ ଭୂମିହୀନ ଲୋକମାନଙ୍କର ଖାଇବା, ପିନ୍ଧିବା, ଔଷଧପାଣି ଓ ରହିବାର ତୁରନ୍ତ ବ୍ୟବସ୍ଥା କରିବାକୁ ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀର ଆନନ୍ଦବିହାରରେ ଶ୍ରମିକମାନଙ୍କ ଭିଡ଼ ସେମାନଙ୍କ ଶୀଘ୍ରରୁ ଅତି ଶୀଘ୍ର ଘରଫେରନ୍ତାକୁ ଦର୍ଶାଉଛି । ଏମାନଙ୍କ ଫେରନ୍ତାକୁ ନିଶ୍ଚିନ୍ତ କରିବାକୁ ଉତ୍ତରପ୍ରେଦେଶର ମୁଖ୍ୟମନ୍ତ୍ରୀ ଆଦିତ୍ୟ ଯୋଗୀ ୧୦୦୦ ବସର ବନ୍ଦୋବସ୍ତ କରିଛନ୍ତି । ଶ୍ରମିକମାନେ ଏଟା, ଇଟାୱା, ବୁଲନ୍ଦ ସହର ବରାୟୁକୁ ଯିବାକୁ ବାହାରିଛନ୍ତି । ସକୁଶଳ କେବଳ ଘରକୁ ଆଣିବେନି ବରଂ ସେମାନଙ୍କ ଖାଇବା, ପିଇବା ବ୍ୟବସ୍ଥା କରାଯିବ ବୋଲି ଆଦିତ୍ୟ ଯୋଗୀ କହିଛନ୍ତି ।

ଶ୍ରମିକମାନଙ୍କ ପାଇଁ ବସ ବନ୍ଦୋବସ୍ତକୁ ନେଇ ବିହାରର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଚିନ୍ତା ବ୍ୟକ୍ତ କରିଛନ୍ତି । ଯଦି ଅନ୍ୟ ରାଜ୍ୟରୁ ଶ୍ରମିକମାନେ ଏଠାକୁ ଆସୁଛନ୍ତି ତେବେ ସେମାନେ ନିଜ ସହିତ କରୋନା ସଂକ୍ରମିତ କରିବାର ଭରପୁର ସମ୍ଭାବନାକୁ ବି ଆଣୁଛନ୍ତି । ଏହା ଦ୍ଵାରା ଲକଡାଉନର ଉଦ୍ଦେଶ୍ୟ ବି ବିଫଳ ହେଇଯିବ । ଯଦି ବିହାରକୁ ଭଲପାଉଛନ୍ତି ତେବେ ଯିଏ ଯେଉଁଠି ଅଛି ସେଇଠି ରୁହ ବୋଲି ନୀତିଶ କୁମାର କହିଛନ୍ତି ।

କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଶ୍ରମିକମାନଙ୍କ ଏହି ପଳାୟନକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଆରୋପ ବ୍ୟକ୍ତ କରିଛନ୍ତି । ରାହୁଲ ଗାନ୍ଧୀ ଟ୍ଵିଟ କରି ଏସବୁ ଘଟଣା ପାଇଁ କେନ୍ଦ୍ର ସରକାର ଦାୟୀ ବୋଲି ବି ସେ କହିଛନ୍ତି । ନାଗରିକମାନଙ୍କୁ ଏ ଅବସ୍ଥା ଆଣିବା ବହୁତ ବଡ଼ ଅପରାଧ । ଏ ସଙ୍କଟ ସମୟରେ ଆମ ଭାଇଭଉଣୀମାନଙ୍କୁ ଅତିକମରେ ସମ୍ମାନ ଓ ସହଯୋଗ ତ ମିଳିବା ଦରକାର ! ଏକ ବଡ଼ ବିପଦ ଆସିବା ପୂର୍ବରୁ ସରକାର ଶୀଘ୍ର କିଛି ପଦକ୍ଷେପ ନିଅନ୍ତୁ ବୋଲି ରାହୁଲ କହିଛନ୍ତି ।

ଭାରତୀୟ ରିଜର୍ଭ ବ୍ୟାଙ୍କରେ ରିପୋକୁ କମାଇବା ପରେ ଦେଶର ସବୁଠାରୁ ବଡ଼ ବ୍ୟାଙ୍କ, SBI ନିଜ କରଜରେ ସୁଧ କମେଇବାକୁ ଘୋଷଣା କରିଛି । କିନ୍ତୁ କେଇଘଣ୍ଟା ଭିତରେ ସେ ଗ୍ରାହକମାନଙ୍କୁ ଗୋଟେ ଝଟକା ଦେଇଦେଇଛି । ସ୍ଥାୟୀ ସଞ୍ଚିତ ହାରକୁ କମେଇ ଦେଇଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ । ୨ କୋଟି ଟଙ୍କାରୁ କମ ସ୍ଥାୟୀ ସଞ୍ଚିତ ଉପରେ ହାର ୦.୫୦ ପ୍ରତିଶତ କରିଦେଇଛି । ଏହି ନୂଆ ନିୟମ ୨୮ ମାର୍ଚ୍ଚରୁ ଲାଗୁ ହେଇଛି ।

Leave a Reply

Your email address will not be published. Required fields are marked *