ଦେଖନ୍ତୁ ଭିଡ଼ିଓ: ଚୀନରେ ବନ୍ୟା, ରାସ୍ତାରେ ଭାସୁଛି କାର୍ , ଲୋକେ ହେଲେ ଆତଙ୍କିତ

ସଂସ୍କାର :- ଆମ ପୋଡ଼ଶୀ ଦେଶ ଚୀନରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା। ଚାଇନାରେ ଚାଲିଛି ବର୍ଷାର ତାଣ୍ଡବ ଲୀଳା। ପ୍ରବଳ ବର୍ଷ କାରଣରୁ ସେଠାରେ ବନ୍ୟା ପରିସ୍ଥିତି ଉପୁଜିଛି। ଚାଇନର ହେନାନ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଅନେକ ଲୋକ ନିଜର ପ୍ରାଣ ହରାଇ ସାରିଲେଣି।

ଏହି ବର୍ଷା ଏବଂ ବନ୍ୟା କାରଣରୁ ୧୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଏହି ବନ୍ୟା ସମୟର, ହେନାନର ଜେଙ୍ଗଜୋ ସହରର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କାର୍ ଭାସୁଥିବା ସହରରେ ପାଣି ଭରି ରହିଛି |

ଏହି ଭିଡିଓ ଚାଇନାର ହେନାନ ପ୍ରଦେଶରେ ଅବସ୍ଥିତ ଜେଙ୍ଗଜୋ ସହରର ଅଟେ | ଏହାକୁ ଚୀନ୍ ସରକାରଙ୍କ ଏକ ମିଡିଆ ୟୁନିଟ୍ ପ୍ରକାଶ କରିଛି। ଦେଖାଯାଉଛି ଯେ ରାସ୍ତା ଓ ଷ୍ଟେସନକୁ ପାଣିରେ ବୁଡି ଯାଇଛି। ପରିସ୍ଥିତି ଏପରି ଯେ ଗାଡିଗୁଡିକ ପାଣିରେ ଭାସିବାରେ ଲାଗିଛନ୍ତି। ଏହା ସହ ଜଡିତ ଆହୁରି ଅନେକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକଙ୍କ ଘର ପାଣିରେ ବୁଡି ରହିଥିବାର ଦେଖାଯାଉଛି |

ଖବର ଅନୁଯାୟୀ, ଜୁଲାଇ ୧୭ ତାରିଖଠାରୁ ଜେଙ୍ଗଜୋକୁ ୬୫୦ ମିଲିମିଟର ବର୍ଷା ହୋଇଛି। ଏହା ହେଉଛି ଏକ ରେକର୍ଡ | ଚାଇନାର ଗଣମାଧ୍ୟମ ଅନୁଯାୟୀ, ଗତ ୬୦ ବର୍ଷ ମଧ୍ୟରେ ଜେଙ୍ଗଜୋକୁ ଏତେ ବର୍ଷା ହୋଇନାହିଁ। ପ୍ରବଳ ବର୍ଷା ହେତୁ ୧୫୦ ରୁ ଅଧିକ ଟ୍ରେନ୍ ଏବଂ ଅନେକ ବିମାନ ବାତିଲ କରାଯାଇଛି।

Leave a Reply

Your email address will not be published. Required fields are marked *