ସ୍ପା ସେଣ୍ଟର ନାଁରେ ଚଳିଥିଲା ଦେହ ବେପାର : ୭ ଜଣ ଯୁବତୀ ସମେତ ୧୮ ଜଣ ଗିରଫ

ଉତ୍ତର ପ୍ରଦେଶ ଗ୍ରେଟର ନୋଏଡ଼ାରେ ଗୋଟିଏ ସ୍ପା ସେଣ୍ଟରରେ ଚଢଉ କରି ୭ ଜଣ ଯୁବତୀ ସମେତ ୧୮ ଜଣଙ୍କୁ ଗିରଫ କରିଛି ପୋଲିସ । ପୋଲିସ କହିବାନୁସାରେ ଚଢଉ ବେଳେ ସମସ୍ତେ ଅଲଗା ଅଲଗା ରୁମରେ ଆପତ୍ତିଜନକ ସ୍ଥିତିରେ ଧରାପଡ଼ିଥିଲେ । ସେଠାରୁ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଉଦ୍ଧାର ହେଇଛି । ତେବେ ସୂଚନା ଅନୁସାରେ ବାରମ୍ବାର ଅଭିଯୋଗ ମିଳିଲା ପରେ ଯାଇ ପୋଲିସ ଏହି ଚଢଉ କରିଥିବା ଜଣାପଡ଼ିଛି ।

ମାମଲାଟି ଗ୍ରେଟର ନୋଏଡ଼ାର ଜଗତ ଫାର୍ମ କମର୍ଷିଆଲ୍ କମ୍ପ୍ଲେକ୍ସର । ସୋମବାର ଦିନ ସନ୍ଧ୍ୟା ସମୟରେ ପୋଲିସ ଚଢଉ ବେଳେ ଯୁବତୀ ଏବଂ ଯୁବକଙ୍କ ଠାରୁ ଟଙ୍କା, କଣ୍ଡୋମ, ତମାମ ଅନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରିଥିଲା । ଏହାସହିତ ୧୮ ଜଣଙ୍କୁ ଗିରଫ ବି କରିଥିଲା । ସ୍ପା ସେଣ୍ଟରର ସଞ୍ଚାଳକକୁ ମଧ୍ୟ ପୋଲିସ ବିଟା-୨ ଫାଣ୍ଡିକୁ ନେଇ ଆସିଛି ଏବଂ ପଚରାଉଚରା କରୁଛି । ତେବେ ସୂଚନା ଅନୁସାରେ କିଛି ବ୍ୟକ୍ତି ଅଭିଯୋଗ କରିଥିଲେ ଯେ ସ୍ପା ସେଣ୍ଟରରେ ଅନୈତିକ କାର୍ଯ୍ୟ କରିବା ସହିତ ଦେହ ବେପାର ଚାଲିଛି ।

ବିଟା-୨ ଫାଣ୍ଡିର ଏସହେଚଓ ସୁଜିତ ଉପାଧାୟ ଏକ ବଡ଼ ପୋଲିସ ଦଳ ଧରି ପହଞ୍ଚିଥିଲେ ସ୍ପା ସେଣ୍ଟରରେ । ଏମିତି ଘେରି ଯାଇ ଚଢଉ କରିଥିଲେ ଯେ କେହି ସେଠାରୁ ଫେରାର ହେବାକୁ ସୁଯୋଗ ପାଇନଥିଲେ । ଅଧିକାଂଶ ଯୁବକ ଯୁବତୀ ଆପତ୍ତିଜନକ ଅବସ୍ଥାରେ ଉଦ୍ଧାର ହେଲେ ଓ ସମସ୍ତଙ୍କୁ ଗିରଫ କରି ପୋଲିସ ଥାନାକୁ ନେଇ ଆସିଛି । ପଚରାଉଚରା ସହିତ ସେମାନଙ୍କ ପରିଜନଙ୍କୁ ମଧ୍ୟ ସୂଚନା ଦିଆଯାଇଛି ବୋଲି ପୋଲିସ କହିଛି ।

Leave a Reply

Your email address will not be published. Required fields are marked *