କଂଗ୍ରେସ ଛାଡିଲେ ଗୁଲାମନବୀ ଆଜାଦ..

ସଂସ୍କାର : କଂଗ୍ରେସକୁ ଲାଗିଛି ବଡ ଝଟକା । କଂଗ୍ରେସ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ। କିଛିଦିନ ତଳେ ଜମ୍ମୁକାଶ୍ମୀର ପ୍ରଚାର ସମିତିରୁ ଇସ୍ତଫା ଦେଇଥିଲେ ସେ । ବର୍ତମାନ ସେ ଦଳର ସମସ୍ତ ପଦବୀ ସହ ପ୍ରାଥମିକତା ପଦରୁ ଇସ୍ତଫା ଦେଇଛନ୍ତି ।

ଗୁଲାମନବୀ ଦଳର ହାଇକମାଣ୍ଡଙ୍କ ଉପରେ କ୍ଷୁବ୍ଧ ଥିଲେ।ସେ ୨୦୦୨ ରେ ସୋନିଆ ଗାନ୍ଧୀଙ୍କୁ ଦଳର ପରିବର୍ତନ ପାଇଁ କହିଥିଲେ, ଯେଉଁଥିରେ ସେ ଦଳର ସଙ୍ଗଠନ ସ୍ତରରେ ବଡ ପରିବର୍ତନ ପାଇଁ ଦାବି କରିଥିଲେ । ହେଲେ ତାହା ହୋଇନଥିଲା ।

ସେ କ୍ଷୁବ୍ଧ ହୋଇ ଆଜି ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ପାଖକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । ଏହି ସମ୍ବନ୍ଧରେ ସୋନିଆ ଗାନ୍ଧୀଙ୍କୁ ୫ ପୃଷ୍ଠାର ଚିଠି ଲେଖିଛନ୍ତି। ସବୁଠୁ ବଡ କଥା କି ସେ ସୋନିଆ ଗାନ୍ଧୀଙ୍କ ନେତୃତ୍ୱ ଉପରେ ସବୁଠୁ ବଡ ପ୍ରଶ୍ନ ଉଠାଇଛନ୍ତି।

Leave a Reply

Your email address will not be published. Required fields are marked *