ସମସ୍ତେ ନିଜ ବିବାହ ଦିନରେ ସବୁଠାରୁ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି । କାରଣ ଜୀବନର ଏହା ସବୁଠାରୁ ବିଶେଷ ଦିନ । ସ୍ଵାଭାବିକ ଭାବରେ ଦମ୍ପତିମାନେ ସେମାନଙ୍କର ବିବାହ ପୋଷାକ ଚମତ୍କାର ଏବଂ ଚିତ୍ତାକର୍ଷକ କରିଥାନ୍ତି । ସେମାନଙ୍କର ସମସ୍ତ ଘନିଷ୍ଠ ବନ୍ଧୁ, ପରିବାର ଏବଂ ଦୂର ସମ୍ପର୍କୀୟମାନେ ସେମାନଙ୍କ ଚାରିପାଖରେ ଏକାଠି ହୋଇ ବର ଏବଂ କନ୍ୟା ଦିନସାରା ଧ୍ୟାନର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି । ହେଲେ ଆପଣ କେବେ ବି ହାଫ୍ ପ୍ୟାଣ୍ଟରେ ବରକୁ ଦେଖି ନଥିବେ । ନିକଟରେ ଇଣ୍ଡୋନେସିଆର ହଳେ ଦମ୍ପତିଙ୍କ ଫଟୋ ଟ୍ୱିଟରରେ ଭାଇରାଲ ହୋଇଥିଲା ଯେଉଁଥିରେ ବର ଜଣକ କେବଳ ହାଫ୍ ପ୍ୟାଣ୍ଟ ଛଡ଼ା କିଛି ବି ପିନ୍ଧି ନଥିଲେ ।
ସେପଟେ କନ୍ୟା ପାରମ୍ପାରିକ ବିବାହ ପୋଷାକ ପିନ୍ଧିଥିବାବେଳେ ବରର ଆଣ୍ଠୁରେ ଦୁଇଟି ବ୍ୟାଣ୍ଡେଜ୍ ସହିତ ଏକ ବ୍ୟାଣ୍ଡେଜ୍ ବାହୁରେ ମଧ୍ୟ ଥିଲା । ତେବେ ଏହି ଦମ୍ପତିଙ୍କ ଫଟୋ ସବୁ ୟୁଜର୍ @ br0wski ଙ୍କ ଦ୍ଵାରା ଟ୍ଵିଟରେ ପୋଷ୍ଟ କରାଯାଇଥିଲା ଯାହା ଭାଇରାଲ ହୋଇଛି ।

Kompas.com ରିପୋର୍ଟ ଅନୁଯାୟୀ ବର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ଯେଉଁଠାରେ ସେ ମୋଟର ସାଇକେଲରୁ ଖସି ପଡ଼ି ବିବାହର ଚାରି ଦିନ ପୂର୍ବରୁ ନିଜକୁ ଆହତ କରି ଦେଇଥିଲେ ।

କନ୍ୟା ଏଲିଣ୍ଡା ଦ୍ୱି କ୍ରିଷ୍ଟିଆନି କହିଛନ୍ତି ଯେ “ମୋ ସ୍ୱାମୀ ସୁପ୍ରାପ୍ଟୋ ପେଟ୍ରୋଲ କିଣିବାକୁ ବାହାରକୁ ଯାଉଥିବା ବେଳେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ସେ ହଠାତ୍ ରାସ୍ତାରେ ଚେତା ହରାଇଲେ, ତା’ପରେ ସେ ମୋଟର ସାଇକେଲରୁ ଖସି ପଡ଼ିଥିଲେ।” ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ସେହି ସମୟରେ ତାଙ୍କ ବିବାହ ପୋଷାକ ପିନ୍ଧିବାରେ ଅସମର୍ଥ ଥିଲେ କାରଣ ଆଘାତ କାରଣରୁ ତାଙ୍କ କାନ୍ଧରେ ଅସ୍ତ୍ରୋପଚାର ହୋଇଥିଲା ।
ତେବେ ଫଟୋଗୁଡ଼ିକ ଭାଇରାଲ୍ ହୋଇଛି ଏବଂ ୩୦୦୦ ରୁ ଅଧିକ ଥର ରିଟ୍ୱିଟ କରାଯାଇଛି, ଯେଉଁଥିରେ ଶହ ଶହ ମନ୍ତବ୍ୟ ଆସିଛି । ଜଣେ ୟୁଜର୍ସ ଥଟ୍ଟା କରିଥିଲେ ଯେ “ବୋଧହୁଏ ଏହା ହିଁ ଦୁର୍ଘଟଣାରେ ବିବାହ ।” ଅନ୍ୟମାନେ ମନ୍ତବ୍ୟ ଦେଇଥଲେ, “ଦୁର୍ଘଟଣା ହେଲା ବୋଲି କଣ ତୁମେ ଉପଯୁକ୍ତ ପୋଷାକ ପିନ୍ଧିବ ନାହଁ ।” ଆହତ ହୋଇଥିଲେ ମଧ୍ୟ ବିବାହରେ ଦେଖା ଦେଇଥିବାରୁ ଅନେକେ ତାଙ୍କୁ ପ୍ରଶଂସା କରିଥିଲେ ।