ମୋଦି ସରକାରଙ୍କୁ ଚେତାବନୀ ଦେଲେ ପୂର୍ବ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ, କହିଲେ ଯଦି ଏମିତି ହୁଏ ତ ଦେଶ ହେବ ବର୍ବାଦ !

ସଂସ୍କାର :- ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ନିକଟରେ ନିଜର ମନ୍ତ୍ରୀମଣ୍ଡଳରେ କିଛିଟା ସଂଶୋଧନ କରିଛନ୍ତି। ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ଓ ଦ୍ୱିତୀୟ ବର୍ଷ କରୋନା କରୋନାରେ ବିତିଗଲା। ଗୋଟିଏ ପଟେ କରୋନା ଭାଇରସ୍ ର ପ୍ରକୋପ ଦ୍ୱାର ଦେଶର ଅର୍ଥ ବ୍ୟବସ୍ଥା ଭୁଶୁଡିପଡିଥିବା ବେଳେ ଅନ୍ୟପଟେ ଅତ୍ୟାବଶ୍ୟକ ଜିନିଷ ଗୁଡିକର ଦରଦାମ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହାକି ଦେଶର ଜନସାଧାରଣଙ୍କ ପାଇଁ ଚିନ୍ତାର କାରଣ ସାଜିଛି।

ଏହି କ୍ରମରେ ବଢୁଥିବା ଦରଦାମକୁ ଦେଖି ମୁହଁ ଖୋଲିଛନ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ। ଦେଶରେ ଅର୍ଥନୈତିକ ଉଦାରୀକରଣର ମୂଳଦୁଆ ପକାଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ଦେଶର ଅର୍ଥନୀତି ବିଷୟରେ ଚେତାବନୀ ଦେଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଚେତାବନୀ ଦେଇ କହିଛନ୍ତି ଯେ ୧୯୯୧ ମସିହାରେ ଦେଶର ଅର୍ଥନୀତିର ସ୍ଥିତି ଯେପରି ଥିଲା ଠିକ ଆଗାମୀ ଦିନରେ ମଧ୍ୟ ସେଭଳି ପରିସ୍ଥିତି ଦେଖାଦେବ। ଏଥିପାଇଁ ଭାରତ ସରକାର ପ୍ରସ୍ତୁତ ରହିବା ଉଚିତ୍।

Prime Minister Narendra Modi was wearing special turban which is gift from Jamnagar royal family

ସେ ଗୁରୁତ୍ୱାରୋପ କରିଛନ୍ତି ଯେ , ଏହା ଖୁସି କିମ୍ବା ଆନନ୍ଦ ହେବାର ସମୟ ନୁହେଁ, ବରଂ ଏହା ଏକ ଆନ୍ତରିକତା ଏବଂ ପ୍ରତିଫଳନର ସମୟ | ୧୯୯୧ ମସିହା ଅପେକ୍ଷା ଭବିଷ୍ୟତରେ ଆସୁଥିବା ଅର୍ଥନୈତିକ ସଙ୍କଟ ଦେଶ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିବ।

ସୂଚନାଯୋଗ୍ୟ ଯେ, ୨୦୦୪ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ରହିସାରିଥିବା ଡକ୍ଟର ମନମୋହନ ସିଂ, ୧୯୯୧ ମସିହାରେ ନରସିଂହ ରାଓଙ୍କ ସରକାରରେ ଅର୍ଥମନ୍ତ୍ରୀ ପଦବୀରେ ଥିଲେ ଏବଂ ସେ ଆଜିର ଦିନ ଅର୍ଥାତ୍ ୨୪ ଜୁଲାଇ ୧୯୯୧ ମସିହାରେ ତାଙ୍କର ପ୍ରଥମ ବଜେଟ୍ ଉପସ୍ଥାପନ କରିଥିଲେ। ତେବେ ମନମୋହନ ସିଂହଙ୍କ ଏହି ବଜେଟ୍ ଦେଶରେ ଅର୍ଥନୈତିକ ଉଦାରୀକରଣର ମୂଳଦୁଆ ପକାଇଥିଲା ବୋଲି ବିବେଚନା କରାଯାଏ। ତେଣୁ ଏହି ଐତିହାସିକ ବଜେଟର ୩୦ ବର୍ଷ ପୂରଣ ଅବସରରେ ମନମୋହନ ସିଂ ଦେଶର ଅନେକ ଅର୍ଥନୈତିକ ପ୍ରସଙ୍ଗରେ ନିଜର ମତ ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ୩୦ ବର୍ଷ ପୂର୍ବେ କଂଗ୍ରେସ ଭାରତର ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆରମ୍ଭ କରିଥିଲା। ଦେଶର ଅର୍ଥନୈତିକ ନୀତି ପାଇଁ ଦଳ ଏକ ନୂଆ ରାସ୍ତା ପ୍ରସ୍ତୁତ କରିଥିଲା। କଂଗ୍ରେସର ବହୁ ସହକର୍ମୀଙ୍କ ସହ ଏହି ସଂସ୍କାର ପ୍ରକ୍ରିୟାରେ ମୁଁ ଏକ ଭୂମିକା ଗ୍ରହଣ କରିଥିବାରୁ ମୁଁ ଭାଗ୍ୟବାନ। ଏହା ମୋତେ ବହୁତ ଖୁସି ଏବଂ ଗର୍ବ ଦେଇଥାଏ ଯେ ଗତ ତିନି ଦଶନ୍ଧି ମଧ୍ୟରେ ଆମ ଦେଶ ବିପୁଳ ଅର୍ଥନୈତିକ ଅଗ୍ରଗତି କରିଛି। କଂଗ୍ରେସର ଏହି ଅର୍ଥନୈତିକ ଆଇନ ଯୋଗୁଁ ପ୍ରାୟ ୩୦ କୋଟି ଭାରତୀୟ ନାଗରିକ ଦାରିଦ୍ର୍ୟ ସୀମାରେଖାରୁ ବାହାରି ଆସିଥିଲେ ଏବଂ ଏହି ସମୟ ମଧ୍ୟରେ କୋଟି କୋଟି ନୂତନ ନିଯୁକ୍ତି ସୃଷ୍ଟି ହୋଇଥିଲା।

ମନମୋହନ ସିଂ କହିଛନ୍ତି ଯେ କରୋନା ଦ୍ୱାରା ହୋଇଥିବା କ୍ଷତି ଏବଂ କୋଟି କୋଟି ଲୋକଙ୍କ ଚାକିରି ଯାଇଥିବାରୁ ମୁଁ ଗଭୀର ଦୁଃଖିତ। ତେଣୁ ଆଗାମୀ ଦିନରେ ଯଦି ଦେଶର ଅର୍ଥନୈତିକ ବ୍ୟବସ୍ଥାରେ ସୁଧାର ଅଣିବାକୁ ପଡିବ। ନଚେତ୍ ସ୍ଥିତି ବହୁତ ଭୟଙ୍କର ହେବ।

Leave a Reply

Your email address will not be published. Required fields are marked *