ନବୀନ ନିବାସରେ ପୁଣିଥରେ ଗହଳି। ବିଜେଡିରେ ଯୋଗ ଦେବାପରେ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ନେତା, ମନ୍ତ୍ରୀ। ଆଉ କହିଛନ୍ତି ଯେ ଦଳ ପାଇଁ ଆସେଟ ହେବେ ପାଣ୍ଡିଆନ। ହେଲେ ଆଗକୁ କଣ ରହିବ ତାଙ୍କର ଭୂମିକା। ସିଧା ନିର୍ବାଚନୀ ମଇଦାନକୁ ଓହ୍ଲାଇବେ ନା ଦଳର କୌଣସି ବଡ ଦାୟିତ୍ଵ ସମ୍ଭାଳିବେ? ଯଦି ପ୍ରତ୍ୟକ୍ଷ ନିର୍ବାଚନକୁ ଓହ୍ଲାନ୍ତି କେଉଁଠୁ ଲଢ଼ିବେ ପାଣ୍ଡିଆନ ?….
ବିଜେଡିରେ ଯୋଗ ଦେବା ପରେ ପାଣ୍ଡିଆନଙ୍କ ପରବର୍ତ୍ତୀ ଆଭିମୁଖ୍ୟ କଣ ରହିବ ସେନେଇ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି। କୁହାଯାଉଛି ଆଗାମୀ ନିର୍ବାଚନରେ ଦଳର ସାରଥୀ ସାଜିବେ ପ୍ରଶାସକକୁ ନେତା ବନିଥିବା ଏହି ହାଇପ୍ରୋଫାଇଲ ଲିଡର
କେଉଁ ଭୂମିକା ନେଇ ପାରନ୍ତି ଭି.କେ. ପାଣ୍ଡିଆନ ?
- ନମ୍ବର-୧-ବିଜେଡି ସାଂଗଠନିକ କାର୍ଯ୍ୟରେ ସାମିଲ ହେବେ ପାଣ୍ଡିଆନ !
- ନମ୍ବର-୨- ଜିଲ୍ଲାକୁ ଜିଲ୍ଲା ଗସ୍ତ କରି ଦଳର ସ୍ଥିତି ସରକାରଙ୍କ ଯୋଜନାର କାର୍ଯ୍ୟକାରିତା ବାବଦରେ ବୁଝିବେ !
- ନମ୍ବର-୩- ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ଆଧାରରେ ସ୍ଥାନୀୟ ବିଧାୟକଙ୍କ ଲୋକପ୍ରିୟତା ପରଖିବେ !
- ନମ୍ବର-୪-୨୦୨୪ ନିର୍ବାଚନର କାହାକୁ ଟିକେଟ ମିଳିବ ସେ ନେଇ ନିଷ୍ପତି ନେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କିନ୍ତୁ ପାଣ୍ଡିଆନଙ୍କ ରିପୋର୍ଟ କାର୍ଡ ପ୍ରମୁଖ ମାପଦଣ୍ଡ ହୋଇପାରେ!
- ନମ୍ବର ୫- ସରକାରକୁ ସଙ୍କଟ ଆସିଲେ ସଦାବେଳେ କ୍ରାଇସିସ ମ୍ୟାନେଜର ଭୂମିକା ତୁଲାଉଥିବା ପାଣ୍ଡିଆନ ଦଳରେ ବି ସଙ୍କଟ ମୋଚନ ଭୂମିକା ତୁଲାଇବେ।
ରାଜନୈତିକ ସମୀକ୍ଷକ ବି ବିଚାର କରୁଛନ୍ତି କି ୨୦୨୪ ନିର୍ବାଚନରେ ପାଣ୍ଡିଆନଙ୍କୁ ଦଳର ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିପାରେ। ଦଳୀୟ ନେତା ବି ଏକଥା କହିଛନ୍ତି ସରକାରରେ ଆସେଟ ଥିବା ପଣ୍ଡିଆନ ଆଗକୁ ଦଳ ପାଇଁ ଆସେଟ ହେବେ। ପାଣ୍ଡିଆନଙ୍କ ପରି ସେନାପତି ଦଳରେ ରହିଲେ ଦଳ ଅଧିକ ଶସକ୍ତ ହେବ ଶାଣିତ ବି ହେବ ।
ପାଣ୍ଡିଆନ ବିଜେଡିରେ ମିଶିବା ପରଠୁ ଗୋଟିଏ ଚର୍ଚ୍ଚା ଯେ ଆଗକୁ କେଉଁ ଭୂମିକାରେ ଆସିବେ ଏହି ହାଇପ୍ରୋଫାଇଲ୍ ଏକ୍ସ IAS। ସିଧାସଳଖ ନିର୍ବାଚନ ମଇଦାନକୁ ଓହ୍ଲାଇବେ ନା ଦଳର କୌଣସି ବଡ ଦାୟିତ୍ଵ ସମ୍ଭାଳିବେ ? ଯଦି ପ୍ରତ୍ୟକ୍ଷ ନିର୍ବାଚନକୁ ଓହ୍ଲାନ୍ତି କେଉଁଠୁ ଲଢ଼ିବେ ? କେନ୍ଦ୍ରାପଡ଼ାରୁ ଲଢ଼ିବେ ନା ଗଞ୍ଜାମରୁ ଲଢିବେ ? କାହିଁକି ନା ଏହି ଦୁଇ ଜିଲ୍ଲା ସହ ରାଜ୍ୟ ରାଜନୀତିର ବଡ ସମ୍ପର୍କ ରହିଛି। 5T ସଚିବ ଥିବା ସମୟରେ ସବୁ ଜିଲ୍ଲା ବୁଲି ସାରିଛନ୍ତି ପାଣ୍ଡିଆନ। ରାଜ୍ୟ ରାଜନୀତିକୁ ବି ଅତି ନିକଟରୁ ଦେଖିଛନ୍ତି,ପଢ଼ିଛନ୍ତି ବି। ଦଳୀୟ ନେତାଙ୍କ କହିବା କଥା ମୁଖ୍ୟମନ୍ତ୍ରୀଙ୍କ ଭିଜନକୁ ଆଗେଇ ନେଇଥିବା ଏହି ବ୍ୟୁରୋକ୍ରାଟଙ୍କ ଅଭିଜ୍ଞତା ଦଳ ବେଶ ସହଯୋଗ କରିବ। ନୂଆ ଓଡ଼ିଶାର ପୁରୋଧା ହେବେ ପାଣ୍ଡିଆନ।
ଦଳର ପ୍ରାଥମିକ ସଦସ୍ୟ ଭାବେ ଯୋଗ ଦେଇଥିବା ଭି.କେ.ପାଣ୍ଡିଆନ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭାବେ ବି ଦାୟିତ୍ଵ ସମ୍ଭାଳିବେ। ହେଲେ ଆଗକୁ ଦଳରେ ତାଙ୍କୁ କେଉଁ ଭୂମିକାରେ ଦେଖିବାକୁ ମିଳିବ ତାହା ହୁଏତ ଡିସେମ୍ବର ପରେ ସ୍ପଷ୍ଟ ହୋଇଯାଇ ପାରେ।…