ତୁରନ୍ତ ଚାଇନାକୁ ଏସ ୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇଲା ରୁଷ। ଏହା ଚୀନ୍ ପାଇଁ ଏକ ବଡ ଧକ୍କା ହୋଇପାରେ। ଏବଂ ଏହାକୁ ନେଇ ଚୀନ ଖବରକାଗଜ ସୋହୋ ଚୀନ ପକ୍ଷରୁ ପ୍ରତିକ୍ରିୟା ଦେଇ ସ୍ପଷ୍ଟ କରିଛି ଯେ ଏହି କ୍ଷେପଣାସ୍ତ୍ରଗୁଡିକର ବିତରଣ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ର ମହାମାରୀ ବିରୋଧୀ କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଇବ ଏବଂ ଏହା ବେଜିଂ ପାଇଁ ଏକ ସମସ୍ୟା ହେଉ ବୋଲି ଚାହୁଁନାହିଁ ରୁଷ।
ପୂର୍ବ ଲଦାଖରେ ଘଟଣା ପରେ ଭାରତ ସହ ଚୀନ୍ ର ତିକ୍ତତା ସମ୍ପର୍କ ଜାରି ରହିଛି। ଏବଂ ଅନ୍ୟପକ୍ଷରେ, ହଂକଂ ଏବଂ ଦକ୍ଷିଣ ଚୀନ୍ ସାଗର ସହିତ ଜାପାନ ଏବଂ ଅଷ୍ଟ୍ରେଲିଆ, ଭିଏତନାମ, ଇଣ୍ଡୋନେସିଆ ଆମେରିକା ଏବଂ ୟୁରୋପୀୟ ଦେଶ ସହିତ ଚୀନ୍ ର ସମ୍ପର୍କ ଖରାପ ହେବାରେ ଲାଗିଛି।
ରୁଷ ଏହି ଡିଲ୍ ଏମିତି ସମୟରେ ବାତିଲ କରିଛି ଯେବେ ନିକଟରେ ମସ୍କୋ ତରଫରୁ ବେଜିଂ ଗୁଇନ୍ଦା କରୁଥିବା ଅଭିଯୋଗ କରିଛି। ରୁଷ ଅଧିକାରୀ ସେଣ୍ଟ ପିଟର୍ସବର୍ଗ ଆର୍କଟିକ୍ ସୋସିଆଲ ସାଇସେନ୍ସ ଏକାଡେମୀର ସଭାପତି ଓ୍ଵାଲେରୀ ମିଟ୍କୋଙ୍କୁ ଚୀନକୁ ଗୋପନୀୟ ଦସ୍ତାବିଜ୍ ଦେଉଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଗିରଫ ହୋଇଛନ୍ତି ।
ଅନ୍ୟ ଦୃଷ୍ଟି ରୁ ଦେଖିବାକୁ ଗଲେ ଚୀନ୍ ର ବିକାଶ ବାଦ ନୀତି ଛାଡି ବିସ୍ତାରବାଦ ନୀତି ଯୋଗୁଁ ଏକାସାଙ୍ଗରେ ଅନେକ ଦେଶ ସହ କୂଟନୈତିକ ଚାପର ଶିକାର ହେବାକୁ ପଡିଛି, ଠିକ ଏହି ସମୟ ବା ଏଭଳି ପରିସ୍ଥିତିରେ ରୁଷ ଏସ ୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ ଚୀନ୍ କୁ ଯୋଗାଇ ଦେବାରେ ବା ଡିଲ୍କୁ ବାତିଲ୍ କରିଛି।
ଅନ୍ୟପକ୍ଷରେ 5 ରାଫାଲ ଯୁଦ୍ଧ ବିମାନ (Five Rafale fighter jets) ଫ୍ରାନ୍ସର ଏୟାରବେସରୁ ଭାରତ ଆସୁଛି, ସୂଚନା ଅନୁଯାୟୀ ଯୁଦ୍ଧ ବିମାନ ରାଫାଲ 29 ଜୁଲାଇରେ ଭାରତରେ ପହଞ୍ଚିବ।