ଓଜୈନ: ମଧ୍ୟପ୍ରଦେଶର ଓଜୈନର ମହୀଦପୁର ର 100 ବର୍ଷ ପୁରୁଣା ଘରେ ଖୋଲିବା ସମୟରେ ବହୁମୂଲ୍ୟ ଅଳଙ୍କାର ଏବଂ ମୁଦ୍ରା ଜବତ କରାଯାଇଛି। ଯାହା ପରେ ଶ୍ରମିକମାନେ ଏହି ଅମୂଲ୍ୟ ଜିନିଷଗୁଡ଼ିକୁ ସାଙ୍ଗରେ ନେଇଯାଇଥିଲେ,ତା’ପରେ ମହିଦପୁର ପୋଲିସ ବିଳମ୍ବିତ ରାତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଘରେ କାମ କରୁଥିବା ତିନି ଜଣ ଶ୍ରମିକଙ୍କୁ ଅଟକ ରଖିଥିଲା। ସେଥିମଧ୍ୟରୁ ପୋଲିସ ଦୁଇ ଶ୍ରମିକଙ୍କ ନିକଟରୁ ପ୍ରାୟ 5 କିଲୋଗ୍ରାମ ରୂପା ଏବଂ 200 ଗ୍ରାମ ସୁନା ଜବତ କରିଛି।
ମହୀଦପୁରର ଘାଟି ମୋହଲ୍ଲାରେ ରହୁଥିବା ଓକିଲ ବିଜେନ୍ଦ୍ର ଏବଂ ସୁରେନ୍ଦ୍ର ଦୁବେଙ୍କ 100 ବର୍ଷ ପୁରୁଣା ଘର ଭାଙ୍ଗିବା ପରେ ନୂତନ ଗୃହର ନିର୍ମାଣ କାର୍ଯ୍ୟ ଚାଲିଥିଲା। ବୁଧବାର ଦିନ ଘର ଖନନ ସମୟରେ ଶ୍ରମିକମାନେ ଦୁଇଟି ବଡ଼ ବଡ଼ ତମ୍ବା ଡବା ଦେଖିଥିଲେ। ଯେତେବେଳେ ଶ୍ରମିକମାନେ ଏହା କୁ ବାହାର କରିଥିଲେ, ସେଥିରେ ସୁନା ସହିତ ରୂପା ଅଳଙ୍କାର ଦେଖିବାକୁ ମିଳିଥିଲା।
ଏତେ ପରିମାଣର ସୁନା ଓ ରୂପା ଅଳଙ୍କାର ଦେଖି ଶ୍ରମିକମାନଙ୍କ ଆଖି ଆଶ୍ଚର୍ଯ୍ୟ ହୋଇଗଲା। ଏହି ସୂଚନା ଜମିଦାରଙ୍କ ପାଖରେ ପହଞ୍ଚିବା ବେଳକୁ ଶ୍ରମିକମାନେ ଏହାକୁ ନେଇ ପଳେଇଥିଲେ। ସନ୍ଧ୍ୟା ସୁଦ୍ଧା ଜମି ମାଲିକ ଏହା ଜାଣିବା ପରେ ପୋଲିସକୁ ସୂଚନା ଦେଇଥିଲେ। ଭୂମି ଭିତରୁ ବହୁ ପରିମାଣର ଅଳଙ୍କାର ଏବଂ ମୁଦ୍ରା ମିଳିବା ମାତ୍ରେ ମହିଦପୁର ପୋଲିସ ତୁରନ୍ତ ସକ୍ରିୟ ହୋଇଗଲା।
ମହୀଦପୁରର ଏସଡିଏମ, ରାମପ୍ରସାଦ ଭର୍ମା କହିଛନ୍ତି ଯେ ପୋଲିସ ଏହି ତିନି ଶ୍ରମିକଙ୍କୁ ଅଟକ ରଖି ସେମାନଙ୍କ ଘରୁ ଅଳଙ୍କାର ଜବତ କରିଛି। ବର୍ତ୍ତମାନ ପୋଲିସ ଦୁଇ ଶ୍ରମିକଙ୍କ ଘରୁ 5 କିଲୋଗ୍ରାମ ରୂପା ଅଳଙ୍କାର ଏବଂ ପ୍ରାୟ 200 ଗ୍ରାମ ପୁରୁଣା ସୁନା ଅଳଙ୍କାର ଜବତ କରିଛି। ଏହି ଅଳଙ୍କାରରେ 1800 ଖ୍ରୀଷ୍ଟାବ୍ଦର ମୋଗଲ୍ ପିରିୟଡ୍ ର ମୁଦ୍ରା ମଧ୍ୟ ମିଳିଛି,ଏବେ ପୋଲିସ ମାମଲାର ଗଭୀରତାକୁ ଯାଇ ଶ୍ରମିକମାନଙ୍କୁ ପଚରାଉଚରା କରିବ ଏବଂ ଜମିରୁ ବଳକା ମୂଲ୍ୟବାନ ଜିନିଷ ଜବତ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।