ସଂସ୍କାର : ମଧ୍ୟପ୍ରଦେଶର ଛତ୍ରପୁର ପୋଲିସ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ବ୍ୟକ୍ତି ଏକ ଅଜବ ପ୍ରକାରର ଅଭିଯୋଗ ଆଣି ପହଂଚିଛନ୍ତି। ବ୍ୟକ୍ତି ଜଣକ ଏସପି ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି। ଆଉ ତାଙ୍କର ଦାବି ହେଉଛି ତାଙ୍କ ସ୍ତ୍ରୀଙ୍କୁ ନେଇ। ବ୍ୟକ୍ତି ଜଣଙ୍କ ପୋଲିସ ନିକଟରେ ଅଡ଼ି ବସିଛନ୍ତି ଯେ, ତାଙ୍କ ସ୍ତ୍ରୀଙ୍କୁ ଶଶୁର ଘରରୁ ଅଣାଯାଉ। ଆଉ ପୋଲିସ୍ ଏହି କାମ କରୁ। କାରଣ ବ୍ୟକ୍ତି ଜଣକ ଶଶୁର ଘରକୁ ଗଲେ ତାଙ୍କ ସ୍ତ୍ରୀ ଆସୁନାହାନ୍ତି। ଓଲଟା ତାଙ୍କୁ ମାଡ଼ ମାରୁଛନ୍ତି।
![](https://sanskarnetwork.in/odia/wp-content/uploads/2022/02/Picsart_22-02-20_11-38-55-253-1024x614.jpg)
ଯୁବକ ଜଣକ ଅଭିଯୋଗ କରିଛନ୍ତି ଯେ, ମୋ ପତ୍ନୀ ଅଧିକ ସୁନ୍ଦର ତେଣୁ ମୋ ସହିତ ସେ ରୁହନ୍ତି ନାହିଁ। ଯେତେବେଳେ ମୁଁ ଶଶୁର ଘରକୁ ଯାଇଥିଲି, ପତ୍ନୀ ଆସିବାକୁ ମନା କରିଦେଇଥିଲେ ଏବଂ ଶାଶୁ ଓ ଶଶୁର ମିଶି ମୋତେ ମାଡ଼ ମାରିଥିଲେ, ସେଥିପାଇଁ ମୁଁ ଏସପି କାର୍ଯ୍ୟାଳୟକୁ ଆସିଛି, ବୋଧହୁଏ ଏସପି ସାହେବ ମୋତେ ସାହାଯ୍ୟ କରିପାରନ୍ତି।’
ତେବେ ଏହି ଯୁବକଙ୍କ ବିବାହ ଗତ ୩୦ ଏପ୍ରେଲ ୨୦୨୧ରେ ହୋଇଥିଲା। ଛତ୍ରପୁର ଜିଲ୍ଲାର ଲବକୁଶନଗର ପୋଲିସ ଷ୍ଟେସନ ଅଞ୍ଚଳର ନାଗ୍ରାଉଲି ଗାଁର ରେନା ପାଲଙ୍କୁ ସେ ବିବାହ କରିଥିଲେ। ଆଉ ଯୁବକ ନନ୍ଧୁ ପାଲ କହିଛନ୍ତି ଯେ ମୋ ପତ୍ନୀ ସୁନ୍ଦର, ସ୍ମାର୍ଟ, ସେ ମଧ୍ୟ ଶିକ୍ଷିତ, ଏହି କାରଣରୁ ସେ ମୋ ସହିତ ରହିବାକୁ ଚାହାଁନ୍ତି ନାହିଁ।
![](https://sanskarnetwork.in/odia/wp-content/uploads/2022/02/Picsart_22-02-20_11-38-41-036-1024x614.jpg)
ନନ୍ଦୁ ପାଲ କହିଛନ୍ତି ଯେ, ଯେତେବେଳେ ମୁଁ ମୋ ପତ୍ନୀଙ୍କୁ ନେବାକୁ ମୋର ଶଶୁର ଘରକୁ ଯାଇଥିଲି, ସେ ଆସିବାକୁ ମନା କରିଦେଇଥିଲେ। ତାଙ୍କ ପରିବାର ସଦସ୍ୟ ମୋତେ ମାଡ ମାରିଥିଲେ, ମୁଁ ଚାହୁଁଛି ମୋ ପତ୍ନୀ ମୋ ପାଖକୁ ଫେରି ଆସନ୍ତୁ, ଯେଉଁମାନେ ମୋତେ ମାଡ ମାରିଛନ୍ତି ସେମାନଙ୍କୁ ଦଣ୍ଡ ଦିଆଯାଉ। ବିବାହର ତିନି ଦିନ ପରଠାରୁ ସେ ତାଙ୍କ ମାଆ ଘରକୁ ଯାଇଛନ୍ତି, ଆଉ ମୋ ପାଖକୁ ଆସୁ ନାହାନ୍ତି। ବର୍ତ୍ତମାନ ମୁଁ ପୋଲିସ ଷ୍ଟେସନର ଚକ୍କର କାଟୁଛି।
ତେବେ ଅନ୍ୟପଟେ ଏହି ପ୍ରସଙ୍ଗରେ ଛତ୍ରପୁର ଏସପି ସଚିନ ଶର୍ମା କହିଛନ୍ତି ଯେ, ହଁ ଏହି ଆବେଦନ ଅଫିସକୁ ଆସିଛି। ମୁଁ ଏହା ଉପରେ ଯାଞ୍ଚ ଆରମ୍ଭ କରିଛି।