ଅଚାନକ ଛାତିରେ ଯନ୍ତ୍ରଣା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

ନୂଆଦିଲ୍ଲୀ : ଛାତିରେ ସମସ୍ୟା କାରଣରୁ ରବିବାର ରାତିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS)ରେ ଭର୍ତ୍ତି କରାଯାଇଥିଲା । ଆଜି ରାତି ୮ ବାଜି ୪୫ ମିନିଟରେ ତାଙ୍କୁ କାର୍ଡିଓ-ଥୋରାସିକ୍ ୱାର୍ଡକୁ ନିଆଯାଇଥିଲା । ଅଧିକ ସୂଚନା ପାଇଁ ଅପେକ୍ଷା କରାଯାଇଛି ।

ଲକଡାଉନ ସମୟରେ ସପ୍ତାହେ ପୂର୍ବରୁ ମନମୋହନ ସିଂହ ସୋନିଆ ଗାନ୍ଧୀ ଏବଂ ଦଳ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ରକୁ ଯାଇ ପ୍ରଶ୍ନ ରଖିଥିଲେ । ଏମିତିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକଡାଉନ ପରେ ଭାରତ ସରକାରଙ୍କ ରଣନୀତି କ’ଣ ହେବ ବୋଲି ବି ପଚାରିଥିଲେ । ରାହୁଲ ଗାନ୍ଧୀ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି. ଚିଦାମ୍ବରମଙ୍କ ସହିତ ଗତ ମାସରେ ସରକାରଙ୍କୁ ସମାଲୋଚନା କରୁଥିବା ନେତାଙ୍କ ମଧ୍ୟରେ ମନମୋହନ ସିଂହ ମଧ୍ୟ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *