ସଂସ୍କାର : ମାର ମମତା ଆଗରେ ହାର ମାନିଲା ମହାବଳ ବାଘ। ପୁଅକୁ ବଂଚାଇବାକୁ ଯାଇ ବାଘ ମୁହଁକୁ ଡେଇଁପଡିଲେ ମା। ବାଘ ସହ ଲଢେଇ କରି ନିଜର ୧୫ ମାସର ପୁଅର ଜୀବନ ବଂଚାଇଲେ ମାଆ। ମଧ୍ୟପ୍ରଦେଶରୁ ଆସିଲା ଏହି ଆସାଧରଣ କାମର ଭିଡ଼ିଓ।
ବାଘ ସହ ଲଢେଇ କରିବା କିଛି କମ କଥା ନୁହେଁ । ଆମେ ସମସ୍ତେ ଜାଣୁ ବାଘର ଶକ୍ତି କେତେ । ତା ସହ ଲଢେଇ କରିବା ତ ଦୂରର କଥା ସାମନାକୁ ଯିବାକୁ ମଧ୍ୟ କେହି କେବେ ଭାବିନଥାନ୍ତି । ହେଲେ ଏ ମା ଜଣଙ୍କ ନିଜର ପିଲା ପାଇଁ ବାଘ ସହ ଲଢେଇ କରିଛନ୍ତି।
କଥାରେ ଅଛି ମାଆଠାରୁ ବଡ ସାହସୀ ଆଉ କେହି ବି ନୁହଁ। ମଧ୍ୟପ୍ରଦେଶ ଜିଲ୍ଲାର ରୋହନିଆ ଗାଁରେ ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଏହି ଗାଁରେ ବାଘ ପଶି ୧୫ ମାସର ଶିଶୁକୁ ନେଇ ପଳାଉଥିଲା । ଏହି ସମୟରେ ମାଆ ଆସି ବାଘ ସହ ମୁକାବିଲା କରିଥିଲେ ।
କିଛି ସମୟ ମୁକାବିଲା ପରେ ନିଜର ଶିଶୁପୁତ୍ରକୁ ରକ୍ଷା କରିବାରେ ସେ ସଫଳ ହୋଇଥିଲେ । ତେବେ ମାର ମମତା ଆଗରେ ବାଘ ଭଳି ଏକ ଜନ୍ତୁ ହାର ମାନିଛି, ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି।