ଦେଶର ରାଜଧାନୀରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (HSRP) ଏବଂ ରଙ୍ଗ କୋଡେଡ୍ ଷ୍ଟିକର୍ ଲଗେଇବା ଜରୁରୀ ହୋଇପଡ଼ିଛି । ଯଦି ଆପଣଙ୍କର ଗାଡ଼ିରେ ଏହି ଉଭୟ କିମ୍ବା କୌଣସି ଗୋଟିଏ ବି ନଥାଏ, ତେବେ ଏହା ଆପଣଙ୍କୁ ମହଙ୍ଗା ପଡ଼ିପାରେ । ଦିଲ୍ଲୀରେ ଚାଲାଣ କଟା ଯିବା ଆରମ୍ଭ ହୋଇଯାଇଛି ଯଦିଓ ବର୍ତ୍ତମାନ କେବଳ ଚାରି ଚକିଆ ଗାଡ଼ିର ଚାଲାଣ କଟା ଚାଲିଛି ।
ପରିବହନ ବିଭାଗ ଅନୁଯାୟୀ, HSRP ଏବଂ ରଙ୍ଗ କୋଡେଡ୍ ଷ୍ଟିକର ନଥିବା ଯାନଗୁଡିକ ପାଇଁ ୫୫୦୦ ଟଙ୍କାର ଚାଲାଣ କଟା ଯାଉଛି । ଯଦି ଗାଡ଼ିରେ ଦୁଇଟି ଯାକ ନାହିଁ ତେବେ ୧୧ ହଜାର ଟଙ୍କାର ଚାଲାଣ ଦେବାକୁ ହେବ । ଏହି କାର୍ଯ୍ୟ ପାଇଁ ପରିବହନ ବିଭାଗ ଦ୍ୱାରା ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ତେବେ ବୁକିଂ ରସିଦ ଦେଖେଇଲେ ଚାଲାଣ କଟୁନି । ତେବେ ଆଶ୍ଵସ୍ତିର କଥା ଯେ ଏବେ ପରିବହନ ବିଭାଗ ଏହି କାର୍ଯ୍ୟରେ ରୋକ୍ ଲଗାଇଛି । କେବଳ ସଚେତନତା କରି ପରେ ଏହା ପୁଣିଥରେ ଆରମ୍ଭ ହେବ ।

ତେବେ ଅନ୍ୟ ରାଜ୍ୟରୁ ଦିଲ୍ଲୀ ଆସୁଥିବା ଗାଡ଼ିରେ ରଙ୍ଗ କୋଡେଡ୍ ଷ୍ଟିକର ନାହିଁ, ସେମାନଙ୍କ ଚାଲାଣ କଟୁ ନଥିଲା । ଏମିତିକି ସେହି ସମୟରେ ବାହାରୁ ଆସୁଥିବା ଗାଡ଼ି ଗୁଡ଼ିକରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ (HSRP) ନଲାଗି ଥିଲେ ବି ୫୫୦୦ ଟଙ୍କା ଚାଲାଣ କଟାଯାଇଥିଲା । ଯଦି ଆପଣଙ୍କର ଗାଡ଼ି ହରିୟାଣା, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀର ନୁହେଁ, ତେବେ ସେମାନଙ୍କ ପାଇଁ ରଙ୍ଗ କୋଡ୍ ନିୟମ ଲାଗୁ ହେବ ନାହିଁ ।