ସଂସ୍କାର : ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ସୋମବାର ଦିନ ନିଜର ନୂଆ ରାଜନୈତିକ ଦଳର ନାମ ଘୋଷଣା କରିଛନ୍ତି । ତାଙ୍କ ଦଳର ନାମ ‘ଡେମୋକ୍ରାଟିକ ଆଜାଦ୍ ପାର୍ଟି’ ସେ ରଖିଛନ୍ତି। ସୋମବାର ସେ ଦଳର ନାଁ ଘୋଷଣା କରିବା ସହିତ ଦଳୀୟ ପତାକା ମଧ୍ୟ ଉନ୍ନୋଚନ କରିଥିଲେ। ଦଳୀୟ ପତାକାରେ ତିନୋଟି ରଙ୍ଗ ନୀଳ, ଧଳା ଓ ହଳଦିଆ ରହିଛି।

ସୂଚନାଯୋଗ୍ୟ ଯେ, ଗୁଲାମ ନବୀ ଆଜାଦ ମାସକ ତଳେ କଂଗ୍ରେସରୁ ଇସ୍ତଫା ଦେଇ ଜାମ୍ମୁ-କାଶ୍ମୀର ନୂଆ ରାଜନୈତିକ ଦଳ ଗଠନ କରିବେ ବୋଲି କହିଥିଲେ ।ଜମ୍ମୁରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଏହି ନାମ ଘୋଷଣା କରିଛନ୍ତି। ତେବେ ଗତ ମାସରେ ଆଜାଦ କଂଗ୍ରେସ ସହିତ ନିଜର ପାଞ୍ଚ ଦଶନ୍ଧିରୁ ଅଧିକ ପୁରୁଣା ସମ୍ପର୍କ ଛିନ୍ନ କରିଦେଇଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ତାଙ୍କ ନୂଆ ଦଳର ଆଦର୍ଶ ଏହାର ନାମ ପରି ହେବ ଏବଂ ସମସ୍ତ ଧର୍ମନିରପେକ୍ଷ ବ୍ୟକ୍ତି ଏଥିରେ ଯୋଗ ଦେଇ ପାରିବେ।ତେବେ ଜମ୍ମୁ କଶ୍ମୀର କଂଗ୍ରେସ କମିଟିର ଅଧିକାଂଶ ବରିଷ୍ଠ ନେତା ଦଳ ଛାଡି ଆଜାଦଙ୍କ ସମର୍ଥନରେ ଆସିଛନ୍ତି। ସେ ଦଳର ଏଜେଣ୍ଡା ସ୍ପଷ୍ଟ କରିସାରିଛନ୍ତି।

ଜମ୍ମୁ କଶ୍ମୀରରେ ପୂର୍ଣ୍ଣ ରାଜ୍ୟତା ପୁନଃ ସ୍ଥାପିତ କରିବା, ସ୍ଥାନୀୟ ଲୋକଙ୍କ ପାଇଁ ଜମି ଏବଂ ଚାକିରି ଅଧିକାର ପାଇବା ପାଇଁ ସଂଗ୍ରାମ ଜାରି ରଖିବା ତାଙ୍କ ଏଜେଣ୍ଡାରେ ସାମିଲ ରହିଛି। ସୂଚନା ଯେ, ମାର୍ଚ୍ଚ ୨୦୨୨ରେ ଗୁଲାମ ନବୀ ଆଜାଦଙ୍କୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରିଥିଲେ।